ଘର ସହିତ ସ୍କୁଲ୍‌ ପାଚେରି ଭାଙ୍ଗିଲେ ହାତୀପଲ  

କରଞ୍ଜିଆ (ସତ୍ୟବ୍ରତ ବେହେରା): ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ରେଞ୍ଜରେ ଏକ ଝାଡ଼ଖଣ୍ଡୀ ହାତୀପଲ ଉତ୍ପାତ କରୁଛନ୍ତି। ଏହି ପଲରେ ୨୨ଟି ହାତୀ ଅଛନ୍ତି। ଗତକାଲି ରାତିରେ ବେଗୁନାବିନ୍ଧା ଗାଁରେ ଏହି ହାତୀପଲ ଦୁଇ ଜଣଙ୍କ ଘର ଓ ଝରକା ଭାଙ୍ଗି ଦେଇଛନ୍ତି। ସେହିପରି ରାଉତାଲିପାଟ ଗାଁରେ ଥିବା ଆଶ୍ରମ ବିଦ୍ୟାଳୟର ପାଚେରି ଭାଙ୍ଗିବା ସହ ସେହି ଗାଁର ରମାକାନ୍ତ ଗିରିଙ୍କ ଘର ଭାଙ୍ଗି ଦେଇଛନ୍ତି। ଏହାସହ ଗାଁରେ କିଛି ଲୋକଙ୍କ ପନିପରିବା ଓ କଦଳୀଚାଷ ମଧ୍ୟ ନଷ୍ଟ […]

elephant

Jyoshna Pradhan
  • Published: Monday, 23 December 2019
  • , Updated: 23 December 2019, 12:20 PM IST

କରଞ୍ଜିଆ (ସତ୍ୟବ୍ରତ ବେହେରା): ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ରେଞ୍ଜରେ ଏକ ଝାଡ଼ଖଣ୍ଡୀ ହାତୀପଲ ଉତ୍ପାତ କରୁଛନ୍ତି। ଏହି ପଲରେ ୨୨ଟି ହାତୀ ଅଛନ୍ତି। ଗତକାଲି ରାତିରେ ବେଗୁନାବିନ୍ଧା ଗାଁରେ ଏହି ହାତୀପଲ ଦୁଇ ଜଣଙ୍କ ଘର ଓ ଝରକା ଭାଙ୍ଗି ଦେଇଛନ୍ତି। ସେହିପରି ରାଉତାଲିପାଟ ଗାଁରେ ଥିବା ଆଶ୍ରମ ବିଦ୍ୟାଳୟର ପାଚେରି ଭାଙ୍ଗିବା ସହ ସେହି ଗାଁର ରମାକାନ୍ତ ଗିରିଙ୍କ ଘର ଭାଙ୍ଗି ଦେଇଛନ୍ତି। ଏହାସହ ଗାଁରେ କିଛି ଲୋକଙ୍କ ପନିପରିବା ଓ କଦଳୀଚାଷ ମଧ୍ୟ ନଷ୍ଟ କରି ଦେଇଛନ୍ତି।

 ଏହି ହାତୀପଲର ଉପସ୍ଥିତି ଯୋଗୁ ସ୍ଥାନୀୟ ଅଞ୍ଚଳରେ ଘଣ୍ଟା ଘଣ୍ଟା ଧରି ବିଜୁଳି କାଟ ହେଉଥିବା ମଧ୍ୟ ଲୋକେ ଅଭିଯୋଗ କରିଛନ୍ତି। ହାତୀପଲ ଏବେ ସୁକୃଳି ବ୍ଲକର ମହୁଳିଆ ଶୁଲି ଜଙ୍ଗଲରେ ଥିବା ସ୍ଥାନୀୟ ଫରେଷ୍ଟର କହିଛନ୍ତି।

ସୂଚନାଯୋଗ୍ୟ, ୫ମାସ ହେବ କରଞ୍ଜିଆ ବନଖଣ୍ଡରେ ଏହି ଝାଡ଼ଖଣ୍ଡୀ ହାତୀପଲର ଉପଦ୍ରବ ବଢ଼ିଚାଲିଛି। କେତେ ବେଳେ ଘର ଦ୍ୱାର ନଷ୍ଟ କରୁଛନ୍ତି ତ’ ଆଉ କେତେବେଳେ ମଣିଷଙ୍କ ଜୀବନ ନେଉଛନ୍ତି। ହାତୀ ଆକ୍ରମଣରେ ସ୍ଥାନୀୟ ଅଞ୍ଚଳରେ ୩ ଜଣଙ୍କ ମୃତ୍ୟୁ ହେଲାଣି।

Related story