କଣ୍ଟାବାଞ୍ଜି (ଅନ୍ତିମ ପାଣିପ୍ରାହୀ): ବଲାଙ୍ଗୀର ଜିଲ୍ଲା ତୁରେକେଲା ଓ ବେଲପଡା ବ୍ଲକ ଅଞ୍ଚଳରେ ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ପ୍ରାୟ ସାତ ଦିନ ହେବ ୩୦ ଟି ହାତୀ ଏହି ଦୁଇ ଅଞ୍ଚଳର ବିଭିନ୍ନ ଗାଁରେ ପଶି ବ୍ୟାପକ ଫସଲ ନଷ୍ଟ କରୁଛନ୍ତି।
ଗତକାଲି ବିଳମ୍ବିତ ରାତିରେ ବେଲପଡା ବ୍ଲକ ଡୁଡୁକାମାଲ ଓ ଆଖପାଖ ଗାଁରେ ହାତୀ ପଲ ପଶି ଉତ୍ପାତ କରିବା ସହ ଚାଷ ଜମିରେ ବ୍ୟାପକ ନଷ୍ଟ କରିଥିବା ଜଣାପଡ଼ିଛି।
ବର୍ତ୍ତମାନ ଧାନ ଅମଳ ସମୟ ହୋଇଥିବା ବେଳେ ହାତୀପଲ ଆସି ଫସଲ ନଷ୍ଟ କରିବା ଭୟରେ ଲୋକେ ରାତି ସାରା ଅନିଦ୍ରା ରହି ଜଗି ରହୁଛନ୍ତି। ତା’ସତ୍ତ୍ୱେ ହାତୀପଲ ଫସଲ ନଷ୍ଟ କରି ଦେଉଛନ୍ତି।
ଛୋଟବଡ଼ ମିଶି ୩୦ଟି ହାତୀ ଏହି ପଲରେ ଥିବା ବେଳେ ଏତେ ସଂଖ୍ୟକ ହାତୀଙ୍କ ଚଳାଚଳ ଯୋଗୁ ଏହି ଦୁଇ ବ୍ଲକ୍ ଅଞ୍ଚଳର ବିଭିନ୍ନ ଗାଁର ଲୋକେ ଏବେ ଭୟଭୀତ ଅବସ୍ଥାରେ ରହିଛନ୍ତି।
ସୂଚନାଯୋଗ୍ୟ, ତୁରେକେଲା ବ୍ଲକର ଗଞ୍ଜାଗୁଡ଼ା, ମହାନିଲହ, ମହୁଲପାଟି, ମଲ୍ଲିକଦରୋ, ମାଗୁରଜଙ୍ଗଲ ଓ ରାମୁଡ଼ ଗାଁରେ ମଧ୍ୟ ଏହି ହାତୀପଲ ପଶି ବ୍ୟାପକ ଫସଲ ନଷ୍ଟ କରିଛନ୍ତି।
https://youtu.be/sfSeMc989TA
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଉଦୟଗିରି ଓ ରତ୍ନଗିରିରେ ଏକାଠୀ ହେଲେ ୧୭ ଦେଶର ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ
ଆସନ୍ତା ୧୬ ତାରିଖରେ ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ହେବ। ଏଥିରେ ବାଚସ୍ପତି ସୁରମା ପାଢୀ ଓ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Entertainment
ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା
ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ। ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ।
Miscellaneous
ଭାରତ ସରକାରଙ୍କ କ୍ୟାଲେଣ୍ଡରରେ ମୋଦିଙ୍କ ସହ ତୁଳା ମାଉସୀଙ୍କ ଫଟୋ
କ୍ୟାଲେଣ୍ଡରରେ ଫଟୋ ଆସିବା ପରେ ତୁଳା ମାଉସୀ ବହୁତ ଖୁସି ପ୍ରକାଶ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।