ଚେମଣା ଗାଁରେ ପଶିଛନ୍ତି ୨୦ରୁ ଅଧିକ ହାତୀ

କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲାରେ ଏକ ହାତୀପଲ ଉପଦ୍ରବ କରୁଛନ୍ତି। ‌ପାଟଣା ରେଞ୍ଜ୍ ଚେମଣା ଗାଁ ପାଖରେ ଥିବା ୟୁକାଲିପଟାସ ଜଙ୍ଗଲକୁ ଏକ ହାତୀ ପଲ ପଶି ଆସିଛନ୍ତି। ଏହି ପଲରେ ପ୍ରାୟ ୨୦ଟିରୁ ଅଧିକ ହାତୀ ଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ଦୁଇଟି ମାଈ ହାତୀ ଓ କିଛି ଛୁଆ ହାତୀ ଅଛନ୍ତି। ସେଥିପାଇଁ ମାଈ ହାତୀ ହିଂସ୍ର ହୋଇ ପଡ଼ିଛନ୍ତି। ଲୋକମାନେ ଟେକା ପଥର ମାରିଲେ ସେମାନନେ ସେ ଗୋଡ଼ାଉଛନ୍ତି। ବନବିଭାଗ ହାତୀମାନଙ୍କୁ ଘଉଡ଼ାଇବା ପାଇଁ ଉଦ୍ୟମ ଜାରି ରଖିଛି।

ଗତକାଲି ଏହି ହାତୀପଲ ମୟୂରଭଞ୍ଜ ପାହାଡ଼ଭଙ୍ଗା ନିକଟରେ ଥିଲେ। ରାତିରେ ବୈତରଣୀ ନଦୀ ପାର ହୋଇ ଏହି ହାତୀପଲ ଚେମଣା ଗାଁ ପାଖରେ ଥିବା ୟୁକାଲିପଟାସ ଜଙ୍ଗଲ ପହଞ୍ଚିଥିଲେ।