କ୍ଷେତରେ ମାତିଛନ୍ତି ହାତୀ, ନଷ୍ଟ ହେଉଛି ଧାନ

Ordigital Desk
  • Published: Sunday, 07 January 2018
  • , Updated: 07 January 2018, 08:00 AM IST
<p>ଢେଙ୍କାନାଳ( ଓଡ଼ିଶା ରିର୍ପୋଟର): ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଅଞ୍ଚଳରେ ହାତୀ ପଲ ଉପଦ୍ରବ କରୁଛନ୍ତି। କନ୍ଦରସିଙ୍ଗା, ପାଟରପଦା, ଡମଳ, ସରାଙ୍ଗ ଓ ଜଟିଆ ଆଦି ଗାଁରେ ୩୦ରୁ ଅଧିକ ହାତୀ ବୁଲୁଛନ୍ତି। ଦିନରେ ସେମାନେ ଧାନ ଫସଲ ଖାଉଛନ୍ତି, ରାତି ହେଲେ ଗାଁ ମୁହାଁ ହେଉଛନ୍ତି। ପାଟରପଦା ଗାଁର ଭ୍ରମରବର ବିଶ୍ୱାଳଙ୍କ ଖଳାରେ ଥିବା ପ୍ରାୟ ୬୦ ବସ୍ତା ଧାନର ଅଧାରୁ ଅଧିକ ଖାଇ ଦେଇଛନ୍ତି ଏହି ହାତୀ ପଲ। ଏହାସହିତ ବେଙ୍ଗଳା ହେବାକୁ ଥିବା ଧାନ ନଷ୍ଟ କରି ଦେଇଛନ୍ତି। ହାତୀପଲର ଉପଦ୍ରବରେ ଗାଁ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି। ତୁରନ୍ତ କ୍ଷୟକ୍ଷତି ଆକଳନ କରି ସହାୟତା ଦେବାକୁ ଗାଁ ଲୋକେ ଦାବି କରିଛନ୍ତି।</p>

Related story