ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ଗ୍ରହଣ କଲେ କବି ରମାକାନ୍ତ ରଥ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ଭୁବନେଶ୍ୱରରେ ‘ଅତିବଡ଼ୀ ଜଗନ୍ନାଥ ଦାସ’ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା ଯୋଗଦେଇ ବିଶିଷ୍ଟ ସାରସ୍ୱତ ସାଧକ କବି ରମାକାନ୍ତ ରଥଙ୍କୁ ‘ଅତିବଡ଼ୀ ଜଗନ୍ନାଥ ଦାସ’ ସମ୍ମାନ ପ୍ରଦାନ କରିଛନ୍ତି। ଏହାଛଡ଼ା ୧୫ ସାରସ୍ୱତ ସାଧକଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି। ଏହି ଅବସରରେ ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି-“ରାଜ୍ୟରେ ଭାଗବତ ଟୁଙ୍ଗିର ପୁନରୁଦ୍ଧାର କରାଯିବ। ଏଥିପାଇଁ ଥିବା ଅନୁଦାନ ରାଶିକୁ […]

Eminent poet Ramakanta Rath receives Atibadi Jagannath Das award

Eminent poet Ramakanta Rath receives Atibadi Jagannath Das award

Rakesh Mallick
  • Published: Thursday, 26 July 2018
  • Updated: 26 July 2018, 10:12 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ଭୁବନେଶ୍ୱରରେ ‘ଅତିବଡ଼ୀ ଜଗନ୍ନାଥ ଦାସ’ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା ଯୋଗଦେଇ ବିଶିଷ୍ଟ ସାରସ୍ୱତ ସାଧକ କବି ରମାକାନ୍ତ ରଥଙ୍କୁ ‘ଅତିବଡ଼ୀ ଜଗନ୍ନାଥ ଦାସ’ ସମ୍ମାନ ପ୍ରଦାନ କରିଛନ୍ତି। ଏହାଛଡ଼ା ୧୫ ସାରସ୍ୱତ ସାଧକଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି-“ରାଜ୍ୟରେ ଭାଗବତ ଟୁଙ୍ଗିର ପୁନରୁଦ୍ଧାର କରାଯିବ। ଏଥିପାଇଁ ଥିବା ଅନୁଦାନ ରାଶିକୁ ୨୫ରୁ ୫୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ବଜେଟ୍‌ରେ ୯ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଅତିବଡ଼ୀ ଜଗନ୍ନାଥ ଦାସଙ୍କ ସ୍ମୃତିପୀଠ ପୁରୀ ଜିଲ୍ଲା କପିଳେଶ୍ୱରପୁର ଶାସନରେ ୧ କୋଟି ଟଙ୍କା ଖର୍ଚ୍ଚ ହେବ।”

ପୁରସ୍କାର ଗ୍ରହଣ କରିବା ପରେ ଯୁବ ଲେଖକଙ୍କୁ ପରାମର୍ଶ ଦେଇ କବି ରମାକାନ୍ତ ରଥ କହିଛନ୍ତି-“ଲେଖିଛି ବୋଲି ଗର୍ବ କରିବେ ନାହିଁ। ଭାବିବେ, ଯାହା ଲେଖିବାକୁ ଚାହିଁଥିଲି, ତାହା ଲେଖି ପାରିଲିନି। ତାହାହେଲେ ସେମାନଙ୍କୁ ଆଗକୁ ଯିବା ପାଇଁ ପ୍ରେରଣା ମିଳିବ।”

କବି ଡାକ୍ତର ସରୋଜିନୀ ଷଡଙ୍ଗୀ କହିଛନ୍ତି-“ଡାକ୍ତରୀ ପାଠ ପେସା ହେଲେ, କବିତା ଲେଖା ହେଲା ନିଶା। ସେଥିପାଇଁ ସାହିତ୍ୟ ଏକାଡେମୀ ଦ୍ୱାରା ସମ୍ୱର୍ଦ୍ଧିତ ହୋଇଥିବାରୁ ବହୁ ଖୁସି ଲାଗୁଛି। ଏହାର ଶ୍ରେୟ ଦେବି ପ୍ରଭୁ ଜଗନ୍ନାଥଙ୍କୁ। ଯିଏ ମୋତେ ଦେଖିବା, ଲେଖିବା, ସହିବା ଓ କହିବା ଶିଖାଇଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos