ଦଳି ମାରିଦେଲା ହାତୀ

ସୁନ୍ଦରଗଡ଼(ଓଡ଼ିଶା ରିପୋର୍ଟର): ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକର କାଦୋପାଣି ଗାଁରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଛି। ଆଜି ଭୋରରୁ ଏହି ଘଟଣା ଘଟିଛି। ମୃତକଙ୍କ ନାଁ ଇଷାକ୍ କୁଜୁର। ଭୋରରୁ ସେ ଶୌଚ ପାଇଁ ବାହାରକୁ ଯାଇଥିବା ବେଳେ ହାତୀଟି ଟାଣି ନେଇ ଦଳି ଦେଇଥିବା ଅଭିଯୋଗ ହୋଇଛି। ପ୍ରାୟ ୧୬ଟି ହାତୀ ସଂପୃକ୍ତ ଅଞ୍ଚଳରେ ବୁଲୁଥିବା ବେଳେ ଗୋଟିଏ ହାତୀ ତାଙ୍କୁ ଏଭଳି ଆକ୍ରମଣ କରି ହତ୍ୟା କରିଥିବା କୁହାଯାଉଛି। ଏ ସମ୍ପର୍କରେ ସୂଚନା […]

elephant12-1

Rakesh Mallick
  • Published: Friday, 09 February 2018
  • , Updated: 09 February 2018, 09:07 AM IST

ସୁନ୍ଦରଗଡ଼(ଓଡ଼ିଶା ରିପୋର୍ଟର): ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକର କାଦୋପାଣି ଗାଁରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଛି। ଆଜି ଭୋରରୁ ଏହି ଘଟଣା ଘଟିଛି। ମୃତକଙ୍କ ନାଁ ଇଷାକ୍ କୁଜୁର। ଭୋରରୁ ସେ ଶୌଚ ପାଇଁ ବାହାରକୁ ଯାଇଥିବା ବେଳେ ହାତୀଟି ଟାଣି ନେଇ ଦଳି ଦେଇଥିବା ଅଭିଯୋଗ ହୋଇଛି।

ପ୍ରାୟ ୧୬ଟି ହାତୀ ସଂପୃକ୍ତ ଅଞ୍ଚଳରେ ବୁଲୁଥିବା ବେଳେ ଗୋଟିଏ ହାତୀ ତାଙ୍କୁ ଏଭଳି ଆକ୍ରମଣ କରି ହତ୍ୟା କରିଥିବା କୁହାଯାଉଛି। ଏ ସମ୍ପର୍କରେ ସୂଚନା ପାଇବା ପରେ ବନବିଭାଗ କର୍ମଚାରୀ ଗାଁରେ ପହଞ୍ଚି ହାତୀ ଘଉଡାଇବାକୁ ଉଦ୍ୟମ କରୁଛନ୍ତି। ଏହି ଅଞ୍ଚଳରେ ଗତ ମାସକ ମଧ୍ୟରେ ହାତୀ ଆକ୍ରମଣରେ ପ୍ରାୟ ୭ ଜଣଙ୍କ ମୃତ୍ୟୁ ଘଟିଲାଣି।

 

Related story