ପୁରୀ (ମଧୁସୂଦନ ମିଶ୍ର): ଗତକାଲି ଅଧାରେ ଅଟକିଥିବା ଏମାର ମଠର ଉଚ୍ଛେଦ କାର୍ଯ୍ୟ ଆଜି ମଧ୍ୟ ଜାରି ରହିଛି। ସିଂହଦ୍ୱାର ସମ୍ମୁଖରେ ଥିବା ରଘୁନନ୍ଦନ ପାଠାଗାରର କିଛି କୋଠରୀକୁ ଆଜି ଭଙ୍ଗାଯାଉଛି । ଏଥି ସହିତ ଖାଦ୍ୟଶସ୍ୟ ମହଜୁଦ ରଖିବା ପାଇଁ ହୋଇଥିବା କୋଠରୀକୁ ମଧ୍ୟ ଭଙ୍ଗାଯାଉଛି ।
ମଠ ଭିତରେ ଥିବ ମହନ୍ତ ମହାରାଜଙ୍କ ଘରଗୁଡିକୁ ମଧ୍ୟ ଖାଲି କରାଯାଇଛି । ଏଥି ସହିତ ମଠର କିଛି ଅଂଶରେ ଚାଲିଥିବା ଖଜା ଦୋକାନଗୁଡିକୁ ଆଜି ଭଙ୍ଗାଯାଉଛି । ଶ୍ରୀମନ୍ଦିର ସମ୍ମୁଖରେ ଶହ ଶହ ବର୍ଷ ଧରି ଦଣ୍ଡାୟମାନ ଏହି ମଠକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଚ୍ଛେଦ ବେଳେ ନଜରକୁ ଆସିଥିଲା କିଛି ଗୁପ୍ତ କୋଠରୀ । ଉପର ତଳ ହୋଇ ୬ଟି ରହସ୍ୟଜନକ ଅନ୍ଧାର କୋଠରୀ ଓ ଅଜଣା ସୁଡ଼ଙ୍ଗ ଗତକାଲି ଦେଖିବାକୁ ମିଳିଥିଲା ।
ଗବେଷକଙ୍କ ମତରେ ଦ୍ୱାଦଶ ଶତାଦ୍ଦୀରେ ସନ୍ଥ ରାମାନୁଚାର୍ଯ୍ୟଙ୍କ ପୁରୀ ଆଗମନ ସମୟରେ ଏ ମଠର ନିର୍ମାଣ ହୋଇଥିବା ଅନୁମାନ କରାଯାଏ । ଶ୍ରୀମନ୍ଦିର ଚୌହଦି ସଫା ଅଭିଯାନକ୍ରମେ ଦ୍ୱିତୀୟ ମଠ ଭାବେ ପାଳି ପଡିଛି ଏମ୍ଆର ମଠର ପୂର୍ବରୁ ଲଙ୍ଗୁଳି ମଠ ଉଚ୍ଛେଦ ସରିଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ରାଜଧାନୀରେ ପୁଣି ଆରମ୍ଭ ହେବ ବୁଲା କୁକୁର ବନ୍ଧ୍ୟାକରଣ
ରାଜ୍ୟରେ ରାସ୍ତାରେ ବୁଲୁଛନ୍ତି ୧୭ ଲକ୍ଷରୁ ଅଧିକ ବୁଲା କୁକୁର। ଗତ ଦେଢ଼ ମାସ ଭିତରେ କେବଳ ବିଏମସି ହସ୍ପିଟାଲରେ ୫ଶହ ଲୋକ କୁକୁର କାମୁଡ଼ା ଟିକା ନେଇଛନ୍ତି।
Miscellaneous
ଧାନର ମାନ ଖରାପ ଥିଲେ ବି କିଣିବେ ସରକାର; ଫସଲ ନଷ୍ଟ ପାଇଁ ମିଳିବ କ୍ଷତିପୂରଣ
ଓଦା ଧାନ ଶୁଖେଇ ମଣ୍ଡିରେ ବିକ୍ରି ପାଇଁ ଚାଷୀଙ୍କୁ ଅଧିକ ସମୟ ଦିଆଯିବ। ଅଦିନିଆ ବୃଷ୍ଟିପାତଜନିତ କ୍ଷୟକ୍ଷତି ପୂରଣ ପାଇଁ ସରକାର ପ୍ରସ୍ତୁତ ବୋଲି କହିଲେ ମନ୍ତ୍ରୀ।
Politics
‘ମୁଁ ୨ ଥର ଚିଟଫଣ୍ଡ ଠକେଇର ଶିକାର ହୋଇଛି’
ଟଙ୍କା ଯୋଗାଡ଼ କରି ଦେଇଥିଲି, କିନ୍ତୁ ପରେ ସଂସ୍ଥା ହିଁ ଉଭାନ ହୋଇଯାଇଥିଲା। ୧୯୮୬ ଆଇନ ଅନୁସାରେ ଅପିଲ୍ ବି କରିଥିଲି, ମାତ୍ର ଟଙ୍କା ମିଳିଲାନି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
Accident
ଗୋଡ଼ାଇ ଗୋଡ଼ାଇ କାମୁଡ଼ୁଛି ପାଗଳା କୁକୁର, ୬ ଗୁରୁତର
ପାଗଳ କୁକୁର କାମୁଡ଼ାରେ ୬ଜଣ ଗୁରୁତର ହୋଇଛନ୍ତି। ସେମାନେ ଏବେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।