ଗଜରାଜଙ୍କୁ ଧକ୍କାଦେଇ ଅନୁତପ୍ତ ଲୌହଦାନବ !

କୋଲକାତା (ଓଡ଼ିଶା ରିପୋର୍ଟର): ଗଜରାଜଙ୍କୁ ମୃତ୍ୟୁସମ ଯନ୍ତ୍ରଣା ଦେଲା ଯନ୍ତ୍ର ଦାନବ ଟ୍ରେନ୍ ଧକ୍କାରେ ଗୁରୁତର ହେଲା ହାତୀ। ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିବା ଏ ଦୃଶ୍ୟ ପଶ୍ଚିମବଙ୍ଗ ଦୋଆର ଅଞ୍ଚଳର । ହାତୀଟି ରେଳ ଲାଇନ ପାର ହେଉଥିବା ବେଳେ ଏହାକୁ ସିଲିଗୁଡ଼ି-ଧୁବୁରୀ ଏକ୍ସପ୍ରେସ ଧକ୍କା ଦେଇଥିଲା। ଗୁରୁତର ହାତୀଟି ଯନ୍ତ୍ରଣାରେ ଛଟପଟ ହେବା ସହ ଲାଇନ ଉପରୁ ହଟି ଯିବାକୁ ଆପ୍ରାଣ ଚେଷ୍ଟା କରିଥିଲା । ସେପଟେ ଧକ୍କା ଦେବା ପରେ ଟ୍ରେନ ବି […]

432134

Tapas Behera
  • Published: Saturday, 28 September 2019
  • , Updated: 29 September 2019, 08:23 AM IST

କୋଲକାତା (ଓଡ଼ିଶା ରିପୋର୍ଟର): ଗଜରାଜଙ୍କୁ ମୃତ୍ୟୁସମ ଯନ୍ତ୍ରଣା ଦେଲା ଯନ୍ତ୍ର ଦାନବ ଟ୍ରେନ୍ ଧକ୍କାରେ ଗୁରୁତର ହେଲା ହାତୀ। ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିବା ଏ ଦୃଶ୍ୟ ପଶ୍ଚିମବଙ୍ଗ ଦୋଆର ଅଞ୍ଚଳର । ହାତୀଟି ରେଳ ଲାଇନ ପାର ହେଉଥିବା ବେଳେ ଏହାକୁ ସିଲିଗୁଡ଼ି-ଧୁବୁରୀ ଏକ୍ସପ୍ରେସ ଧକ୍କା ଦେଇଥିଲା। ଗୁରୁତର ହାତୀଟି ଯନ୍ତ୍ରଣାରେ ଛଟପଟ ହେବା ସହ ଲାଇନ ଉପରୁ ହଟି ଯିବାକୁ ଆପ୍ରାଣ ଚେଷ୍ଟା କରିଥିଲା ।

ସେପଟେ ଧକ୍କା ଦେବା ପରେ ଟ୍ରେନ ବି ସେଇଠି ଅଟକି ରହିଥିଲା। ଏ ଦୃଶ୍ୟକୁ ସେଠାରେ ଉପସ୍ଥିତ କିଛି ଲୋକ ମୋବାଇଲ କ୍ୟାମେରାରେ ତୋଳି ଧରିଥିଲେ। କିଛି ସମୟର ସଂଘର୍ଷ ପରେ ହାତୀଟି ରେଳ ଲାଇନ ଉପରୁ ହଟିଯିବାରେ ସକ୍ଷମ ହୋଇଥିଲେ ବି  ଅତି ଗୁରୁତର ଥିବା ସୂଚନା ମିଳିଛି।

Related story