ନୀଳଗିରି(ବିଶ୍ୱମ୍ୱର ଦାସ):ବାଲେଶ୍ୱର ଜିଲ୍ଲା ନୀଳଗିରିରେ ପଶିଛନ୍ତି ଝାଡ଼ଖଣ୍ଡୀ ହାତୀ। ଗତ ୧୨ ତାରିଖରେ ଗୋପାଳପୁର ଜଙ୍ଗଲ ଦେଇ ୩୫ଟି ହାତୀ ଏଠାକୁ ଆସିଛନ୍ତି। ସେମାନେ ତିନିକୋଶିଆ ଜଙ୍ଗଲରେ ରହୁଥିବା ବେଳେ ଗତକାଲି ସନ୍ଧ୍ୟାରୁ ଗାଁ ମୁହାଁ ହୋଇଛନ୍ତି।
ଗତକାଲି ଏହି ହାତୀପଲ ଗୁଡ଼ିଶୂଳ ଗାଁର ଦୟାନିଧି ପ୍ରଧାନଙ୍କ ଘର ସହିତ ଆହୁରି ଅନେକଙ୍କ ଘର ଭାଙ୍ଗି ଦେଇଥିବା ଜଣାପଡ଼ିଛି। ଏଥିସହ ବନ୍ଧା ହୋଇଥିବା ଏକ ଗାଈ ହାତୀମାନେ କଚାଡ଼ି ମାରି ଦେଇଥିବା ସୂଚନା ମିଳିଛି। ଗତକାଲି ରାତି ତମାମ ଗାଁରେ ହାତୀପଲ ଉତ୍ପାତ ଚଲାଇଥିଲେ।
ଏନେଇ ସ୍ଥାନୀୟ ବାସିନ୍ଦା ପ୍ରଶାନ୍ତ ସାହୁ କହିଛନ୍ତି,“ଗାଁକୁ ହାତୀ ବାରମ୍ୱାର ଆସୁଛନ୍ତି। ହାତୀ ଆସିବା ଦ୍ୱାରା ବିଦ୍ୟୁତ୍ ରହୁନାହିଁ। ଫଳରେ ଲୋକେ ହଇରାଣ ହେଉଛନ୍ତି। ଏବେ ବିଲରେ ଧାନ ନଥିବାରୁ ସେମାନେ ଘରେ ପଶୁଛନ୍ତି। ”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
କଳକୀ କିଏ? ଏମିତି କହିଲେ ବାବା ବଳିଆ
ବାବା ବଳିଆ କହିଛନ୍ତି, ଆମେ ପିଲା ଦିନରୁ ଅନେକ କଳକୀ, ଅନେକ ମାଧବ ଓ ଅନେକ କୃଷ୍ଣଙ୍କୁ ଦେଖିଛୁ। ତାଙ୍କ ସହିତ କଥାବାର୍ତ୍ତା ହୋଇଛୁ। ସେମାନେ ସବୁବେଳେ ଦାବି କରନ୍ତି, ଆମେ କଳକୀ ବୋଲି।
Entertainment
ଅନନ୍ତ, ଶ୍ରୀନିବାସ ଓ ଜୟୀ ଗ୍ରହଣ କଲେ ‘ମୋହନସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର’
୨୦୨୧ ବର୍ଷ ପାଇଁ ଶ୍ରେଷ୍ଠ ଅଭିନେତା ଭାବରେ ‘ପ୍ରତୀକ୍ଷା’ ଚଳଚ୍ଚିତ୍ର ପାଇଁ ଦୀପନ୍ୱିତ ଦାସ ମହାପାତ୍ର ଓ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ‘ଡାଲଚିନି’ ଚଳଚ୍ଚିତ୍ର ପାଇଁ ସୂର୍ଯ୍ୟମୟୀ ମହାପାତ୍ରଙ୍କୁ ପୁରସ୍କୃତ କରାଯାଇଛି।
Culture & Literature
ମନୋଜ ମିଶ୍ର କ୍ଷମା ମାଗନ୍ତୁ, ନହେଲେ କୋର୍ଟକୁ ଯିବୁ
ଜଣେ ଜନପ୍ରତିନିଧି, ଜଣେ ଲେଖକ ଓ ଫକୀରମୋହନ ସେନାପତିଙ୍କର ଜଣେ ପାଠକ ଭାବରେ ମୁଁ ମନୋଜ ମିଶ୍ରଙ୍କ ମନ୍ତବ୍ୟକୁ ତୀବ୍ର ନିନ୍ଦା କରୁଛି ବୋଲି ଶ୍ରୀ ଦାସ କହିଛନ୍ତି।
Miscellaneous
ପାଟପୁର ଥାନା ଦେଶର ଶ୍ରେଷ୍ଠ ଥାନା, ପୁରସ୍କୃତ କରିବେ ଗୃହମନ୍ତ୍ରୀ
ଦେଶର ତିନୋଟି ଶ୍ରେଷ୍ଠ ଥାନା ଭିତରେ ମନୋନୀତ ହୋଇଛି ଗଞ୍ଜାମ ଜିଲ୍ଲାର ପାଟପୁର ଥାନା। ପୁଲିସ ମହାନିର୍ଦ୍ଦେଶକ ସମ୍ମିଳନୀରେ ଯୋଗ ଦେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପାଟପୁର ଥାନାଧିକାରୀଙ୍କୁ ଦେବେ ଟ୍ରଫି।