ପ୍ରତ୍ୟେକ କୋଭିଡ୍ ରୋଗୀଙ୍କୁ ସମ୍ମାନର ସହ ଚିକିତ୍ସା ସୁନିଶ୍ଚିତ କରାଅ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କୋଭିଡ୍ ସଂକ୍ରମିତ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାବେଳେ ପ୍ରତ୍ୟେକ କରୋନା ରୋଗୀଙ୍କୁ ସମ୍ମାନର ସହ ଚିକିତ୍ସା ସୁନିଶ୍ଚିତ କରାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। କୋଭିଡ୍ ଚିକିତ୍ସା ପାଇଁ ଏବେ ରାଜ୍ୟରେ ଆବଶ୍ୟକ ପରିମାଣର ବେଡ୍ , ଅକ୍ସିଜେନ, ଔଷଧ ଆଦି ରହିଥିବାବେଳେ ଯୁଦ୍ଧକାଳୀନ ଭିତ୍ତିରେ ବେଡ୍ ଓ ଔଷଧ ଗଚ୍ଛିତ ରଖିବାର ପରିମାଣ ବୃଦ୍ଧି, ଅନ୍ୟ ରାଜ୍ୟରୁ ଆସୁଥିବା ଲୋକଙ୍କର କ୍ୱାରେଣ୍ଟାଇନରେ ରହିବା ଓ ନିଶ୍ଚିତ ପରୀକ୍ଷା […]

Naveen Pattnaik

Naveen Pattnaik

Ordigital Desk
  • Published: Tuesday, 20 April 2021
  • Updated: 20 April 2021, 08:23 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କୋଭିଡ୍ ସଂକ୍ରମିତ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାବେଳେ ପ୍ରତ୍ୟେକ କରୋନା ରୋଗୀଙ୍କୁ ସମ୍ମାନର ସହ ଚିକିତ୍ସା ସୁନିଶ୍ଚିତ କରାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। କୋଭିଡ୍ ଚିକିତ୍ସା ପାଇଁ ଏବେ ରାଜ୍ୟରେ ଆବଶ୍ୟକ ପରିମାଣର ବେଡ୍ , ଅକ୍ସିଜେନ, ଔଷଧ ଆଦି ରହିଥିବାବେଳେ ଯୁଦ୍ଧକାଳୀନ ଭିତ୍ତିରେ ବେଡ୍ ଓ ଔଷଧ ଗଚ୍ଛିତ ରଖିବାର ପରିମାଣ ବୃଦ୍ଧି, ଅନ୍ୟ ରାଜ୍ୟରୁ ଆସୁଥିବା ଲୋକଙ୍କର କ୍ୱାରେଣ୍ଟାଇନରେ ରହିବା ଓ ନିଶ୍ଚିତ ପରୀକ୍ଷା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ରାଜ୍ୟବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଲକଡାଉନ୍ ବିନା କୋଭିଡ୍ ପରିସ୍ଥିତିର ମୁକାବିଲା କରିବା ନିମନ୍ତେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱ ପାଳନ କରିବାକୁ ପ୍ରାଥମିକତା ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି କୋଭିଡ୍ ପରିସ୍ଥିତିର ସମୀକ୍ଷା କରି ଅକ୍ସିଜେନ ସୁବିଧାଯୁକ୍ତ ବେଡ୍ ସଂଖ୍ୟା ବୃଦ୍ଧି ପାଇଁ ନିର୍ଦ୍ଦେଶ ଦେବା ସହ ଭବିଷ୍ୟତରେ କୋଭିଡ୍ ପରିସ୍ଥିତିକୁ ଅତି ଖରାପ ହେବାର ଥିବାରୁ ସେଥିପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଛନ୍ତି। ଏହାସହିତ ପ୍ରତ୍ୟେକ ରୋଗୀ ଯେଭଳି ସମ୍ମାନଜନକ ଭାବେ ଚିକିତ୍ସା ପାଇପାରିବେ ତାହା ସୁନିଶ୍ଚିତ କରିବା ସହ ଲୋକଙ୍କ ଜୀବନ ବଂଚାଇବାକୁ ଶ୍ରେଷ୍ଠ ପ୍ରୟାସ କରିବାକୁ କହିଛନ୍ତି। ଏବେ ରାଜ୍ୟରେ ବେଡ୍ ଓ ଅକ୍ସିଜେନରେ ସମସ୍ୟା ନଥିଲେ ମଧ୍ୟ ଭବିଷ୍ୟତ ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କୋଭିଡର ଦ୍ୱିତୀୟ ଲହରୀ ଅନେକ ରାଜ୍ୟରେ ଗୁରୁତର ପ୍ରଭାବ ପକାଇଛି। କୋଭିଡ୍ ରୋଗୀ ସଂଖ୍ୟା ବୃଦ୍ଧି ପାଉଥିବାରୁ କେତେକ ସହରରେ ସ୍ୱାସ୍ଥ୍ୟସେବା ଉପରେ ଗମ୍ଭୀର ଚାପ ପଡ଼ିଛି। ଓଡ଼ିଶାରେ ଗତ କିଛିଦିନ ଭିତରେ କୋଭିଡ୍ ରୋଗୀ ସେବା ବଢ଼ିଛି। ତେବେ ଆଗୁଆ ପଦକ୍ଷେପ ଓ ପ୍ରସ୍ତୁତି ଯୋଗୁ ପରିସ୍ଥିତିକୁ ଅନେକାଂଶରେ ନିୟନ୍ତ୍ରଣ କରାଯାଇପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ପ୍ରାଥମିକତା ଭିତ୍ତିରେ କେତେକ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସେଗୁଡ଼ିକ ହେଲା ରାଜ୍ୟବ୍ୟାପୀ କୋଭିଡ୍ ହସ୍ପିଟାଲ ଓ କୋଭିଡ୍ କେୟାର ସେଣ୍ଟରରେ ବେଡ୍ ସଂଖ୍ୟା ବୃଦ୍ଧି। ଅକ୍ସିଜେନ୍ ସୁବିଧା ଥିବା ବେଡ୍ ଯେତେ ଅଧିକ ହୋଇପାରିବ ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି। ଅକ୍ସିଜେନ ଯୋଗାଣ ପରିସ୍ଥିତିକୁ କଡ଼ାକଡ଼ି ଭାବେ ତଦାରଖ କରିବାକୁ କହିଛନ୍ତି। ସେହିପରି ଅନେକ ରାଜ୍ୟ ଜରୁରୀ ଔଷଧ ଅଭାବର ସମ୍ମୁଖୀନ ହେଉଛନ୍ତି। ଯଦିଓ ଓଡ଼ିଶାରେ ପର୍ଯ୍ୟାପ୍ତ ମେଡିସିନ୍ ମହଜୁଦ୍ ରହିଛି। ତଥାପି ଭବିଷ୍ୟତର ସ୍ଥିତିକୁ ଆକଳନ କରି ଓଡ଼ିଶାକୁ ବଫର ଷ୍ଟକ୍ ରଖିବାର ଆବଶ୍ୟକତା ରହିଛି। ଲୋକଙ୍କୁ ସଚେତନତା କରାଇବା ପାଇଁ ଆଇଇସି ଅଭିଯାନ ଆରମ୍ଭ କରିବା ସହ ମିଶନ ଶକ୍ତି ଗ୍ରୁପ ଓ ପଂଚାୟତ ଜନପ୍ରତିନିଧିମାନଙ୍କୁ ମଧ୍ୟ ସାମିଲ କରିବାକୁ କୁହାଯାଇଛି। ଅନେକ ରାଜ୍ୟରେ ଲଡଡ଼ାଉନ୍ ହୋଇଥିବାରୁ ଦାଦନ ଶ୍ରମିକମାନେ ଘରକୁ ଫେରିବାର ସମ୍ଭାବନା ଥିବାରୁ ଜିଲ୍ଲାପାଳ ସେମାନଙ୍କ ଉପରେ ନଜର ରଖିବେ। ଗତବର୍ଷ ଦାଦନ ଶ୍ରମିକ ଫେରିବାବେଳେ ଯେଉଁ ପ୍ରୋଟୋକଲ ପାଳନ ହୋଇଥିଲା ତାକୁ ତୁରନ୍ତ ପୁନଃକ୍ଷମ କରିବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି। ରାଜ୍ୟବ୍ୟାପୀ କୋଭିଡ୍ ଗାଇଡଲାଇନ କଡ଼ାକଡ଼ି ଭାବେ ପାଳନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

ଏହି ସମୀକ୍ଷା ବୈଠକରେ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ପ୍ରଦୀପ ଜେନା, ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ ଭିକେ ପାଣ୍ଡିଆନ ଓ ସବୁ ଜିଲ୍ଲାର ଜିଲ୍ଲାପାଳମାନେ ଭିଡିଓ କନଫରେନ୍ସିଂରେ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story