ରାଜଧାନୀରେ ଏନ୍‌କାଉଣ୍ଟର୍‌; ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତ ଗୋଡ଼ରେ ବାଜିଛି ଗୁଳି

ଭୁବନେଶ୍ୱର ( ଓଡ଼ିଶା ରିପୋର୍ଟର): ଡକାୟତି ଉଦ୍ଦେଶ୍ୟରେ ନୟାଗଡ଼ରୁ ରାଜଧାନୀ ଆସିଥିବା ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତ ମାଝି ପୁଲିସ୍‌ ଏନ୍‌କାଉଣ୍ଟର୍‌ରେ ଆହତ ହୋଇଛି। କଳିଙ୍ଗନଗରର କେ ସେଭେନ୍ ଅଞ୍ଚଳରେ ଆଜି ଭୋର୍‌ରେ ଏହି ଏନକାଉଣ୍ଟର ହୋଇଛି। ପୁଲିସ୍‌ ସୁଶାନ୍ତଠାରୁ ଗୋଟିଏ ୯ ଏମ୍ଏମ୍ ପିସ୍ତଲ ଓ ୫ଟି ଗୁଳି ଜବତ କରିଛି। ସୂଚନା ଅନୁଯାୟୀ, ସୁଶାନ୍ତର ଘର ନୟାଗଡ଼ ଜିଲ୍ଲା ହାଟବସ୍ତା ଅଞ୍ଚଳରେ। ଡକାୟତି ଉଦ୍ଦେଶ୍ୟରେ ସେ ନୟାଗଡ଼ରୁ ଭୁବନେଶ୍ୱର ଆସିଥିଲା। ତେବେ କୌଣସି ସୂତ୍ରରୁ ଖବର […]

encounter..1

Niharika Rout
  • Published: Thursday, 05 September 2019
  • , Updated: 05 September 2019, 10:12 AM IST

ଭୁବନେଶ୍ୱର ( ଓଡ଼ିଶା ରିପୋର୍ଟର): ଡକାୟତି ଉଦ୍ଦେଶ୍ୟରେ ନୟାଗଡ଼ରୁ ରାଜଧାନୀ ଆସିଥିବା ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତ ମାଝି ପୁଲିସ୍‌ ଏନ୍‌କାଉଣ୍ଟର୍‌ରେ ଆହତ ହୋଇଛି। କଳିଙ୍ଗନଗରର କେ ସେଭେନ୍ ଅଞ୍ଚଳରେ ଆଜି ଭୋର୍‌ରେ ଏହି ଏନକାଉଣ୍ଟର ହୋଇଛି। ପୁଲିସ୍‌ ସୁଶାନ୍ତଠାରୁ ଗୋଟିଏ ୯ ଏମ୍ଏମ୍ ପିସ୍ତଲ ଓ ୫ଟି ଗୁଳି ଜବତ କରିଛି।

ସୂଚନା ଅନୁଯାୟୀ, ସୁଶାନ୍ତର ଘର ନୟାଗଡ଼ ଜିଲ୍ଲା ହାଟବସ୍ତା ଅଞ୍ଚଳରେ। ଡକାୟତି ଉଦ୍ଦେଶ୍ୟରେ ସେ ନୟାଗଡ଼ରୁ ଭୁବନେଶ୍ୱର ଆସିଥିଲା। ତେବେ କୌଣସି ସୂତ୍ରରୁ ଖବର ପାଇ କମିଶନରେଟ୍‌ ପୁଲିସ୍ କଳିଙ୍ଗନଗର କେ ସେଭେନ୍‌ ଅଞ୍ଚଳରେ ପହଞ୍ଚି  ତାକୁ କାବୁ କରିବା ପାଇଁ ଚେଷ୍ଟା କରିଥିଲା। ଏହି ସମୟରେ ସୁଶାନ୍ତ ପୁଲିସ୍‌ ଉପରକୁ ଗୁଳି ଚଳାଇଥିଲା। ଜବାବରେ ପୁଲିସ୍‌ ମଧ୍ୟ ତା ଉପରକୁ ଗୁଳି ଚଳାଇଥିଲା। ସୁଶାନ୍ତର ବାମ ଗୋଡ଼ର ଆଣ୍ଠୁ ତଳକୁ ଗୁଳି ବାଜିଥିଲା।

ଆହତ ଅବସ୍ଥାରେ ସୁଶାନ୍ତକୁ ପ୍ରଥମେ କ୍ୟାପିଟାଲ୍ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ପରେ ତାକୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ସୁଶାନ୍ତ ନାଁରେ ଏକାଧିକ ଡକାୟତି ସହ ହତ୍ୟା ଉଦ୍ୟମ ଭଳି ମାମଲା ରହିଛି। ଟାଙ୍ଗୀରୁ ୬୦ଲକ୍ଷ ଟଙ୍କା ଲୁଟ୍ ଘଟଣାରେ ସେ ସଂପୃକ୍ତ ଥିବା ପୁଲିସ୍‌ ସୂଚନା ଦେଇଛି। ଚଳିତ ବର୍ଷ କମିଶନରେଟ୍ ପୁଲିସ୍‌ର ଏହା ଷଷ୍ଠ ଏନ୍‌କାଉଣ୍ଟର୍‌ ବୋଲି ଜଣାପଡ଼ିଛି।

Related story