ସ୍ୱାସ୍ଥ୍ୟ ବିଭାଗ ଛଡ଼ା ଅନ୍ୟ ସବୁ ବିଭାଗ କର୍ମଚାରୀ କରିବେ ‘ୱାର୍କ ଫ୍ରମ୍‌ ହୋମ୍‌’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣ ବୃଦ୍ଧି ଯୋଗୁ ରାଜଧାନୀ ଭୁବନେଶ୍ୱର ସମେତ ୪ଟି ଜିଲ୍ଲା ଓ ରାଉରକେଲା ମହାନଗର ନିଗମରେ ୧୪ଦିନିଆ ସମ୍ପୂର୍ଣ୍ଣ ଲକଡାଉନ୍ ଆଜି ରାତି ୯ଟାରୁ କାର୍ଯ୍ୟକ୍ଷମ ହେବ। ତେବେ ଏହି ଅବଧି ମଧ୍ୟରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଛଡ଼ା ଅନ୍ୟ ସମସ୍ତ ବିଭାଗର କର୍ମଚାରୀଙ୍କ ପାଇଁ ‘ୱାର୍କ ଫ୍ରମ୍ ହୋମ୍ ’ ସୁବିଧା ଓ ‘ୱସାସ’ ସୁବିଧା ରହିବ। ରାଜ୍ୟ ସରକାରଙ୍କ ବିପର୍ଯ୍ୟୟ ପ୍ରଶମନ ପରିଚାଳନା ପ୍ରତିଷ୍ଠାନ, ଜିଲ୍ଲା ଓ ପୌର […]

work-from-home

work-from-home

Manoranjan Sial
  • Published: Friday, 17 July 2020
  • Updated: 17 July 2020, 08:14 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣ ବୃଦ୍ଧି ଯୋଗୁ ରାଜଧାନୀ ଭୁବନେଶ୍ୱର ସମେତ ୪ଟି ଜିଲ୍ଲା ଓ ରାଉରକେଲା ମହାନଗର ନିଗମରେ ୧୪ଦିନିଆ ସମ୍ପୂର୍ଣ୍ଣ ଲକଡାଉନ୍ ଆଜି ରାତି ୯ଟାରୁ କାର୍ଯ୍ୟକ୍ଷମ ହେବ। ତେବେ ଏହି ଅବଧି ମଧ୍ୟରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଛଡ଼ା ଅନ୍ୟ ସମସ୍ତ ବିଭାଗର କର୍ମଚାରୀଙ୍କ ପାଇଁ ‘ୱାର୍କ ଫ୍ରମ୍ ହୋମ୍ ’ ସୁବିଧା ଓ ‘ୱସାସ’ ସୁବିଧା ରହିବ। ରାଜ୍ୟ ସରକାରଙ୍କ ବିପର୍ଯ୍ୟୟ ପ୍ରଶମନ ପରିଚାଳନା ପ୍ରତିଷ୍ଠାନ, ଜିଲ୍ଲା ଓ ପୌର ପ୍ରଶାସନ, ପୁଲିସ, ଅଗ୍ନିଶମ ସେବା, ସ୍ୱାସ୍ଥ୍ୟ ପ୍ରତିଷ୍ଠାନ, ଜରୁରୀକାଳୀନ ସେବାରେ ନିୟୋଜିତ କର୍ମଚାରୀ ଓ ଅଫିସରଙ୍କୁ ଏହି ଲକଡାଉନରୁ ବାଦ୍ ଦିଆଯାଇଛି। ରାଜଧାନୀ ଭୁବନେଶ୍ୱରରେ ଲକଡାଉନ୍ ହେଉଥିବାରୁ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ନିମନ୍ତେ ଏହି ଗାଇଡଲାଇନ୍ ଜାରି ହୋଇଛି।

ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ଜାରି ନିର୍ଦ୍ଦେଶନାମା ଅନୁସାରେ ରାଉରକେଲା ମହାନଗର ନିଗମ ସମେତ ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁର ଜିଲ୍ଲାର ସମଗ୍ର ଅଂଚଳରେ ଆଜି ରାତିଠୁ ଲକଡାଉନ୍ ଆରମ୍ଭ ହେବ। ଏହି ଲକଡାଉନ୍ ଅବଧିରେ ରାଜ୍ୟ ସରକାରଙ୍କ ବିଭାଗଗୁଡ଼ିକ ନିଜର କର୍ମଚାରୀମାନଙ୍କ ପାଇଁ ‘ୱାର୍କ ଫ୍ରମ ହୋମ’ ପ୍ରୋଟୋକଲକୁ ପାଳନ କରିବେ । ୱସାସରେ ଅଫିସ୍ କାର୍ଯ୍ୟ କରିବା ନିମନ୍ତେ ଭିପିଏନ୍ ସୁବିଧା ମଧ୍ୟ ପ୍ରଦାନ କରିବେ। ପ୍ରତ୍ୟେକ ବିଭାଗ ନିଜର ଇସ୍ୟୁ ସେକ୍ସନରେ କର୍ମଚାରୀମାନଙ୍କ ରୋଷ୍ଟର ଡ୍ୟୁଟିକୁ ସୁନିଶ୍ଚିତ କରାଇବେ। ଯାହାଫଳରେ ସମସ୍ତ ଡାକ ଇସ୍ୟୁ ଓ ପ୍ରାପ୍ତି ସ୍ୱୀକାର କରିହେବ ଆଉ ସେସବୁକୁ ସ୍କାନିଂ କରି ୱସାସରେ ଅପଲୋଡ୍ କରାଯାଇ ପାରିବ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଚାହିଁଲେ ନିଜର କର୍ମଚାରୀମାନଙ୍କ ପୂର୍ଣ୍ଣ କ୍ଷମତା ସହ କାର୍ଯ୍ୟ କରିପାରିବେ। ବିଭାଗର କଣ୍ଟ୍ରୋଲ ରୁମ୍ ନିୟମିତ ଭାବେ କାର୍ଯ୍ୟ କରିବ । ୱସାସ୍ ଓ ଅନ୍ୟ ଆଇଟି ସେବା ପ୍ରଦାନ ନିମନ୍ତେ ରାଜ୍ୟ ଆଇଟି ସେଣ୍ଟର ୨୪ଘଣ୍ଟିଆ ସହାୟତା ଯୋଗାଇ ଦେବ।
ଏହି ଲକଡାଉନ୍ ଅବଧିରେ ସମସ୍ତ କର୍ମଚାରୀ ହେଡକ୍ୱାର୍ଟରରେ ରହିବେ ଓ ସ୍ୱଳ୍ପ ଅବଧିର ନୋଟିସ ଓ ଟେଲିଫୋନ୍ ମାଧ୍ୟମରେ ଅବଗତ କରାଗଲେ ଯେଭଳି ଅଫିସରେ ଯୋଗ ଦେବାକୁ ପ୍ରସ୍ତୁତ ରହିବେ। ଏସବୁ ବ୍ୟତୀତ ଜରୁରୀ ଓ ଅତ୍ୟାବଶ୍ୟକ କାର୍ଯ୍ୟ ନିମନ୍ତେ ବିଭାଗୀୟ ସଚିବମାନେ ଚାହିଁଲେ ନିଜର ନିର୍ଦ୍ଦିଷ୍ଟ କର୍ମଚାରୀମାନଙ୍କୁ ବ୍ୟକ୍ତିଗତ ଭାବେ ଅଫିସ୍ ଆସିବା ପାଇଁ କହିପାରିବେ। ଏହି ଲକଡାଉନ୍ ଅବଧିରେ କେବଳ ଭର୍ଚୁଆଲ ବୈଠକ ବା ଡିଜିଟାଲ ବୈଠକ ପାଇଁ ଅନୁମତି ମିଳିବ।

ସେହିପରି ଲକଡାଉନ୍ ଅବଧିରେ କଟକଣା ଲାଗୁ ହୋଇଥିବା ଅଂଚଳରେ ଥିବା ନିଜର ସବଅଡିନେଟ୍ ଓ କ୍ଷେତ୍ରୀୟ ଅଫିସଗୁଡ଼ିକରେ କାର୍ଯ୍ୟ କିଭଳି ହେବ ତା’ର ନିଷ୍ପତ୍ତି ପ୍ରଶାସନିକ ବିଭାଗଗୁଡ଼ିକ ନେବେ। ଏହି କରୋନା ମହାମାରୀର ସଂକ୍ରମଣକୁ ରୋକିବା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହେଉଥିବା ପରାମର୍ଶକୁ ସମସ୍ତ ସରକାରୀ କର୍ମଚାରୀଙ୍କୁ ନିଶ୍ଚିତ ଭାବେ ପାଳନ କରିବାକୁ ସାଧାରଣ ପ୍ରଶାସନ ବିଭାଗ ନିର୍ଦ୍ଦେଶ ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story