ଶରତଙ୍କୁ ମିଳିନି ଉଚିତ ସମ୍ମାନ; ଆନ୍ଧ୍ରପ୍ରଦେଶ ରାଜ୍ୟପାଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶିଷ୍ଟ ରାଜନେତା ଶରତ କରଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ଦିଆଯାଇ ନପାରିବା  ଘଟଣାକୁ ନିନ୍ଦା କରିଛନ୍ତି ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ। ସେ କହିଛନ୍ତି, ରାଜ୍ୟର ଜଣେ ଯଶସ୍ୱୀ ରାଜନେତାଙ୍କ ବିୟୋଗ ପରେ ତାଙ୍କୁ ସମ୍ମାନ ଦେବାରେ ଯେଉଁଭଳି ଅବହେଳା କରାଗଲା ତାହା ଆଦୌ ଗ୍ରହଣୀୟ ନୁହେଁ। ଶରତ କରଙ୍କ ଉଦ୍ଦେଶ୍ୟରେ ଆୟୋଜିତ ଏକ ରାଜ୍ୟ ସ୍ତରୀୟ ସ୍ମୃତିସଭାରେ ବିଶ୍ୱଭୂଷଣ ଏଭଳି କହିଛନ୍ତି। ରାଜ୍ୟ ପୂଜ୍ୟ ପ୍ରଣାମ ଟ୍ରଷ୍ଟ ପକ୍ଷରୁ ଜୁମ୍ ଭିଡିଓ ଆପ୍ ମାଧ୍ୟମରେ […]

bjp0000

Tapaswini Nayak
  • Published: Monday, 19 October 2020
  • , Updated: 19 October 2020, 11:18 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶିଷ୍ଟ ରାଜନେତା ଶରତ କରଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ଦିଆଯାଇ ନପାରିବା  ଘଟଣାକୁ ନିନ୍ଦା କରିଛନ୍ତି ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ। ସେ କହିଛନ୍ତି, ରାଜ୍ୟର ଜଣେ ଯଶସ୍ୱୀ ରାଜନେତାଙ୍କ ବିୟୋଗ ପରେ ତାଙ୍କୁ ସମ୍ମାନ ଦେବାରେ ଯେଉଁଭଳି ଅବହେଳା କରାଗଲା ତାହା ଆଦୌ ଗ୍ରହଣୀୟ ନୁହେଁ। ଶରତ କରଙ୍କ ଉଦ୍ଦେଶ୍ୟରେ ଆୟୋଜିତ ଏକ ରାଜ୍ୟ ସ୍ତରୀୟ ସ୍ମୃତିସଭାରେ ବିଶ୍ୱଭୂଷଣ ଏଭଳି କହିଛନ୍ତି।

ରାଜ୍ୟ ପୂଜ୍ୟ ପ୍ରଣାମ ଟ୍ରଷ୍ଟ ପକ୍ଷରୁ ଜୁମ୍ ଭିଡିଓ ଆପ୍ ମାଧ୍ୟମରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାକୁ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏଥିରେ ଦଳମତ ନିର୍ବିଶେଷର ରାଜ୍ୟର ମାନ୍ୟଗଣ ବ୍ୟକ୍ତି ଓ ରାଜନେତାମାନେ ସ୍ଵର୍ଗତ କରଙ୍କ ସ୍ମୃତିଚାରଣ ସହ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହା ପୂର୍ବରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ଶରତଙ୍କୁ ଉଚିତ ସମ୍ମାନ ମିଳିନଥିବାରୁ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ।

Related story