ଉତ୍ପାତ ମଚାଇଛନ୍ତି ଝାଡଖଣ୍ଡୀ ହାତୀ ; ଘର ଭାଙ୍ଗୁଛନ୍ତି, ଫସଲ ଉଜାଡ଼ୁଛନ୍ତି

କରଞ୍ଜିଆ ( ସତ୍ୟବ୍ରତ ବେହେରା): ମୟୂରଭଞ୍ଜ ଜିଲ୍ଲାର ରରୁଆଁ ଓ ସୁକ୍ରୁଳୀ ଗାଁରେ ଝାଡଖଣ୍ଡି  ହାତୀଙ୍କ ଉପଦ୍ରବ ଯୋଗୁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଗତ ରାତିରୁ ୨୨ଟି ହାତୀ ଥିବା ଗୋଟିଏ ପଲ ଗାଁରେ ପଶି ଉପଦ୍ରବ ଚଳାଇଛନ୍ତି। ହାତୀ ପଲ ଦୁଧିଆଣି ରେଞ୍ଜର ରାଜପଶି ଗାଁରେ ପଶି ସୁର ହୋଙ୍କ ଘର ଭାଙ୍ଗି ଦେଇଛନ୍ତି । ଏହାସହ ଗାଁ ବିଲରେ ମକା ଓ ଧାନ  ଫସଲ ଉଜାଡ଼ି ଦେଇଛନ୍ତି । ବନ କର୍ମଚାରୀ […]

hati-1.1..

Niharika Rout
  • Published: Saturday, 10 August 2019
  • , Updated: 10 August 2019, 10:15 AM IST

କରଞ୍ଜିଆ ( ସତ୍ୟବ୍ରତ ବେହେରା): ମୟୂରଭଞ୍ଜ ଜିଲ୍ଲାର ରରୁଆଁ ଓ ସୁକ୍ରୁଳୀ ଗାଁରେ ଝାଡଖଣ୍ଡି  ହାତୀଙ୍କ ଉପଦ୍ରବ ଯୋଗୁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଗତ ରାତିରୁ ୨୨ଟି ହାତୀ ଥିବା ଗୋଟିଏ ପଲ ଗାଁରେ ପଶି ଉପଦ୍ରବ ଚଳାଇଛନ୍ତି। ହାତୀ ପଲ ଦୁଧିଆଣି ରେଞ୍ଜର ରାଜପଶି ଗାଁରେ ପଶି ସୁର ହୋଙ୍କ ଘର ଭାଙ୍ଗି ଦେଇଛନ୍ତି । ଏହାସହ ଗାଁ ବିଲରେ ମକା ଓ ଧାନ  ଫସଲ ଉଜାଡ଼ି ଦେଇଛନ୍ତି ।

ବନ କର୍ମଚାରୀ ଓ ଗାଁ ଲୋକେ ମିଳିତ ଭାବେ ରାତି ତମାମ ହାତୀ ପଲକୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ। ଏହି ପଲରୁ ୮ଟି ହାତୀ ଯଶୀପୁରର କେଞ୍ଝରା ଜଙ୍ଗଲକୁ ପଳାଇଥିବାବେଳେ ଆଉ ୧୪ଟି ହାତୀ ଏବେ ଗାଁ ପାଖରେ ରହିଛନ୍ତି । ସପ୍ତାହେ ହେଲା କରଞ୍ଜିଆ ଅଞ୍ଚଳରେ ଝାଡ଼ଖଣ୍ଡୀ ହାତୀ ପଲ ପଶି  ଆତଙ୍କ ଖେଳାଇଛନ୍ତି।

Related story