ବାଇଗଣ ତୋଳିବାକୁ ଯାଇଥିଲେ,ଦନ୍ତା ହାବୁଡ଼ରେ ପଡ଼ିଗଲେ

Ordigital Desk
  • Published: Saturday, 05 May 2018
  • , Updated: 05 May 2018, 09:42 AM IST
<p>ଆଠଗଡ଼(ନୀଳକଣ୍ଠ ଦୋରା): ଆଠଗଡ଼ରେ ହାତୀ ଆତଙ୍କ। ଦନ୍ତାହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ତିଗିରିଆ କାଳିଜଙ୍ଗ ଗାଁର ଶ୍ୟାମସୁନ୍ଦର ମହାନ୍ତି।</p> <p>ଆଜି ସକାଳେ ଶ୍ୟାମସୁନ୍ଦର ବିଲକୁ ବାଇଗଣ ତୋଳିବାକୁ ଯାଇଥିଲେ। ଏହି ସମୟରେ ଦନ୍ତା ହାତୀଟି ବିଲ ଆଡ଼କୁ ଆସୁଥିବା ଦେଖି ଆଖପାଖରେ କାମ କରୁଥିବା ଲୋକେ ଦୌଡିବାକୁ ଲାଗିଥିଲେ। ଶ୍ୟାମସୁନ୍ଦର ମଧ୍ୟ ଦୌଡ଼ି ପଳାଇ ଯାଉଥିଲେ। ହେଲେ ଦନ୍ତା ହାବୁଡ଼ରେ ପଡ଼ିଯାଇଥିଲେ। ଦନ୍ତା ତାଙ୍କୁ ଦଳି ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।</p> <p>ଖବରପାଇ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।&nbsp; ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଅଡ଼ି ବସିଛନ୍ତି ସ୍ଥାନୀୟ ଲୋକେ।</p> <p>&amp;nbsp;</p>

Related story