ମା’ ଆଗରେ ପୁଅକୁ ଦଳିଦେଲା ହାତୀ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ମା ଛୁଆ ଖାଇପିଇ ଘରେ ଶୋଇଥିଲେ। ହେଲେ କିଏ ଜାଣିଥିଲା ସକାଳ ହେବା ବେଳକୁ ସବୁ ସରିଯିବ ବୋଲି। ରାତି ପାହିଲା ବେଳକୁ ପୁଅ ନ ଥିଲା। ମା’ କୋଳ ଖାଲି କରି ଚାଲି ଯାଇଥିଲା ଆରପାରିକୁ। ହାତୀ ପାଦ ତଳେ ଚାଲିଯାଇଛି ତାର ଜୀବନ।

ଏହି ଅଭାବନୀୟ ଘଟଣାଟି ଘଟିଛି ରାଉରକେଲା ନୂଆଗାଁ ଅଞ୍ଚଳୀରେ। ଏହି ବ୍ଲକ ଅନ୍ତର୍ଗତ ବ୍ଲକ କୁକେରମା ପଞ୍ଚାୟତରେ ମାତିଛନ୍ତି ହାତୀ। ଗତକାଲି ରାତି ପ୍ରାୟ ୧୦ଟା ବେଳେ ୩ଟି ହାତୀ ପଶି ଆସିଥିଲେ ଗାଁ ଭିତରକୁ । ଗୋଟିଏ ପରିବାରର ମା’ ଓ ୪ ବର୍ଷର ପୁଅ ଘରେ ଶୋଇଥିବା ବେଳେ  ହଠାତ୍ କାଳ ଭଳି ହାତୀ ପଶି ଆସିଥିଲା। ପ୍ରାଣ ବିକଳରେ ମହିଳା ଜଣକ ପାଟି କରୁଥିଲା ବେଳେ ହାତ ପାଦ ତଳେ ଦଳିଦେଇଥିଲା ତାଙ୍କ ଶିଶୁପୁତ୍ରକୁ।

ସୂଚନାଯୋଗ୍ୟ, କିଛିଦିନ ହେବ ଜନବସତି ଅଞ୍ଚଳକୁ ପ୍ରବେଶ କରି ହାତୀପଲ ଉତ୍ପାତ କରୁଛନ୍ତି । କେତେବେଳେ କାହା ଘର ଭାଙ୍ଗୁଛନ୍ତି ତ କେତବେଳେ ଘରେ ପଶି ଧାନ, ଚାଉଳ ଖାଇ ନଷକ୍ଟ କରୁଛନ୍ତି। ବନ ବିଭାଗ କର୍ମଚାରୀଙ୍କୁ ପ୍ରତିକାର ଲାଗି ବାରମ୍ବାର ନିବେଦନ କରାଯାଉଥିଲେ ବି ସ୍ଥିତିରେ ସୁଧାର ଆସୁନି। ଆଉ ଶେଷରେ ଗତକାଲି ହାତୀ ପଦ ତଳେ କଅଁଳ ଶିଶୁର ଜୀବନ ଯାଇଛି। ଏଣୁ ଏହାର ତୁରନ୍ତ ପ୍ରତିକାର କରା ନ ଗଲେ ପରିସ୍ଥିତି ଭୟାବହ ହେବ ବୋଲି କହିଛନ୍ତି ଅଞ୍ଚଳବାସୀ।

ଆହୁରି ପଢ଼ନ୍ତୁ

ରାଜ୍ୟ କର୍ମଚାରୀଙ୍କୁ ବାହାରେ ମୁହଁ ଖୋଲିବା ମନା

ନୀତୀନଙ୍କୁ କରୋନା, ନୀଳାଞ୍ଚଳଙ୍କୁ ଉଠାଇ ନେଲା କୋଭିଡ୍‌ ଆମ୍ୱୁଲାନ୍ସ

ସୁପ୍ରିମକୋର୍ଟଙ୍କ ରାୟ ପରେ ରଥଯାତ୍ରା ସମ୍ଭବ ହେଲା: ଗଜପତି

ମନ୍ତ୍ରୀମହଲରେ ଟେନସନ୍, ପାୱାର କରିଡରରେ ବଢୁଛି ହାର୍ଟବିଟ୍

୨ବର୍ଷ ଯାଏଁ ଆର୍ଥିକ ଇମର୍ଜେନ୍ସୀ: ନିଯୁକ୍ତି, ଯୋଜନା ଓ ପ୍ରକଳ୍ପ ସବୁ ଠପ୍‌

ବିଏମସିର ନିଷ୍ପତ୍ତି ଅଗଣତାନ୍ତ୍ରିକ, ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ୯ଟି ବିରୋଧୀ ଦଳର ନେତା

ଓଏଏସ ଅଫିସରସ୍ତରରେ ଅଦଳବଦଳ; କାହାକୁ କଣ ମିଳିଲା ପଢ଼ନ୍ତୁ

‘ମୋ ସରକାର’ରେ ସାମିଲ ହେବ କୋଭିଡ୍ ପରିଚାଳନା

ଆଜି ସୁସ୍ଥ ହେଲେ ୨୧୭

୯ରୁ ଗଞ୍ଜାମ ଜିଲ୍ଲାର ସବୁ ସହର ଶଟ୍‌ଡାଉନ୍‌

ଭୁବନେଶ୍ୱରରୁ ୨୯ ‘କରୋନା’ ଆକ୍ରାନ୍ତ ଚିହ୍ନଟ, ସେଥିରୁ ୧୪ ଲୋକାଲ୍‌ କେସ୍‌

କେତେ ଝିଅ ତାଙ୍କୁ ନେଇ ସ୍ୱପ୍ନ ଦେଖୁଥିଲେ , କିନ୍ତୁ ସେ ମୋ ହାତ ଧରିଥିଲେ…