ଖଣ୍ଡା ଧରି ଲୁଟ୍ ଉଦ୍ୟମ, ଅଳ୍ପକେ ବର୍ତ୍ତିଲେ ଇଞ୍ଜିନିୟର୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିନକୁ ଦିନ ଅସୁରକ୍ଷିତ ହେବାରେ ଲାଗିଛି ରାଜଧାନୀ। କିଛି ଦିନର ବ୍ୟବଧାନ ପରେ ଆଉ ଥରେ ଭୁବନେଶ୍ୱରରେ ମାତିଛନ୍ତି ଲୁଟେରା। ପୁଣିଥରେ ଶୈଳଶ୍ରୀ ବିହାର ଅଞ୍ଚଳରେ ସକାଳୁ ସକାଳୁ ଲୁଟେରା ଲୁଟ୍ ଉଦ୍ୟମ କରିଛନ୍ତି ଲୁଟେରା। ଏଥର ଲୁଟେରା ସେଣ୍ଟ୍ରାଲ୍ ରୁମ୍ ଟ୍ରେନିଂ ସେଣ୍ଟରର ବରିଷ୍ଠ ଇଞ୍ଜିନିୟରକୁ ଟାର୍ଗେଟ୍ କରିଛନ୍ତି। ବରିଷ୍ଠ ଇଞ୍ଜିନିୟର ଜଣକ ଫୁଲ ତୋଳିବାକୁ ଯାଇଥିଲା ବେଳେ ଦୁଇ ଜଣ ଲୁଟେରା ତାଙ୍କୁ ଆକ୍ରମଣ କରିଥିଲେ। ଖଣ୍ଡାରେ ଆକ୍ରମଣ କରି ଲୁଟିବାକୁ […]

LOOT

LOOT

Ranjit Kumar Jena
  • Published: Wednesday, 28 October 2020
  • Updated: 28 October 2020, 04:43 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିନକୁ ଦିନ ଅସୁରକ୍ଷିତ ହେବାରେ ଲାଗିଛି ରାଜଧାନୀ। କିଛି ଦିନର ବ୍ୟବଧାନ ପରେ ଆଉ ଥରେ ଭୁବନେଶ୍ୱରରେ ମାତିଛନ୍ତି ଲୁଟେରା। ପୁଣିଥରେ ଶୈଳଶ୍ରୀ ବିହାର ଅଞ୍ଚଳରେ ସକାଳୁ ସକାଳୁ ଲୁଟେରା ଲୁଟ୍ ଉଦ୍ୟମ କରିଛନ୍ତି ଲୁଟେରା। ଏଥର ଲୁଟେରା ସେଣ୍ଟ୍ରାଲ୍ ରୁମ୍ ଟ୍ରେନିଂ ସେଣ୍ଟରର ବରିଷ୍ଠ ଇଞ୍ଜିନିୟରକୁ ଟାର୍ଗେଟ୍ କରିଛନ୍ତି।

ବରିଷ୍ଠ ଇଞ୍ଜିନିୟର ଜଣକ ଫୁଲ ତୋଳିବାକୁ ଯାଇଥିଲା ବେଳେ ଦୁଇ ଜଣ ଲୁଟେରା ତାଙ୍କୁ ଆକ୍ରମଣ କରିଥିଲେ। ଖଣ୍ଡାରେ ଆକ୍ରମଣ କରି ଲୁଟିବାକୁ ଉଦ୍ୟମ କରିଥିଲେ। ତେବେ ଇଞ୍ଜନିୟର୍ ଜଣକ ବେଶ ସାହସିକତା ଦେଖାଇଥିଲେ। ଲୁଟେରା ତାଙ୍କୁ ହାଣିବାକୁ ଚେଷ୍ଟା କରିବା ବେଳେ ସେ ଖଣ୍ଡାକୁ ଧରିପକାଇ ଥିଲେ। ଲୁଟେରା ଖଣ୍ଡାରେ ଆକ୍ରମଣ କରିବା ବେଳେ ସେମାନଙ୍କଠାରୁ ଖଣ୍ଡା ଛଡାଇ ଆଣିବା ପାଇଁ ସକ୍ଷମ ହୋଇଥିଲେ ସମ୍ପୃକ୍ତ ଇଞ୍ଜିନିୟର। ପରେ ପୁଲିସ ଖଣ୍ଡାଟିକୁ ଜବତ କରିଛି। ଲୁଟେରାଙ୍କ ଆକ୍ରମଣରେ ଦୁଇ ହାତ ଓ ଗୋଡ଼ରେ ଆଘାତ ଲାଗିଛି।

କେବଳ ଆଜି ନୁହେଁ ଚଳିତ ମାସ ୨୦ ତାରିଖରେ ବି ସେହି ଶୈଳଶ୍ରୀ ବିହାର ଅଞ୍ଚଳର ମହିଳାଙ୍କ କାନଫୁଲ ଲୁଟିନେଇଥିଲେ ଦୁର୍ବୃତ୍ତ। ମହିଳା ଜଣକ ସକାଳ ସମୟରେ ଫୁଲ ତୋଳିବାକୁ ଯାଇଥିବାବେଳେ ଏକ ବାଇକରେ ଦୁଇ ଯୁବକ ଆସି ତାଙ୍କ କାନଫୁଲ ଝାମ୍ପି ନେଇଥିଲେ। ଲୁଟର ଶିକାର ହୋଇଥିବା ମହିଳା ଜଣକ ଶାନ୍ତିଲତା ବେହେରା। ତାଙ୍କ ବୟସ ପ୍ରାୟ ୭୦ ବର୍ଷ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos