ହସ୍ପିଟାଲରେ ପଶିଲେ ହାତୀପଲ

ଖୋର୍ଦ୍ଧା(ବଳରାମ ଲେଙ୍କା): ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ହସ୍ପିଟାଲ ପରିସରରେ ପଶିଛନ୍ତି ହାତୀପଲ । ଗତ କାଲି ରାତିରେ ହସ୍ପିଟାଲ ପାଚେରି ଭାଙ୍ଗି କ୍ୟାମ୍ପସରେ ଥିବା କାଜୁ ଜଙ୍ଗଲକୁ ୧୮ଟି ହାତୀ ପଶି ଆସିଛନ୍ତି । ହାତୀ ଘଉଡ଼ାଇବାକୁ ଘଟଣାସ୍ଥଳରେ ପହଞ୍ଚିଛି ବନବିଭାଗ ଟିମ୍ । ଉଚ୍ଚକ୍ଷମତା ସଂପନ୍ନ ବିଦ୍ୟୁତ୍‌ ତାର ଥିବାରୁ ଅଘଟଣ ଆଶଙ୍କା କରି ଘଟଣାସ୍ଥଳରେ ସେସୁ କର୍ମଚାରୀ ମଧ୍ୟ ଉପସ୍ଥିତ ଅଛନ୍ତି । ଉଭୟ ବନ ବିଭା ଓ ସେସୁ ଟିମ୍ ହାତୀ ଘଉଡାଇବା […]

elephant

Niharika Rout
  • Published: Wednesday, 25 November 2020
  • , Updated: 25 November 2020, 08:14 AM IST

ଖୋର୍ଦ୍ଧା(ବଳରାମ ଲେଙ୍କା): ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ହସ୍ପିଟାଲ ପରିସରରେ ପଶିଛନ୍ତି ହାତୀପଲ । ଗତ କାଲି ରାତିରେ ହସ୍ପିଟାଲ ପାଚେରି ଭାଙ୍ଗି କ୍ୟାମ୍ପସରେ ଥିବା କାଜୁ ଜଙ୍ଗଲକୁ ୧୮ଟି ହାତୀ ପଶି ଆସିଛନ୍ତି ।

ହାତୀ ଘଉଡ଼ାଇବାକୁ ଘଟଣାସ୍ଥଳରେ ପହଞ୍ଚିଛି ବନବିଭାଗ ଟିମ୍ । ଉଚ୍ଚକ୍ଷମତା ସଂପନ୍ନ ବିଦ୍ୟୁତ୍‌ ତାର ଥିବାରୁ ଅଘଟଣ ଆଶଙ୍କା କରି ଘଟଣାସ୍ଥଳରେ ସେସୁ କର୍ମଚାରୀ ମଧ୍ୟ ଉପସ୍ଥିତ ଅଛନ୍ତି । ଉଭୟ ବନ ବିଭା ଓ ସେସୁ ଟିମ୍ ହାତୀ ଘଉଡାଇବା ପାଇଁ ବାଣ ମାରୁଛନ୍ତି।

ପୂର୍ବରୁ ମଧ୍ୟ ହସ୍ପିଟାଲ ପରିସରକୁ ୨ଟି ହାତୀ ପଶି ଆସିଥିଲେ।

Related story