୩୦ ଜୁନ୍ ଯାଏ ଧର୍ମୀୟ ସ୍ଥାନକୁ ପ୍ରବେଶ ମନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନାକୁ ନେଇ କୋହଳ ହୋଇଥିବା କଟକଣା ପୁଣି କଠୋର କରାଯାଇଛି। ଆଜିଠାରୁ ଲାଗୁ ହୋଇଥିବା ଲକଡାଉନ୍-୫ରେ ଅନେକ କିଛି କୋହଳ କରାଯାଇଥିଲେ ମଧ୍ୟ ସ୍ଥିତି ଉଦ୍‌ବେଗଜନକ ଥିବାରୁ ରାଜ୍ୟ ସରକାର କଡ଼ା ଅଭାମୁଖ୍ୟ ଗ୍ରହଣ କରିଛନ୍ତି। ଏନେଇ ଆଜି ରାଜ୍ୟ ମୁଖ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇ କହିଛନ୍ତି ଯେ, ୩୦ ଜୁନ୍ ଯାଏ ଧର୍ମୀୟ ସ୍ଥାନକୁ ସର୍ବସାଧାରଣ ପ୍ରବେଶ ବାରଣ କରାଯାଇଛି। ପ୍ରେସମିଟରେ ମୁଖ୍ୟ ଶାସନ ସଚିବ ଅସିତ […]

mandir-masdid--2

Tapas Behera
  • Published: Monday, 01 June 2020
  • , Updated: 01 June 2020, 03:56 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନାକୁ ନେଇ କୋହଳ ହୋଇଥିବା କଟକଣା ପୁଣି କଠୋର କରାଯାଇଛି। ଆଜିଠାରୁ ଲାଗୁ ହୋଇଥିବା ଲକଡାଉନ୍-୫ରେ ଅନେକ କିଛି କୋହଳ କରାଯାଇଥିଲେ ମଧ୍ୟ ସ୍ଥିତି ଉଦ୍‌ବେଗଜନକ ଥିବାରୁ ରାଜ୍ୟ ସରକାର କଡ଼ା ଅଭାମୁଖ୍ୟ ଗ୍ରହଣ କରିଛନ୍ତି। ଏନେଇ ଆଜି ରାଜ୍ୟ ମୁଖ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇ କହିଛନ୍ତି ଯେ, ୩୦ ଜୁନ୍ ଯାଏ ଧର୍ମୀୟ ସ୍ଥାନକୁ ସର୍ବସାଧାରଣ ପ୍ରବେଶ ବାରଣ କରାଯାଇଛି।

ପ୍ରେସମିଟରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇ କହିଛନ୍ତି ଯେ, ସପିଂ କଂପ୍ଲେକ୍ସ ମଧ୍ୟ ୩୦ ଜୁନ୍ ଯାଏ ଖୋଲିପାରିବ ନାହିଁ। ୩୦% କ୍ଷମତାକୁ ନେଇ ଖୋଲିପାରିବ ହୋଟେଲ। ସେହିପରି ସିନେମା ହଲ୍, ଜିମ୍ନାସିୟମ, ସୁଇମିଂ ପୁଲ୍ ବି ଜୁନ୍ ଶେଷ ଯାଏ ବନ୍ଦ ରହିବ। ସେହିପରି ସାମାଜିକ, ରାଜନୈତିକ, ଧର୍ମୀୟ ସମାବେଶ ମଧ୍ୟ ବନ୍ଦ ରହିବ।

Related story