ଖଣ୍ଡଗିରି ଅଞ୍ଚଳରେ ଉତ୍ପାତ କରୁଛି ଜଙ୍ଗଲୀ ହାତୀ, ବନ ବିଭାଗ ନାକେଦମ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀର ଖଣ୍ଡଗିରି ଅଞ୍ଚଳରେ ଉତ୍ପାତ ଜାରି ରଖିଛି ଦନ୍ତା। ଦୁଇ ଦିନ ଧରି OUATର ଉଦ୍ୟାନ ବିଭାଗ ଫାର୍ମରେ ଉପଦ୍ରବ କରିବା ପରେ ଆଜି ସକାଳେ ଜୟଦେବ ବାଟିକାରେ ପଶିଯାଇଛି। ବନବିଭାଗ କର୍ମଚାରୀ ହାତୀଟିକୁ ଘଉଡ଼ାଇବା ବେଳେ ସେ ଜୟଦେବ ବାଟିକା ଭିତରକୁ ପଶି ଯାଇଥିଲା। ତେଣୁ ଆଜି ଦର୍ଶକଙ୍କ ପାଇଁ ବନ୍ଦ ରହିପାରେ ଜୟଦେବ ବାଟିକା।

ବୁଧବାର ରାତିରେ ଚନ୍ଦକା ଅଭୟାରଣ୍ୟରୁ ବାହାରି ଆସିଥିବା ଏହି ବଣୁଆ ହାତୀକୁ ଗୁରୁବାର ସକାଳେ ଘାଟିକିଆ ଓୟୁଏଟି ଫାର୍ମରେ ବୁଲୁଥିବା ଦେଖିଥିଲେ ସାଧାରଣ ଲୋକେ। ପରେ ହାତୀଟି ରାସ୍ତା ପାର ହୋଇ ବନତତ୍ତ୍ୱବିତଙ୍କ କାର୍ଯ୍ୟାଳୟ ଥିବା କ୍ୟାମ୍ପସରେ ପଶିଥିଲା।

ହାତୀଟି କେତେବେଳେ ରାସ୍ତା ଉପରେ ଯାଆସ କରୁଥିଲା ତ ଆଉ କେତେବେଳେ ଜନବସତି ପାଖରେ ବୁଲୁଥିଲା। ତାକୁ ଦେଖି ଲୋକେ ଆତଙ୍କିତ ହୋଇ ପଡିଛନ୍ତି। ବନ ବିଭାଗ ଘଉଡ଼ାଇବାକୁ ଉଦ୍ୟମ ଚଳାଇଥିଲେ ବି ସଫଳ ହୋଇପାରି ନାହିଁ।

Ordigital Desk
• Published: Saturday, 17 February 2018
• Updated: 17 February 2018, 10:59 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀର ଖଣ୍ଡଗିରି ଅଞ୍ଚଳରେ ଉତ୍ପାତ ଜାରି ରଖିଛି ଦନ୍ତା। ଦୁଇ ଦିନ ଧରି OUATର ଉଦ୍ୟାନ ବିଭାଗ ଫାର୍ମରେ ଉପଦ୍ରବ କରିବା ପରେ ଆଜି ସକାଳେ ଜୟଦେବ ବାଟିକାରେ ପଶିଯାଇଛି। ବନବିଭାଗ କର୍ମଚାରୀ ହାତୀଟିକୁ ଘଉଡ଼ାଇବା ବେଳେ ସେ ଜୟଦେବ ବାଟିକା ଭିତରକୁ ପଶି ଯାଇଥିଲା। ତେଣୁ ଆଜି ଦର୍ଶକଙ୍କ ପାଇଁ ବନ୍ଦ ରହିପାରେ ଜୟଦେବ ବାଟିକା।

ବୁଧବାର ରାତିରେ ଚନ୍ଦକା ଅଭୟାରଣ୍ୟରୁ ବାହାରି ଆସିଥିବା ଏହି ବଣୁଆ ହାତୀକୁ ଗୁରୁବାର ସକାଳେ ଘାଟିକିଆ ଓୟୁଏଟି ଫାର୍ମରେ ବୁଲୁଥିବା ଦେଖିଥିଲେ ସାଧାରଣ ଲୋକେ। ପରେ ହାତୀଟି ରାସ୍ତା ପାର ହୋଇ ବନତତ୍ତ୍ୱବିତଙ୍କ କାର୍ଯ୍ୟାଳୟ ଥିବା କ୍ୟାମ୍ପସରେ ପଶିଥିଲା।

ହାତୀଟି କେତେବେଳେ ରାସ୍ତା ଉପରେ ଯାଆସ କରୁଥିଲା ତ ଆଉ କେତେବେଳେ ଜନବସତି ପାଖରେ ବୁଲୁଥିଲା। ତାକୁ ଦେଖି ଲୋକେ ଆତଙ୍କିତ ହୋଇ ପଡିଛନ୍ତି। ବନ ବିଭାଗ ଘଉଡ଼ାଇବାକୁ ଉଦ୍ୟମ ଚଳାଇଥିଲେ ବି ସଫଳ ହୋଇପାରି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos