ଥଇଥାନରେ ବିଳମ୍ବକୁ ନେଇ ଚିନ୍ତାରେ ବିଜେଡି ନେତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଞ୍ଚମ ପାଳି ସରକାର ଗଠନ ହେବାର ୨ମାସ ବିତିଲାଣି, କିନ୍ତୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ନେତାମାନଙ୍କୁ ସରକାରୀ ପଦପଦବୀରେ ଥଇଥାନ କରିବାକୁ ନେଇ ବିଶେଷ ଆଗ୍ରହ ଦେଖାଉନାହାନ୍ତି। ଯେଉଁଥିପାଇଁ ସାଧାରଣ ନିର୍ବାଚନରେ ଟିକେଟରୁ ବଞ୍ଚିତ ହୋଇଥିବା ନେତାମାନେ ଓ ପରାଜିତ ହେଭିୱେଟ୍ ନେତାମାନେ ଚିନ୍ତାରେ ପଡ଼ିଛନ୍ତି। ଥଇଥାନ ତୁଳନାରେ ଦଳ ଏବେ ବିଜେପୁର ଉପନିର୍ବାଚନ ପ୍ରସ୍ତୁତିକୁ ପ୍ରାଥମିକତା ଦେଉଥିବାରୁ ଦଳୀୟ ନେତାମାନେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ମିଳିଥିବା ସୂଚନା ଅନୁସାରେ, […]

11bjd-office

11bjd-office

Manoranjan Sial
  • Published: Thursday, 08 August 2019
  • Updated: 08 August 2019, 08:26 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଞ୍ଚମ ପାଳି ସରକାର ଗଠନ ହେବାର ୨ମାସ ବିତିଲାଣି, କିନ୍ତୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ନେତାମାନଙ୍କୁ ସରକାରୀ ପଦପଦବୀରେ ଥଇଥାନ କରିବାକୁ ନେଇ ବିଶେଷ ଆଗ୍ରହ ଦେଖାଉନାହାନ୍ତି। ଯେଉଁଥିପାଇଁ ସାଧାରଣ ନିର୍ବାଚନରେ ଟିକେଟରୁ ବଞ୍ଚିତ ହୋଇଥିବା ନେତାମାନେ ଓ ପରାଜିତ ହେଭିୱେଟ୍ ନେତାମାନେ ଚିନ୍ତାରେ ପଡ଼ିଛନ୍ତି। ଥଇଥାନ ତୁଳନାରେ ଦଳ ଏବେ ବିଜେପୁର ଉପନିର୍ବାଚନ ପ୍ରସ୍ତୁତିକୁ ପ୍ରାଥମିକତା ଦେଉଥିବାରୁ ଦଳୀୟ ନେତାମାନେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ପାଟକୁରା ନିର୍ବାଚନ ଫଳାଫଳ ଆସିବା ପରେ ଦଳୀୟ ନେତାମାନଙ୍କୁ ବିଭିନ୍ନ ପଦପଦବୀରେ ଥଇଥାନ କରାଯିବ ବୋଲି ଦଳୀୟ ନେତାମାନେ ଆଶା କରିଥିଲେ। କିନ୍ତୁ ଇତିମଧ୍ୟରେ ୧୫ଦିନ ବିତିଯାଇଥିଲେ ବି ବିଜେଡି ନେତୃତ୍ୱ ଏଥିପ୍ରତି ବିଶେଷ ଆଗ୍ରହ ଦେଖାଉନଥିବାରୁ ଦଳୀୟ ନେତାଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବିଧାନସଭା ଅଧିବେଶନ ସରିବା ପରେ ଅଗଷ୍ଟ ୨-୩ ତାରିଖ ମଧ୍ୟରେ ବିଭିନ୍ନ ସରକାରୀ ପଦପଦବୀରେ ଦଳୀୟ ନେତାମାନଙ୍କୁ ଥଇଥାନ କରିବାକୁ ପ୍ରଥମେ ଯୋଜନା ପ୍ରସ୍ତୁତ ହୋଇଥିଲା। କିନ୍ତୁ ଏବେ ପୁଣି ଦିନ ଗଡ଼ି ଏହା ଅଗଷ୍ଟ ୧୨-୧୪ତାରିଖରେ ଘୋଷଣା ହେବାର ସମ୍ଭାବନା ରହିଛି। ବିଜେଡି ନେତୃତ୍ୱ ଏବେ ଦଳୀୟ ନେତାଙ୍କ ଥଇଥାନ ତୁଳନାରେ ବିଜେପୁର ଉପନିର୍ବାଚନ ପ୍ରସ୍ତୁତିକୁ ଅଧିକ ଗୁରୁତ୍ୱ ଦେଇ ସେ ଦିଗରେ ସମୟ ଦେଉଛନ୍ତି। ବିଜେପୁର ଉପନିର୍ବାଚନ ପ୍ରସ୍ତୁତିକୁ ନେଇ ଦଳ ପକ୍ଷରୁ ଇତିମଧ୍ୟରେ ୩ଥର ବୈଠକ ବସିସାରିଲାଣି। ତେବେ ଏହି ଥଇଥାନ ତାଲିକା କେବେ ପ୍ରକାଶ ପାଇବ ତାହା ଦଳରେ କାହାରିକୁ ଜଣାନାହିଁ।

ସାଧାରଣ ନିର୍ବାଚନରେ ପରାଜିତ ବିଜେଡି ନେତାମାନେ ନିଜର ରାଜନୀତିକ ଅସ୍ତିତ୍ୱ ବଜାୟ ରଖିବା ପାଇଁ ସରକାରୀ ପଦପଦବୀ ହାସଲ ନିମନ୍ତେ ଜୋରଦାର ଲବି କରିବାରେ ଲାଗିଛନ୍ତି। କିନ୍ତୁ ପରାଜିତ ପ୍ରାର୍ଥୀଙ୍କ ତୁଳନାରେ ଟିକେଟରୁ ବଞ୍ଚିତ ନେତାମାନଙ୍କୁ ଅଧିକ ଗୁରୁତ୍ୱ ଦେବାକୁ ଦଳ ଚିନ୍ତା କରୁଥିବାରୁ ଏହି ଥଇଥାନ ତାଲିକା ଉପରେ ଏବେ ସମସ୍ତଙ୍କ ନଜର ରହିଛି। ସେପଟେ ମନ୍ତ୍ରୀପଦରୁ ବଞ୍ଚିତ ହୋଇଥିବା ଦଳର ଅଧିକାଂଶ ବିଧାୟକ ମଧ୍ୟ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପଦରେ ଅବସ୍ଥାପିତ ହୋଇ ମନ୍ତ୍ରୀ ପାହ୍ୟା ପାଇବାକୁ ଅନାଇ ବସିଛନ୍ତି।

ନିର୍ବାଚନବେଳେ ଅନ୍ୟ ଦଳରୁ ଆସି ବିଜେଡିକୁ ସହଯୋଗ ଦେଇଥିବା ନେତାମାନଙ୍କ ସମେତ ଦଳର ବହୁ ନେତ୍ରୀ ଓ ଯୁବନେତା ମଧ୍ୟ ପଦପଦବୀ ଆଶାରେ ଅଛନ୍ତି। ସୀମିତ ସରକାରୀ ଓ ସାଂଗଠନିକ ପଦପଦବୀରେ କିଭଳି ଏତେ ସଂଖ୍ୟକ ଆଶାୟୀଙ୍କୁ ଥଇଥାନ କରାଯିବ ତାହା ଏବେ ବିଜେଡି ନେତୃତ୍ୱଙ୍କ ପାଇଁ ମୁଖ୍ୟ ଚ୍ୟାଲେଞ୍ଜ ପାଲଟିଛି। ଦଳୀୟ ନେତାମାନଙ୍କ ତୁଷ୍ଟୀକରଣ ପାଇଁ କିଛି ମନ୍ତ୍ରୀ ପାହ୍ୟା ଥିବା ପଦବୀ ପ୍ରଥମଥର ସୃଷ୍ଟି କରାଯାଉଥିବା ଜଣାପଡ଼ିଛି। ତେବେ ଏସବୁ ମଧ୍ୟରେ ଯଦି ସବୁ ବର୍ଗର ନେତାଙ୍କୁ ସନ୍ତୁଷ୍ଟ କରାନଯାଏ, ତା’ର ପ୍ରଭାବ ବିଜେପୁର ଉପନିର୍ବାଚନ ଓ ପୌର ନିର୍ବାଚନ ଉପରେ ପଡ଼ିବାର ଆଶଙ୍କା ମଧ୍ୟ ରହିଛି।

ଏପଟେ ନିର୍ବାଚନବେଳେ ଅଧିକାଂଶ ଅସନ୍ତୁଷ୍ଟ ନେତାଙ୍କୁ ଦଳର ସମ୍ପାଦକ, ସାଧାରଣ ସମ୍ପାଦକ ଓ ଉପସଭାପତି ପଦରେ ଅବସ୍ଥାପିତ କରାଯାଇଛି। ଦଳରେ ଏବେ ମୋଟ ୯ଜଣ ଉପସଭାପତି, ୩୪ଜଣ ସାଧାରଣ ସମ୍ପାଦକ ଓ ୩୫ଜଣ ସମ୍ପାଦକ ଅଛନ୍ତି। ଅକ୍ଟୋବର ୨ରୁ ପଦଯାତ୍ରା ସହ ସଭ୍ୟ ସଂଗ୍ରହ ଅଭିଯାନ କରିବାକୁ ଯାଉଥିବା ବିଜେଡି ନିଜର ଏହି ସାଂଗଠନିକ ପଦବୀରେ କେତେକ ପରିବର୍ତ୍ତନ କରିବ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story