ଇତିଶ୍ରୀ ପ୍ରଧାନ ମୃତ୍ୟୁ ମାମଲା: ଟିକିରିରେ ସିବିଆଇ ଟିମ୍

ରାୟଗଡା: ବହୁ ଚର୍ଚ୍ଚିତ ଇତିଶ୍ରୀ ପ୍ରଧାନ ମୃତ୍ୟୁ ମାମଲାର ତଦନ୍ତ ପାଇଁ ସିବିଆଇ ଟିମ୍ ରାୟଗଡ଼ାରେ ପହଞ୍ଚିଛି। ବୁଧବାର ଡିଆଇଜି ଲତା ମନୋଜ କୁମାରଙ୍କ ନେତୃତ୍ୱରେ ଏହି ଟିମ୍ ରାୟଗଡ଼ା ଆସିଛି। ସିବିଆଇ ଡିଏସପି ଏମକେ ପାଠକଙ୍କ ସମେତ ଏହି ପାଞ୍ଚଜଣିଆ ଟିମ ରାୟଗଡ଼ାରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଗୁରୁବାର ସିବିଆଇର ଆଉ ଏକ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ସେଠାରେ ପହଞ୍ଚି ଟିକିରି ସ୍କୁଲରେ ଛାନ୍ ଭିନ୍ କରୁଛି। ସିବିଆଇ ଟିମ୍ ସ୍କୁଲର ରୋଷୟା […]

tikiri

Rakesh Mallick
  • Published: Thursday, 13 August 2015
  • , Updated: 13 August 2015, 09:13 AM IST

ରାୟଗଡା: ବହୁ ଚର୍ଚ୍ଚିତ ଇତିଶ୍ରୀ ପ୍ରଧାନ ମୃତ୍ୟୁ ମାମଲାର ତଦନ୍ତ ପାଇଁ ସିବିଆଇ ଟିମ୍ ରାୟଗଡ଼ାରେ ପହଞ୍ଚିଛି। ବୁଧବାର ଡିଆଇଜି ଲତା ମନୋଜ କୁମାରଙ୍କ ନେତୃତ୍ୱରେ ଏହି ଟିମ୍ ରାୟଗଡ଼ା ଆସିଛି। ସିବିଆଇ ଡିଏସପି ଏମକେ ପାଠକଙ୍କ ସମେତ ଏହି ପାଞ୍ଚଜଣିଆ ଟିମ ରାୟଗଡ଼ାରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଗୁରୁବାର ସିବିଆଇର ଆଉ ଏକ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ସେଠାରେ ପହଞ୍ଚି ଟିକିରି ସ୍କୁଲରେ ଛାନ୍ ଭିନ୍ କରୁଛି।

ସିବିଆଇ ଟିମ୍ ସ୍କୁଲର ରୋଷୟା ଶଶିଭୁଷଣ ନାୟକଙ୍କୁ ପଚରାଉଚରା କରୁଥିବା ବେଳେ  ସ୍କୁଲର ପ୍ରଧାନଶିକ୍ଷକ ଓ ତତ୍କାଳୀନ ଆଇଆଇସି ସୁରଜୀତ ସାଏଙ୍କୁ ମଧ୍ୟ ଜେରା ପାଇଁ ଡାକିଛି। ତେବେ ଇତିଶ୍ରୀ ହତ୍ୟା ମମଲାର ମୁଖ୍ୟ ଅଭିଯୁକ୍ତ ଏଯାଏ ଫେରାର ଥିବା ବେଳେ ଏହି ମାମଲାର ତଦନ୍ତ ପାଇଁ ଏହେଉଛି ରାୟଗଡ଼ାକୁ ସିବିଆଇର ସପ୍ତମ ଯାତ୍ରା।

Related story