ପାଣି ପିଇବାକୁ ଯାଇ ଫସିଗଲା ଦନ୍ତା

ସମ୍ବଲପୁର (ସଞ୍ଜୟ ଜେନା): ସଙ୍କଟରେ ଗଜରାଜ। କେତେବେଳେ ହାତୀପଲ ନଦୀ ଭିତରକୁ ଚାଲି ଯାଉଛନ୍ତି ତ ଆଉ କେତେବେଳେ ରେଲୱେ ଟ୍ରାକ୍‌ ଉପରକୁ ଆସି ଯାଉଛନ୍ତି। ସେହିପରି ଆଉ କେତେବେଳେ ହାତୀକୁ ଗୁଳିମାଡ ହେଉଛି। ଏଭଳି ଅନେକ ଘଟଣା ସାମ୍ନାକୁ ଆସିଛି। ଯେଉଁଠି ହତୀର ଜୀବନ ବିପଦରେ ପଡିଥିବା ଦେଖିବାକୁ ମିଳୁଛି। ଏବେ ଏଭଳି ହିଁ ଆଉ ଏକ ଘଟଣା ସାମ୍ନାକୁ ଆସିଛି ସମ୍ବଲପୁରରୁ। ପାଣି ପିଇବାକୁ ଯାଇ ପୋଖରୀରେ ଫସି ଯାଇଛି ଦନ୍ତା ହାତୀ। ସମ୍ବଲପୁର […]

Elelphant stuck in mud

Madhupriya Mistry
  • Published: Friday, 17 June 2022
  • , Updated: 17 June 2022, 10:39 AM IST

ସମ୍ବଲପୁର (ସଞ୍ଜୟ ଜେନା): ସଙ୍କଟରେ ଗଜରାଜ। କେତେବେଳେ ହାତୀପଲ ନଦୀ ଭିତରକୁ ଚାଲି ଯାଉଛନ୍ତି ତ ଆଉ କେତେବେଳେ ରେଲୱେ ଟ୍ରାକ୍‌ ଉପରକୁ ଆସି ଯାଉଛନ୍ତି। ସେହିପରି ଆଉ କେତେବେଳେ ହାତୀକୁ ଗୁଳିମାଡ ହେଉଛି। ଏଭଳି ଅନେକ ଘଟଣା ସାମ୍ନାକୁ ଆସିଛି। ଯେଉଁଠି ହତୀର ଜୀବନ ବିପଦରେ ପଡିଥିବା ଦେଖିବାକୁ ମିଳୁଛି। ଏବେ ଏଭଳି ହିଁ ଆଉ ଏକ ଘଟଣା ସାମ୍ନାକୁ ଆସିଛି ସମ୍ବଲପୁରରୁ।

ପାଣି ପିଇବାକୁ ଯାଇ ପୋଖରୀରେ ଫସି ଯାଇଛି ଦନ୍ତା ହାତୀ। ସମ୍ବଲପୁର ବନଖଣ୍ଡ ଅନ୍ତର୍ଗତ ବଡସାହିର ଫରେଷ୍ଟ ରେଞ୍ଜ ଅଞ୍ଚଳର ଘଟିଛି ଏଭଳି ଘଟଣା। ଏକ ବଡ ପୋଖରୀ ମଧ୍ୟରେ ଥିବା କାଦୁଅ ଭିତରେ ଫସି ରହିଛି ହାତୀ। ଯେତେ ଚେଷ୍ଟା କଲେ ବି କାଦୁଅରୁ ବାହାରକୁ ବାହାରି ପାରୁ ନାହିଁ।

ଉକ୍ତ ଅଞ୍ଚଳର ଗ୍ରାମବାସୀଙ୍କ କହିବା କଥା ହେଲା ଗତକାଲି ରାତିରେ ପାଣି ପଇବାକୁ ଆସି ଏହି ଦନ୍ତା ହାତୀଟି ଫସି ରହିଛି। ଏପଟେ DFOଙ୍କ ସୂଚନା ଅନୁଯାୟୀ, ଖୁବ ଶିଘ୍ର ଡାକ୍ତରୀ ଟିମ ଘଟଣାସ୍ଥଳକୁ ପଠାଇବାର ବ୍ୟବସ୍ଥା କରାଯାଉଛି। ଏଥିସହ ହାତୀଟିକୁ କାଦୁଅ ଭିତରୁ ଉଦ୍ଧାର କରିବା ପାଇଁ ମଧ୍ୟ ବ୍ୟବସ୍ଥା ଚାଲିଛି।

Related story