ଚାଷ ଜମିକୁ ଯାଉଥିଲେ, ଦଳିଦେଲା ହାତୀ

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ଗତକାଲି ହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତ ଚାଷୀଙ୍କ ନାଁ ଦେବାର ଜୁଏଡ। ତାଙ୍କୁ ୫୫ ବର୍ଷ ହୋଇଥିଲା। ଗତକାଲି ଦେବାର ଚାଷ କାମ ପାଇଁ ନିଜ ଚାଷ ଜମିକୁ ଯାଉଥିବା ବେଳେ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ହାତୀଟି ତାଙ୍କୁ ଦଳି ଦେଇଥିଲା। ବନ ବିଭାଗ ଓ ପୁଲିସ୍ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ […]

elephant-88888

Tapaswini Nayak
  • Published: Tuesday, 23 June 2020
  • , Updated: 23 June 2020, 08:00 AM IST

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ଗତକାଲି ହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତ ଚାଷୀଙ୍କ ନାଁ ଦେବାର ଜୁଏଡ। ତାଙ୍କୁ ୫୫ ବର୍ଷ ହୋଇଥିଲା।

ଗତକାଲି ଦେବାର ଚାଷ କାମ ପାଇଁ ନିଜ ଚାଷ ଜମିକୁ ଯାଉଥିବା ବେଳେ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ହାତୀଟି ତାଙ୍କୁ ଦଳି ଦେଇଥିଲା। ବନ ବିଭାଗ ଓ ପୁଲିସ୍ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି।

ସୂଚନାଯୋଗ୍ୟ, ଗତ କିଛି ମାସ ତଳେ ଆଗଲପୁର ବ୍ଲକର ଧଉଁରାଦାଦର ଗାଁରେ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କର ମୃତ୍ୟୁ ଘଟିଥିଲା।

Related story