୧୧,୨୦୦କୋଟି ଟଙ୍କାର ଚିଠା ପ୍ରସ୍ତାବକୁ ମଞ୍ଜୁରୀ, ସାମାଜିକ କ୍ଷେତ୍ରକୁ ଅଗ୍ରାଧିକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ୨୦୨୦-୨୧ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ଚିଠା ବଜେଟକୁ ଆଜି ରାଜ୍ୟ ମନ୍ତ୍ରିପରିଷଦର ମଞ୍ଜୁରୀ ମିଳିଛି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମନ୍ତ୍ରିପରିଷଦ ବୈଠକରେ ମୋଟ ୧୧,୨୦୦କୋଟି ଟଙ୍କାର ଅତିରିକ୍ତ ଚିଠା ବଜେଟକୁ ଅନୁମୋଦନ ମିଳିଛି। ବଜେଟରେ ସାମାଜିକ କ୍ଷେତ୍ର, ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପ ନିମନ୍ତେ ଅର୍ଥବରାଦ ସହ ଜୀବିକାନିର୍ବାହ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ମନ୍ତ୍ରିପରିଷଦ ବୈଠକରେ ଏହି ପ୍ରସ୍ତାବିତ ଅତିରିକ୍ତ […]

money

money

Tapas Behera
  • Published: Thursday, 12 November 2020
  • Updated: 12 November 2020, 09:56 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ୨୦୨୦-୨୧ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ଚିଠା ବଜେଟକୁ ଆଜି ରାଜ୍ୟ ମନ୍ତ୍ରିପରିଷଦର ମଞ୍ଜୁରୀ ମିଳିଛି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମନ୍ତ୍ରିପରିଷଦ ବୈଠକରେ ମୋଟ ୧୧,୨୦୦କୋଟି ଟଙ୍କାର ଅତିରିକ୍ତ ଚିଠା ବଜେଟକୁ ଅନୁମୋଦନ ମିଳିଛି। ବଜେଟରେ ସାମାଜିକ କ୍ଷେତ୍ର, ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପ ନିମନ୍ତେ ଅର୍ଥବରାଦ ସହ ଜୀବିକାନିର୍ବାହ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁସାରେ, ମନ୍ତ୍ରିପରିଷଦ ବୈଠକରେ ଏହି ପ୍ରସ୍ତାବିତ ଅତିରିକ୍ତ ବଜେଟ ସମ୍ପର୍କରେ ବିଶେଷ କିଛି ଆଲୋଚନା ହୋଇନଥିଲେ ମଧ୍ୟ ଅର୍ଥ ବିଭାଗ ସୂତ୍ରରୁ ଜଣାପଡ଼ିଛି ଯେ, କୋଭିଡ୍ ମହାମାରୀ ଯୋଗୁ ପ୍ରଭାବିତ ହୋଇଥିବା ବଜେଟ୍ ବ୍ୟୟବରାଦକୁ ଅତିରିକ୍ତ ବଜେଟରେ ପୁର୍ନଗଠିତ କରାଯାଇଛି।

୨୦୨୦-୨୧ ଆର୍ଥିକ ବର୍ଷର ମୂଳବଜେଟରେ କେତେକ କ୍ଷେତ୍ର ପାଇଁ ଆବଣ୍ଟିତ ଅର୍ଥର ବ୍ୟୟବରାଦର ପ୍ରାଥମିକତା ଦିଗକୁ ଚିହ୍ନଟ କରାଯାଇଛି। ବିଶେଷକରି ସ୍ୱାସ୍ଥ୍ୟ, ସାମାଜିକ କ୍ଷେତ୍ର, ଜୀବିକାନିର୍ବାହ ଓ ଭିତ୍ତିଭୂମି କ୍ଷେତ୍ର ଉପରେ ଅଧିକ ଫୋକସ ଦିଆଯାଇଛି। ୨୦୨୦-୨୧ ଆର୍ଥିକ ବର୍ଷର ମୂଳ ବଜେଟ ଦେଢ଼ ଲକ୍ଷ କୋଟି ଟଙ୍କା ଥିବାବେଳେ ଅକ୍ଟୋବର ଶେଷସୁଦ୍ଧା ମାତ୍ର ୫୧ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇପାରିଛି। ଏହା ସତ୍ତ୍ୱେ ସରକାର ପୁଣି ୧୧୨୦୦କୋଟି ଟଙ୍କା ଅତିରିକ୍ତ ବଜେଟରେ ବ୍ୟୟବରାଦ କରିଛନ୍ତି। ରାଜସ୍ୱ ସଂଗ୍ରହ ଓ କେନ୍ଦ୍ରୀୟ ଅନୁଦାନ ହ୍ରାସ ପାଉଥିବାବେଳେ ବଜେଟ ଅର୍ଥ ଭରଣା କରିବା ସରକାରଙ୍କ ପକ୍ଷେ ଏକପ୍ରକାର ଚ୍ୟାଲେଞ୍ଜ ହୋଇଥିବାରୁ ଅର୍ଥ ବିଭାଗ କେବଳ ଚଳିତ ଆର୍ଥିକ ବର୍ଷର ମୂଳବଜେଟରେ ଆବଣ୍ଟିତ ଅର୍ଥକୁ ଏଥର ପୁର୍ନଗଠିତ କରି ଅତିରିକ୍ତ ବଜେଟ ମାଧ୍ୟମରେ ବିଧାନସଭାରେ ଅନୁମୋଦନ କରାଇବାକୁ ଲକ୍ଷ୍ୟ ରଖିଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ୨୦୧୯-୨୦ ଆର୍ଥିକ ବର୍ଷର ମୂଳ ବଜେଟ ୧.୩୯ଲକ୍ଷ ଟଙ୍କା ଥିବାବେଳେ ଅତିରିକ୍ତ ବଜେଟ ୮୧୨୬କୋଟି ଟଙ୍କା ଥିଲା। ଚଳିତବର୍ଷ କରୋନା କଟକଣା ଯୋଗୁ ଆର୍ଥିକ କ୍ଷେତ୍ର ବହୁ ପରିମାଣରେ ପ୍ରଭାବିତ ହୋଇଥିବାରୁ ସରକାର ନିଜର ବଜେଟ ପ୍ରସ୍ତୁତ ନୀତିରେ ମଧ୍ୟ କେତେକ ପରିବର୍ତ୍ତନ କରିଥିବା ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story