ସମବାୟ ବ୍ୟାଙ୍କରୁ ଅର୍ଥ ହଡପ ମାମଲା, ଇଓଡବ୍ଲ୍ୟୁ ତଦନ୍ତ ପାଇଁ ସୁପାରିଶ

ଖୋର୍ଦ୍ଧା(ବଳରାମ ଲେଙ୍କା): ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ରାଉତପଡା ଶାଖାରେ ୧ କୋଟି ୫୦ ଲକ୍ଷ ଜମାକାରୀଙ୍କ ଅର୍ଥ ହଡ଼ପ ଅଭିଯୋଗର ଇଓଡବ୍ଲୁ ତଦନ୍ତ ପାଇଁ ସୁପାରିଶ। ଜମାକାରୀଙ୍କ ଟଙ୍କା ବ୍ୟାଙ୍କରେ ଡିପୋଜିଟ ନହୋଇ ହଡପ କରାଯାଇଥିବା ନେଇ ଜମାକାରୀମାନେ ଅଭିଯୋଗ କରିଥିଲେ। ଏହି ଘଟଣା ଜଣାପଡିବା ପରେ ଖୋର୍ଦ୍ଧା ଜିଲ୍ଲାପାଳ ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ତେବେ ତଦନ୍ତ ରିପୋର୍ଟ ମିଳିବା ପରେ ଜମାକାରୀଙ୍କ ଆକାଉଣ୍ଟାଣ୍ଟରେ ଟଙ୍କା ଡିପୋଜିଟ ନହୋଇ ହଡପ କରାଯାଇଥିବା ସ୍ପଷ୍ଟ ହୋଇଛି। […]

Samabaya Bank

Madhupriya Mistry
  • Published: Wednesday, 06 April 2022
  • , Updated: 06 April 2022, 11:22 AM IST

ଖୋର୍ଦ୍ଧା(ବଳରାମ ଲେଙ୍କା): ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ରାଉତପଡା ଶାଖାରେ ୧ କୋଟି ୫୦ ଲକ୍ଷ ଜମାକାରୀଙ୍କ ଅର୍ଥ ହଡ଼ପ ଅଭିଯୋଗର ଇଓଡବ୍ଲୁ ତଦନ୍ତ ପାଇଁ ସୁପାରିଶ। ଜମାକାରୀଙ୍କ ଟଙ୍କା ବ୍ୟାଙ୍କରେ ଡିପୋଜିଟ ନହୋଇ ହଡପ କରାଯାଇଥିବା ନେଇ ଜମାକାରୀମାନେ ଅଭିଯୋଗ କରିଥିଲେ।

ଏହି ଘଟଣା ଜଣାପଡିବା ପରେ ଖୋର୍ଦ୍ଧା ଜିଲ୍ଲାପାଳ ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ତେବେ ତଦନ୍ତ ରିପୋର୍ଟ ମିଳିବା ପରେ ଜମାକାରୀଙ୍କ ଆକାଉଣ୍ଟାଣ୍ଟରେ ଟଙ୍କା ଡିପୋଜିଟ ନହୋଇ ହଡପ କରାଯାଇଥିବା ସ୍ପଷ୍ଟ ହୋଇଛି।

ରିପୋର୍ଟ ଆଧାରରେ ରାଉତପଡା ଶାଖାର ଅବସର ନେଇ ଥିବା ଆକାଉଣ୍ଟାଣ୍ଟ ବୁଦ୍ଧିରାମ ଦାସ, ସହକାରୀ ଆକାଉଣ୍ଟାଣ୍ଟ ସକୁନ୍ତଳା ଓଝା ଏବଂ ଚତୁର୍ଥ ଶ୍ରେଣୀ କର୍ମଚାରୀ ପ୍ରସନ୍ନ କୁମାର ତୋଷଙ୍କ ବିରୁଦ୍ଧରେ ଥାନାରେ ଫୌଜଦାରୀ ମାମଲା ରୁଜୁ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେବା ସହିତ ଏହି ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା କରିବାକୁ ସୁପାରିଶ କରିଛନ୍ତି।

ଏଥିସହିତ ଅନ୍ୟ କେହି ଏହି ମାମଲାରେ ସାମିଲ ଥିବା ଜଣା ପଡିଲେ ସେମାନଙ୍କ ବିରୁଦ୍ଧରେ ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସୂଚନା ଦେଇଛନ୍ତି।

Related story