ନୀଳଗିରି(ବିଶ୍ୱମ୍ୱର ଦାସ): ବାଲେଶ୍ୱର ଜିଲ୍ଲା ଜମ୍ବୁଡିହା ପଞ୍ଚୟତର ସାତରାଣ୍ଡି ଓ ପୁଖୁରିଆ ଗାଁରେ ଗତକାଲି ରାତିରେ ଝାଡ଼ଖଣ୍ଡୀ ହାତୀପଲ ପଶି ପ୍ରଭୂତ କ୍ଷୟକ୍ଷତି ଘଟାଇଛନ୍ତି। ଏହି ପଲରେ ୩୫ ହାତୀ ଅଛନ୍ତି। ହାତୀ ହାବୁଡ଼ରେ ପଡ଼ି ଜଣେ ବୃଦ୍ଧ ଆହତ ହୋଇଥିବା ବେଳେ ସେମାନେ ବହୁ ଗଛ ଓ ଘର ଭାଙ୍ଗି ଦେଇଛନ୍ତି। ଆହତ ବୃଦ୍ଧଙ୍କ ନାଁ ଚୈତନ୍ୟ ମାଝି (୬୫)। ତାଙ୍କ ଘର ସାତରାଣ୍ଡି ଗାଁରେ। ଚୈତନ୍ୟଙ୍କୁ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଗତ ୧୨ ତାରିଖରେ ଗୋପାଳପୁର ଜଙ୍ଗଲ ଦେଇ ଝାଡ଼ଖଣ୍ଡୀ ହାତୀପଲ ଏଠାକୁ ଆସିଛନ୍ତି। ତିନିକୋଶିଆ ଜଙ୍ଗଲରେ ଗୋଟିଏ ଦିନ ରହିବା ପରେ ୧୩ ତାରିଖ ସନ୍ଧ୍ୟାରୁ ହାତୀପଲ ଗାଁ ମୁହାଁ ହୋଇଥିଲେ। ଜାମ୍ବୁଢ଼ିଆ ପଞ୍ଚୟତର ଗୁଡିଶୂଳ ଗାଁରେ ପଶି ସେମାନେ ୭ଟି ଘର ଭାଙ୍ଗିଥିଲେ। ୧୫ ତାରିଖରେ ଗରଡି ପଞ୍ଚାୟତ ବାଙ୍କୀସାହି ଗାଁରେ ହାତୀମାନେ ପଶିବାରୁ ରାତିସାରା ଲୋକେ ଉଜାଗର ରହିଥିଲେ। ଘର ଭାଙ୍ଗିବା ସହ ସେମାନେ ବହୁ ନଡ଼ିଆ ଓ ପଣସ ଗଛ ନଷ୍ଟ କରିଦେଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
କେଉଁଠି ବସ୍ ଚାପି ଦେଲା, କେଉଁଠି ଟ୍ରକ୍ ପିଟି ଦେଲା; ୬ ମୃତ, ୧୫ରୁ ଅଧିକ ଆହତ
କାର ପିଟି ଦେବାରୁ ଚାଲିଗଲା ଶାଶୁଙ୍କ ଜୀବନ। ଜ୍ୱାଇଁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି।
Miscellaneous
କଳକୀ କିଏ? ଏମିତି କହିଲେ ବାବା ବଳିଆ
ବାବା ବଳିଆ କହିଛନ୍ତି, ଆମେ ପିଲା ଦିନରୁ ଅନେକ କଳକୀ, ଅନେକ ମାଧବ ଓ ଅନେକ କୃଷ୍ଣଙ୍କୁ ଦେଖିଛୁ। ତାଙ୍କ ସହିତ କଥାବାର୍ତ୍ତା ହୋଇଛୁ। ସେମାନେ ସବୁବେଳେ ଦାବି କରନ୍ତି, ଆମେ କଳକୀ ବୋଲି।
Entertainment
ଅନନ୍ତ, ଶ୍ରୀନିବାସ ଓ ଜୟୀ ଗ୍ରହଣ କଲେ ‘ମୋହନସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର’
୨୦୨୧ ବର୍ଷ ପାଇଁ ଶ୍ରେଷ୍ଠ ଅଭିନେତା ଭାବରେ ‘ପ୍ରତୀକ୍ଷା’ ଚଳଚ୍ଚିତ୍ର ପାଇଁ ଦୀପନ୍ୱିତ ଦାସ ମହାପାତ୍ର ଓ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ‘ଡାଲଚିନି’ ଚଳଚ୍ଚିତ୍ର ପାଇଁ ସୂର୍ଯ୍ୟମୟୀ ମହାପାତ୍ରଙ୍କୁ ପୁରସ୍କୃତ କରାଯାଇଛି।
Culture & Literature
ମନୋଜ ମିଶ୍ର କ୍ଷମା ମାଗନ୍ତୁ, ନହେଲେ କୋର୍ଟକୁ ଯିବୁ
ଜଣେ ଜନପ୍ରତିନିଧି, ଜଣେ ଲେଖକ ଓ ଫକୀରମୋହନ ସେନାପତିଙ୍କର ଜଣେ ପାଠକ ଭାବରେ ମୁଁ ମନୋଜ ମିଶ୍ରଙ୍କ ମନ୍ତବ୍ୟକୁ ତୀବ୍ର ନିନ୍ଦା କରୁଛି ବୋଲି ଶ୍ରୀ ଦାସ କହିଛନ୍ତି।