ଅକ୍ସିଜେନ୍ ଉତ୍ପାଦନ, ପରିବହନ ଓ ଯୋଗାଣରେ ଏସମା ଲାଗୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମଗ୍ର ଦେଶରେ କରୋନା ସଂକ୍ରମଣ ମାମଲା ଦ୍ରୁତ ବୃଦ୍ଧି ପାଉଥିବା ଓ ଅକ୍ସିଜେନ୍ ଅଭାବକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜିଠୁ ଅକ୍ସିଜେନ ଉତ୍ପାଦନ, ପରିବହନ ଓ ଯୋଗାଣ ସେବାକୁ ଏସମା ପରିସରଭୁକ୍ତ କରିଛନ୍ତି। ଏହି ଅକ୍ସିଜେନ୍ ସେବା ସହ ଜଡ଼ିତ ବ୍ୟକ୍ତିମାନେ କୌଣସି ପରିସ୍ଥିତିରେ ବି ଧାରଣା ଅବା କାର୍ଯ୍ୟବନ୍ଦ ଭଳି ଆନ୍ଦୋଳନ କରିପାରିବେ ନାହିଁ। ଆଜି ରାଜ୍ୟ ଗୃହ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶ ଅନୁସାରେ, କୋଭିଡ୍ ମହାମାରୀ ପରିସ୍ଥିତିକୁ ଦୃଷ୍ଟିରେ […]

oxygen11

oxygen11

Ordigital Desk
  • Published: Wednesday, 28 April 2021
  • Updated: 28 April 2021, 09:44 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମଗ୍ର ଦେଶରେ କରୋନା ସଂକ୍ରମଣ ମାମଲା ଦ୍ରୁତ ବୃଦ୍ଧି ପାଉଥିବା ଓ ଅକ୍ସିଜେନ୍ ଅଭାବକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜିଠୁ ଅକ୍ସିଜେନ ଉତ୍ପାଦନ, ପରିବହନ ଓ ଯୋଗାଣ ସେବାକୁ ଏସମା ପରିସରଭୁକ୍ତ କରିଛନ୍ତି। ଏହି ଅକ୍ସିଜେନ୍ ସେବା ସହ ଜଡ଼ିତ ବ୍ୟକ୍ତିମାନେ କୌଣସି ପରିସ୍ଥିତିରେ ବି ଧାରଣା ଅବା କାର୍ଯ୍ୟବନ୍ଦ ଭଳି ଆନ୍ଦୋଳନ କରିପାରିବେ ନାହିଁ।

ଆଜି ରାଜ୍ୟ ଗୃହ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶ ଅନୁସାରେ, କୋଭିଡ୍ ମହାମାରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟରେ ଅକ୍ସିଜେନ୍ ଉତ୍ପାଦନ, ଫିଲିଙ୍ଗ, ପରିବହନ ଓ ଯୋଗାଣକୁ ଓଡ଼ିଶା ଅତ୍ୟାବଶ୍ୟକ ସେବା ଆଇନ-୧୯୮୮ ଏବଂ ଓଡ଼ିଶା ଅତ୍ୟାବଶ୍ୟକ ସେବା ସଂଶୋଧନ ଆଇନ-୨୦୨୦ ପରିସରଭୁକ୍ତ କରାଯାଇଛି।

କୋଭିଡ୍ ମହାମାରୀ ସମୟରେ ସାଧାରଣ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାର ଏହି ଅକ୍ସିଜେନ୍ ସେବା ସହ ଜଡ଼ିତ ଲୋକମାନଙ୍କର ଧାରଣା ଓ କାର୍ଯ୍ୟବନ୍ଦ ଆନ୍ଦୋଳନ ଉପରେ ପ୍ରତିବନ୍ଧକ ଲାଗୁ କରିଛନ୍ତି । ଆଜିଠୁ ଆସନ୍ତା ୬ମାସ ପାଇଁ ଏହି ଏସମା ବଳବତ୍ତର ରହିବ। ଏହି ନିର୍ଦ୍ଦେଶକୁ ଉଲ୍ଲଘଂନ କଲେ ଏସମା ଆଇନ ଅନୁସାରେ ସମ୍ପୃକ୍ତ ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ପ୍ରାବଧାନ ରହିଛି।

ସୂଚନାଯୋଗ୍ୟ, ସମଗ୍ର ଦେଶର ୮ଟି ରାଜ୍ୟକୁ ଓଡ଼ିଶା ୧୧୨ଟି ଟ୍ୟାଙ୍କର ଓ କଣ୍ଟେନର ମାଧ୍ୟମରେ ୨୧୧୨ ମେଟ୍ରିକ ଟନ୍ ଅକ୍ସିଜେନ୍ ଯୋଗାଣ କରିସାରିଲାଣି । ଦେଶର ଅନ୍ୟ ଭାଗରେ ଅକ୍ସିଜେନ ଅଭାବକୁ ପୂରଣ କରିବା ନିମନ୍ତେ ଓଡ଼ିଶାର ବିଭିନ୍ନ ଶିଳ୍ପାନୁଷ୍ଠାନରୁ ଏହି ଅକ୍ସିଜେନ୍ ଯୋଗାଣ ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos