ଚିହ୍ନଟ ହେବ ୭୫ ମିଟର ପରିସରରେ ଥିବା ଘର, ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନ

ପୁରୀ (ମଧୁସୂଦନ ମିଶ୍ର ) : ଶ୍ରୀମନ୍ଦିର ଚାରିପାଖ ୭୫ ମିଟର ଉଚ୍ଛେଦ ପ୍ରକ୍ରିୟା ଜାରି ରହିଥିବା ବେଳେ ଆଜିଠାରୁ ସ୍ୱତନ୍ତ୍ର ଟିମ୍ ଦ୍ୱାରା ମାପଚୁପ କରାଯିବ । ୭୫ ମିଟର ପରିସରରେ ଥିବା ଘର, ଦୋକାନ, ବ୍ୟବସାୟିକ ପ୍ରତିଷ୍ଠାନଗୁଡିକୁ ଚିହ୍ନଟ କରି ଏକ ତାଲିକା ପ୍ରସ୍ତୁତ କରାଯିବ । ସେହି ତାଲିକା ଅନୁଯାୟୀ ଆଗେଇ ଚାଲିବ ଉଚ୍ଛେଦ ପ୍ରକ୍ରିୟା। ଯେଉଁମାନଙ୍କ ଦୋକାନ ଉଚ୍ଛେଦ କରାଯିବ ସେମାନଙ୍କୁ ଜଗନ୍ନାଥ ବଲ୍ଲଭ ମଠରେ ଥିବା ୩୧ଟି ଦୋକାନ ଘର […]

puri-8..1

Niharika Rout
  • Published: Wednesday, 28 August 2019
  • , Updated: 28 August 2019, 09:37 AM IST

ପୁରୀ (ମଧୁସୂଦନ ମିଶ୍ର ) : ଶ୍ରୀମନ୍ଦିର ଚାରିପାଖ ୭୫ ମିଟର ଉଚ୍ଛେଦ ପ୍ରକ୍ରିୟା ଜାରି ରହିଥିବା ବେଳେ ଆଜିଠାରୁ ସ୍ୱତନ୍ତ୍ର ଟିମ୍ ଦ୍ୱାରା ମାପଚୁପ କରାଯିବ । ୭୫ ମିଟର ପରିସରରେ ଥିବା ଘର, ଦୋକାନ, ବ୍ୟବସାୟିକ ପ୍ରତିଷ୍ଠାନଗୁଡିକୁ ଚିହ୍ନଟ କରି ଏକ ତାଲିକା ପ୍ରସ୍ତୁତ କରାଯିବ । ସେହି ତାଲିକା ଅନୁଯାୟୀ ଆଗେଇ ଚାଲିବ ଉଚ୍ଛେଦ ପ୍ରକ୍ରିୟା।

ଯେଉଁମାନଙ୍କ ଦୋକାନ ଉଚ୍ଛେଦ କରାଯିବ ସେମାନଙ୍କୁ ଜଗନ୍ନାଥ ବଲ୍ଲଭ ମଠରେ ଥିବା ୩୧ଟି ଦୋକାନ ଘର ଓ ହବିଷ୍ୟାଳି ଶିବିର ତଳେ ଥଇଥାନ କରାଯିବ। ଏଥିସହ ଅନ୍ୟ ଜାଗାରେ ଦୋକାନ କଲେ ସେମାନଙ୍କୁ ଦେୟ ଦିଆଯିବ । ସେହିପରି ପଶ୍ଚିମ ଓ ଉତ୍ତର ଦ୍ୱାରରେ ଥିବା ସମସ୍ତ କମର୍ସିଆଲ ହାଉସ ଯଥା ଲଜିଂ, ଗେଷ୍ଟହାଉସ୍, ଆଶ୍ରମ, ହୋଟେଲଗୁଡିକୁ ଉଚ୍ଛେଦ କରିବା ପରେ ସେମାନଙ୍କୁ ବଡଦାଣ୍ଡରେ ଥିବା ମନ୍ଦିର ଜାଗା କିମ୍ବା ଜିଲ୍ଲା ପ୍ରଶାସନ ଜାଗାକୁ ସ୍ଥାନାନ୍ତର କରାଯିବ ।

ଶ୍ରୀମନ୍ଦିର ମେଘନାଥ ପାଚେରୀ ଚତୁଃପାର୍ଶ୍ୱରେ ପାଖାପାଖି ଆକଳନ କରାଯାଇଥିବା ୧୭୨ଟି ଘର ଉଚ୍ଛେଦ ହେବା ପରେ ସେମାନଙ୍କୁ ମହିପ୍ରକାଶ ମଠ, ଗୋପାଳ ତୀର୍ଥ ମଠରେ ରହିବା ପାଇଁ ଜାଗା ଦିଆଯିବ । ସେପଟେ ୭୫ମିଟର ପରିଧି ମଧ୍ୟରେ ଆସୁଥିବା ସମସ୍ତ ମଠର ମନ୍ଦିର ଓ ଗାଦିଘରକୁ ଉଚ୍ଛେଦ କରାଯିବ ନାହିଁ  ।

୭୫ମିଟର ବାହାରେ ଥିବା ମନ୍ଦିର ଜମି ଓ ପ୍ରଶାସନ ଜାଗାରେ ମଠର ମହନ୍ତ, କର୍ମଚାରୀ ଓ ପ୍ରାର୍ଥନା ଗୃହ ନିମନ୍ତେ ତିନିଟି ଗୃହ ଯୋଗାଇ ଦିଆଯିବ । ଏଥିସହ ଏମାର ମଠକୁ ମଧ୍ୟ ଉଚ୍ଛେଦ ହେବ।  ଏଥିପାଇଁ ବ୍ରିଟିଶ ଅମଳର ରଘୁନନ୍ଦନ ଲାଇବ୍ରେରୀରେ ଥିବା ନଥିପତ୍ର, ତାଳପତ୍ର ଓ ମୂଲ୍ୟବାନ ପୁସ୍ତକର ସଂରକ୍ଷଣ  ଓ ସ୍ଥାନାନ୍ତର ଉପରେ ଗୁରୁତ୍ୱ ଦିଆଯାଉଛି ।

Related story