ହାତୀବାରିରେ ହାତୀ, ଲୋକେ ଭୟଭୀତ

ରାଉରକେଲା (ଓଡିଶା ରିପୋର୍ଟର): ସୁନ୍ଦରଗଡ଼ ହାତୀବାରି ଅଞ୍ଚଳରେ ଜଙ୍ଗଲି ହାତୀ ଆତଙ୍କ। କୋକେରେମା ବେସମା ଗାଁରେ ଗତକାଲି ରାତିରେ ଏକ ଝାଡ଼ଖଣ୍ଡୀ ହାତିପଲ ୯ଟି ଘର ଭାଙ୍ଗି ଦେଇଥିବା ଜଣାପଡିଛି।  ଏହି ହାତିପଲରେ ୧୭ଟି ହାତୀ ରହିଛନ୍ତି। ଗତକାଲିଠାରୁ ଏହି ହାତୀ ପଲ ଗାଁ ନିକଟରେ ବୁଲୁଥିବାରୁ ଗାଁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ହାତୀ ଘଉଡ଼ାଇବାକୁ ବନ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି।