କେନ୍ଦୁଝର(ଓଡ଼ିଶା ରିପୋର୍ଟର): କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଅଞ୍ଚଳରେ ପୁଣି ମାତିଲେ ହାତୀପଲ। ଚମ୍ପୁଆ ରେଞ୍ଜର ମୁକୁନ୍ଦପୁର, ସାରତଳିଆ, ମିରିଗିସିଙ୍ଗା ଓ ମଙ୍ଗଳପୁର ଅଞ୍ଚଳରେ ପ୍ରାୟ ୨୦ରୁ ଅଧିକ ହାତୀ ବୁଲୁଥିବା ଦେଖିବାକୁ ମିଳିଛି। ସେମାନଙ୍କ ମଧ୍ୟରେ ଗୋଟିଏ ଦନ୍ତା ହାତୀ ରହିଛି। ହାତୀମାନେ ମୁକୁନ୍ଦପୁର ଗାଁରେ ପ୍ରାୟ ୨ଏକରରୁ ଅଧିକ ଧାନ ଫସଲ ନଷ୍ଟ କରିଥିବା ଅଭିଯୋଗ ହୋଇଛି।
ଗତ କିଛି ମାସ ହେଲା ଏହି ହାତୀପଲ ଚମ୍ପୁଆ ରେଞ୍ଜ ଅଞ୍ଚଳରେ ଯାତାୟତ କରୁଥିବାବେଳେ ଗତ ୨୧ ତାରିଖରେ ୧୫ଟି ହାତୀ ଝାଡଖଣ୍ଡ ଚାଲିଯାଇଥିଲେ। ତେବେ ଗତକାଲି ହାତୀପଲ ପୁଣିଥରେ ଫେରିଥିବା ଦେଖିବାକୁ ମିଳିଛି। ହାତୀପଲକୁ ନେଇ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି।
ଅନ୍ୟପକ୍ଷରେ ହାତୀଙ୍କୁ ଘଉଡାଇବା ପାଇଁ ୧୫ଟି ସ୍କ୍ୱାର୍ଡ ଗଠନ କରାଯାଇଛି। ଏଥିପାଇଁ ରାତିରେ ଟର୍ଚ୍ଚ ଲାଇଟ ଏବଂ ଦିନରେ ବାଣ ବ୍ୟବହାର କରାଯାଉଥିବା ଚମ୍ପୁଆ ରେଞ୍ଜର କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।