ଗଣେଶ ଗୋଡ଼ରେ ବାଜିଲା ଗୁଳି

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): କେନ୍ଦ୍ରାପଡ଼ା ସଦର ଥାନା ପୁଲିସ୍‌ ଓ ସ୍ପେଶାଲ୍ ସ୍କ୍ୱାଡ୍‌ର ଏନକାଉଣ୍ଟରରେ ଅପରାଧୀ ଗଣେଶ ମଲ୍ଲିକ ଗୁରୁତର ଆହତ ହୋଇଛି। ତା’ ଡାହାଣ ଗୋଡ଼ରେ ଗୁଳି ବାଜିଛି। ତାକୁ ପ୍ରଥମେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରୁ ତାକୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। କେନ୍ଦ୍ରାପଡ଼ାର ହାଲପୁର ଛକରେ ଏହି ଏନ୍‌କାଉଣ୍ଟର ହୋଇଥିଲା। ଗଣେଶ ନାଁରେ କେନ୍ଦ୍ରାପଡ଼ା ସମେତ ବାଲିଚନ୍ଦ୍ରପୁର, ଜଗତସିଂହପୁର, ରାଉରକେଲା, ଯାଜପୁର, କଟକ ଓ ଖୋର୍ଦ୍ଧା ପ୍ରଭୃତି […]

GANESHMALLICK

Jitendra Garnayak
  • Published: Tuesday, 19 February 2019
  • , Updated: 19 February 2019, 08:10 AM IST

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): କେନ୍ଦ୍ରାପଡ଼ା ସଦର ଥାନା ପୁଲିସ୍‌ ଓ ସ୍ପେଶାଲ୍ ସ୍କ୍ୱାଡ୍‌ର ଏନକାଉଣ୍ଟରରେ ଅପରାଧୀ ଗଣେଶ ମଲ୍ଲିକ ଗୁରୁତର ଆହତ ହୋଇଛି। ତା’ ଡାହାଣ ଗୋଡ଼ରେ ଗୁଳି ବାଜିଛି। ତାକୁ ପ୍ରଥମେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରୁ ତାକୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

କେନ୍ଦ୍ରାପଡ଼ାର ହାଲପୁର ଛକରେ ଏହି ଏନ୍‌କାଉଣ୍ଟର ହୋଇଥିଲା।

ଗଣେଶ ନାଁରେ କେନ୍ଦ୍ରାପଡ଼ା ସମେତ ବାଲିଚନ୍ଦ୍ରପୁର, ଜଗତସିଂହପୁର, ରାଉରକେଲା, ଯାଜପୁର, କଟକ ଓ ଖୋର୍ଦ୍ଧା ପ୍ରଭୃତି ବିଭିନ୍ନ ଥାନାରେ ଚୋରି, ଡକାୟତି, ବଳାତ୍କାର, ହତ୍ୟା ଧମକ, ହତ୍ୟା ଉଦ୍ୟମ ଓ ଦାଦା ବଟି ପରି ୪୦ରୁ ଅଧିକ ମାମଲା ରହିଛି। ସେ ୨୦୧୫ରୁ ଫେରାର ହୋଇଯାଇଥିଲା।

ଗତକାଲି ରାତିରେ ଗଣେଶ କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ନିଜ ଗାଁ ହାଲପୁରକୁ ସରସ୍ୱତୀ ମେଳଣରେ ଯୋଗ ଦେବାକୁ ଆସିଥିଲା। ଏନେଇ ପୁଲିସ୍ ଖବର ପାଇଥିଲା। ଏହା ପରେ ପୁଲିସ୍ ସେଠାରେ ଚଢ଼ାଉ କରିଥିଲା। ଗଣେଶ ପୁଲିସ୍ ଉପରକୁ ଗୁଳି କରି ଖସିଯିବାକୁ ଉଦ୍ୟମ କରିଥିଲା। ତେବେ ପୁଲିସ୍‌ର ପାଲଟା ଗୁଳିରେ ସେ ଆହତ ହୋଇଥିଲା।

ଗଣେଶ ନିକଟରୁ ଗୋଟିଏ ବନ୍ଧୁକ ଓ ଛଅଟି ଗୁଳି ଜବତ କରାଯାଇଛି।

Related story