ଅଶ୍ଲୀଳ ଭିଡିଓ ଭାଇରାଲ୍‌ର ଧମକ ଦେଇ ପ୍ରେମିକାକୁ କାଙ୍ଗାଳ କରିଦେଲା ପ୍ରେମିକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଯୁବତୀଙ୍କୁ ଅଶ୍ଲୀଳ ଭିଡିଓ ଭାଇରାଲ କରାଇଦେବା ନାଁରେ ବ୍ଲାକମେଲିଂ। ଏପରିକି ତାଙ୍କଠାରୁ ଟଙ୍କା ଗହଣା ହଡପ ଅଭିଯୋଗରେ କମିଶନରେଟ୍ ପୁଲିସ ଜଣେ ଇଞ୍ଜିନିୟରିଂ ଛାତ୍ରକୁ ଗିରଫ କରିଛି। ଅଭିଯୁକ୍ତ ଛାତ୍ର ଜଣକ ହେଲେ ଦେବୀ ପ୍ରସାଦ ପତି। ପୁଲିସ ତାଙ୍କଠାରୁ ୧୦ ହଜାର ଟଙ୍କା ଓ ଲକ୍ଷାଧିକ ଟଙ୍କାର ଗହଣା ଜବତ କରିଛି। ଛାତ୍ର ଜଣଙ୍କ ଯୁବତୀଙ୍କ ସହ ସଂପର୍କ ରଖି ତାଙ୍କର କିଛି ଅଶ୍ଳୀଳ ଫଟୋ ଉତ୍ତୋଳନ କରିଥିଲେ। ପରେ ସେସବୁ […]

boy

boy

Puspanjali Panda
  • Published: Monday, 12 August 2019
  • Updated: 12 August 2019, 07:47 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଯୁବତୀଙ୍କୁ ଅଶ୍ଲୀଳ ଭିଡିଓ ଭାଇରାଲ କରାଇଦେବା ନାଁରେ ବ୍ଲାକମେଲିଂ। ଏପରିକି ତାଙ୍କଠାରୁ ଟଙ୍କା ଗହଣା ହଡପ ଅଭିଯୋଗରେ କମିଶନରେଟ୍ ପୁଲିସ ଜଣେ ଇଞ୍ଜିନିୟରିଂ ଛାତ୍ରକୁ ଗିରଫ କରିଛି।

ଅଭିଯୁକ୍ତ ଛାତ୍ର ଜଣକ ହେଲେ ଦେବୀ ପ୍ରସାଦ ପତି। ପୁଲିସ ତାଙ୍କଠାରୁ ୧୦ ହଜାର ଟଙ୍କା ଓ ଲକ୍ଷାଧିକ ଟଙ୍କାର ଗହଣା ଜବତ କରିଛି। ଛାତ୍ର ଜଣଙ୍କ ଯୁବତୀଙ୍କ ସହ ସଂପର୍କ ରଖି ତାଙ୍କର କିଛି ଅଶ୍ଳୀଳ ଫଟୋ ଉତ୍ତୋଳନ କରିଥିଲେ। ପରେ ସେସବୁ ଫଟୋକୁ ଭାଇରାଲ୍ କରାଇଦେବା ଧମକ ଦେଇ ବ୍ଳାକମେଲିଂ କରିବା ସହ ଟଙ୍କା ଆଦାୟ କରିଥିଲେ। ଏମିତିକି ମୁହଁ ଖୋଲିଲେ ହତ୍ୟା ଧମକ ମଧ୍ୟ ଦେଇଥିଲେ।

ଏହି ଭୟରେ ଯୁବତୀ ଜଣଙ୍କ ଘରର ସମସ୍ତ ଗହଣା ଲୁଚାଇ ଅଭିଯୁକ୍ତ ଛାତ୍ରଙ୍କୁ ଦେଇଥିଲେ। ପରେ ଘର ଲୋକ ଗହଣା ନପାଇବା ପରେ ଘଟଣା ଜଣାପଡିଥିଲା। ଏନେଇ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos