ରାତିରେ ଅପହରଣ, ସକାଳେ ମୁକୁଳିଲେ ନିର୍ବାହୀ ଯନ୍ତ୍ରୀ

ଝାରସୁଗୁଡା(ଭାଗିରଥୀ ସାହୁ): ରାତିରେ ଅପହରଣ ହୋଇଥିବା ନିର୍ବାହୀ  ଯନ୍ତ୍ରୀ ସକାଳେ କଳାହାଣ୍ଡି ଜିଲ୍ଲାରେ ମୁକୁଳିଲେ। ଏପରି ଘଟଣା ଝାରସୁଗୁଡ଼ା ଜିଲ୍ଲାରେ ଘଟିଥିବା ବେଳେ ଅପହରଣର କାରଣ ଅସ୍ପଷ୍ଟ ରହିଛି। ଗତରାତିରେ ଝାରସୁଗୁଡ଼ା ଜିଲ୍ଲାରୁ ଅପହରଣ ହୋଇଥିବା ନିର୍ବାହୀ ଯନ୍ତ୍ରୀ ଆଜି ସକାଳେ କଳାହାଣ୍ଡି ଜିଲ୍ଲାରୁ ଉଦ୍ଧାର ହୋଇଛନ୍ତି। ଖୋଦ ଅପହୃତ ହୋଇଥିବା ଝାରସୁଗୁଡା ଗ୍ରାମ୍ୟ ଉନ୍ନୟନ ବିଭାଜନର ନିର୍ବାହୀ ଯନ୍ତ୍ରୀ ମନୋରଞ୍ଜନ ପଟ୍ଟନାୟକ ଆଜି ସକାଳେ କେସିଙ୍ଗା ଥାନାରେ ପହଞ୍ଚି ଘଟଣା ସମ୍ପର୍କରେ କହିବା ପରେ ପୁଲିସ୍‌ […]

kidnap

Niharika Rout
  • Published: Wednesday, 07 October 2020
  • , Updated: 07 October 2020, 02:10 PM IST

ଝାରସୁଗୁଡା(ଭାଗିରଥୀ ସାହୁ): ରାତିରେ ଅପହରଣ ହୋଇଥିବା ନିର୍ବାହୀ  ଯନ୍ତ୍ରୀ ସକାଳେ କଳାହାଣ୍ଡି ଜିଲ୍ଲାରେ ମୁକୁଳିଲେ। ଏପରି ଘଟଣା ଝାରସୁଗୁଡ଼ା ଜିଲ୍ଲାରେ ଘଟିଥିବା ବେଳେ ଅପହରଣର କାରଣ ଅସ୍ପଷ୍ଟ ରହିଛି। ଗତରାତିରେ ଝାରସୁଗୁଡ଼ା ଜିଲ୍ଲାରୁ ଅପହରଣ ହୋଇଥିବା ନିର୍ବାହୀ ଯନ୍ତ୍ରୀ ଆଜି ସକାଳେ କଳାହାଣ୍ଡି ଜିଲ୍ଲାରୁ ଉଦ୍ଧାର ହୋଇଛନ୍ତି।

ଖୋଦ ଅପହୃତ ହୋଇଥିବା ଝାରସୁଗୁଡା ଗ୍ରାମ୍ୟ ଉନ୍ନୟନ ବିଭାଜନର ନିର୍ବାହୀ ଯନ୍ତ୍ରୀ ମନୋରଞ୍ଜନ ପଟ୍ଟନାୟକ ଆଜି ସକାଳେ କେସିଙ୍ଗା ଥାନାରେ ପହଞ୍ଚି ଘଟଣା ସମ୍ପର୍କରେ କହିବା ପରେ ପୁଲିସ୍‌ ତଦନ୍ତ ଆରମ୍ଭ କରିଛି।

ନିର୍ବାହୀ ଯନ୍ତ୍ରୀ ମନୋରଞ୍ଜନ ପଟ୍ଟନାୟକଙ୍କ ନିକଟରୁ ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ ସେ ନିଜ ସରକାରୀ ବାସଭବନରେ ଥିଲେ। ବିଳମ୍ବିତ ରାତିରେ ପ୍ରାୟ ୭ରୁ ୮ ଯୁବକ ପହଞ୍ଚି ତାଙ୍କ କବାଟ ବାଡ଼େଇଥିଲେ। ଏହାପରେ କବାଟ ଖୋଲିବାରୁ ସେମାନେ ତାଙ୍କୁ ଏକ ଧଳା ବୋଲେରୋରେ ଅପହରଣ କରି ନେଇ ଯାଇଥିଲେ।

ଆଜି ସକାଳୁ ଅପହରଣକାରୀମାନେ ତାଙ୍କୁ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଅଞ୍ଚଳରେ ଛାଡ଼ି ଦେଇଥିଲେ। ନିଜେ ମନୋରଞ୍ଜନ ପଟ୍ଟନାୟକ କେସିଙ୍ଗା ଆଦର୍ଶ ଥାନାକୁ ଆସି ସବୁ କଥା ଜଣାଇଥିବା କେସିଙ୍ଗା ଆଇଆଇସି ଅଶୋକ ମହାପାତ୍ର ସୂଚନା ଦେଇଛନ୍ତି ।

ଅପହରଣର କାରଣ ଅସ୍ପଷ୍ଟ ଥିବା ବେଳେ ଘଟଣାର ଛାନଭିନ ଆରମ୍ଭ କରିଛି ପୁଲିସ୍‌।

Related story