‘ଦେଶର ସ୍ୱର୍ଣ୍ଣିମ ଇତିହାସରେ ଜରୁରୀକାଳୀନ ପରିସ୍ଥିତି ଏକ କଳା ଦାଗ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦେଶର ସ୍ୱର୍ଣ୍ଣିମ ଇତିହାସରେ ଜରୁରୀକାଳୀନ ପରିସ୍ଥିତି ଏକ କଳା ଦାଗ। ନିଜ ସ୍ୱାର୍ଥ ଲାଗି ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଥିଲା। ସ୍ୱାର୍ଥପରଙ୍କ ପାଇଁ ଦେଶ ଏକ ଜେଲ ସଦୃଶ ହୋଇଥିଲା। ମୁମ୍ବାଇର ଏକ ସେମିନାରରେ କଂଗ୍ରେସ ଉପରେ ଏଭଳି ଢଙ୍ଗରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୧୯୭୫ ମସିହାରେ ଦେଶରେ ଜାରି ହୋଇଥିବା ଜରୁରୀକାଳୀନ ପରିସ୍ଥିତିକୁ ଆଜି ପୂରିଛି ୪୩ ବର୍ଷ। ଆଜିର ଦିବସକୁ ଦେଶବ୍ୟାପୀ କଳା ଦିବସ ଭାବେ ପାଳନ କରିଛି […]

emergency

emergency

Rakesh Mallick
  • Published: Tuesday, 26 June 2018
  • Updated: 26 June 2018, 08:13 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦେଶର ସ୍ୱର୍ଣ୍ଣିମ ଇତିହାସରେ ଜରୁରୀକାଳୀନ ପରିସ୍ଥିତି ଏକ କଳା ଦାଗ। ନିଜ ସ୍ୱାର୍ଥ ଲାଗି ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଥିଲା। ସ୍ୱାର୍ଥପରଙ୍କ ପାଇଁ ଦେଶ ଏକ ଜେଲ ସଦୃଶ ହୋଇଥିଲା। ମୁମ୍ବାଇର ଏକ ସେମିନାରରେ କଂଗ୍ରେସ ଉପରେ ଏଭଳି ଢଙ୍ଗରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୧୯୭୫ ମସିହାରେ ଦେଶରେ ଜାରି ହୋଇଥିବା ଜରୁରୀକାଳୀନ ପରିସ୍ଥିତିକୁ ଆଜି ପୂରିଛି ୪୩ ବର୍ଷ। ଆଜିର ଦିବସକୁ ଦେଶବ୍ୟାପୀ କଳା ଦିବସ ଭାବେ ପାଳନ କରିଛି ବିଜେପି। ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ନିଷ୍ପତ୍ତିକୁ କଡ଼ା ସମାଲୋଚନା କରିବା ସହ କଂଗ୍ରେସକୁ ଟାର୍ଗେଟ କରିଛି ବିଜେପି। ତେବେ ବିଜେପିର ଏହି ସମାଲୋଚନାକୁ ତାଚ୍ଛଲ୍ୟ କରି କଂଗ୍ରେସ କହିଛି ମୋଦିଙ୍କ ଶାସନ ଔରଙ୍ଗଜେବଙ୍କ ଶାସନଠୁ ବଳିଯାଇଛି।

narendraସେପଟେ ଜରୁରୀ ପରିସ୍ଥିତିକୁ କଳା ସମୟ କହି କଂଗ୍ରେସକୁ ନିଶାନା କଲେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ। ଭୁବନେଶ୍ୱରରେ ବୁଦ୍ଧିଜୀବୀ ଓ ସାମ୍ବାଦିକ ସମ୍ମିଳନୀରେ ପୃଥକ ପୃଥକ ଭାବେ କଂଗ୍ରେସର ପରିବାରବାଦ ଓ କ୍ଷମତା ଲୋଭ ଯୋଗୁଁ ଗଣତନ୍ତ୍ର କିପରି ବିପନ୍ନ ହୋଇଥିଲା ତାର ଉଦାହରଣ ରଖି ବର୍ଷିଥିଲେ ସ୍ମୃତି। ଏପଟେ ସ୍ୱାସ୍ଥ୍ୟ ଶିକ୍ଷା ଓ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ କଥା ଉଠାଇ ରାଜ୍ୟ ସରକାରଙ୍କୁ ବି ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ। ‘ଆୟୁଷ୍ମାନ ଭାରତ’ ପରି କେନ୍ଦ୍ରର ବହୁ ପ୍ରତୀକ୍ଷିତ ଯୋଜନାକୁ ରାଜ୍ୟ ସରକାର ତୃଣମୂଳ ସ୍ତରର ଲୋକଙ୍କ ପାଖରେ ପହଁଞ୍ଚାଇବାକୁ ମଧ୍ୟ ସ୍ମୃତି ଦେଇଛନ୍ତି ଆହ୍ୱାନ।

୪୩ ବର୍ଷ ତଳର ଜରୁରୀକାଳିନ ସ୍ଥିତିକୁ ମନେ ପକାଇ ଗାନ୍ଧୀ ପରିବାରକୁ ଟାର୍ଗେଟ କରୁଛନ୍ତି କେନ୍ଦ୍ର ମନ୍ତ୍ରୀ ସୃତି ଇରାନୀ। ଭୁବନେଶ୍ୱରରେ ବୁଦ୍ଧିଜୀବୀ ସମ୍ମିଳନୀକୁ ଉଦ୍‌ବୋଧନ ଦେବା ଅବସରରେ କଂଗ୍ରେସର କଳା ଇତିହାସ କଥା ଅବତାରଣା କରିଥିଲେ ସ୍ମୃତି। ପରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମଧ୍ୟ ସମାନ ଢଙ୍ଗରେ କଂଗ୍ରେସ ଉପରେ ବର୍ଷିଥିଲେ। ଜରୁରୀକାଳୀନି ସ୍ଥିତି ସମୟରେ ଓଡ଼ିଶାର ସତ୍ୟାଗ୍ରହୀଙ୍କ କଥା କହିବା ବେଳେ ଖେଳିଥିଲେ ବିଜୁକାର୍ଡ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos