କଟକରେ ଏନ୍‌କାଉଣ୍ଟର: ପୋଲିସ ଗୁଳିରେ କାବୁଆ ଜଖମ, ଦେଖନ୍ତୁ ଭିଡିଓ

କଟକ: କଟକରେ ପୋଲିସ-ଅପରାଧୀ ଛକାପଞ୍ଝା। ଅପରାଧୀକୁ ଧରିବା ପାଇଁ ପୋଲିସ  କରିଛି ଏନ୍‌କାଉଣ୍ଟର। ସଦର ଥାନା ଅଞ୍ଚଳରେ ପୋଲିସ୍‌ ଏନ୍‌କାଉଣ୍ଟର କରିଛି। ଏଥିରେ ଦୁର୍ଦ୍ଦାନ୍ତ ଅପରାଧୀ ଉତ୍ତମ ସିଂ ଓରଫ କାବୁଆ ଆହତ ହୋଇଛି। ଉତ୍ତମଙ୍କ ବାମ ଗୋଡ଼ରେ ବାଜିଛି ଗୁଳି। ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। କୁରୁଣ୍ଟି ଗାଁରେ ପୋଲିକୁ ବୋମାମାଡ଼ ଘଟଣାରେ ସମ୍ପୃକ୍ତ  ଥିଲା କାବୁଆ। କାବୁଆଠାରୁ  ଗୋଟିଏ ବନ୍ଧୁକ, ୨ ଗୁଳି, ଗୋଟିଏ ଖୋକା ଜବତ କରାଯାଇଛି। କାବୁଆ ନାମରେ ବିଭିନ୍ନ ଥାନାରେ ମାମଲା ରହିଛି।