ସମ୍ଭାବ୍ୟ ବାତ୍ୟା: ଲୋକଙ୍କୁ ସ୍ଥାନାନ୍ତର ଆଜି ସରିବ, କେନ୍ଦ୍ରକୁ ଜଣାଇଲା ଓଡ଼ିଶା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାମୁଦ୍ରିକ ଝଡ଼ ‘ଅମ୍ଫନ’ ଆସନ୍ତାକାଲି ଉପକୂଳରେ ମାଡ଼ ହେବାର ଆକଳନ ମଧ୍ୟରେ ଆଜିସୁଦ୍ଧା ରାଜ୍ୟର ସମୁଦ୍ର କୂଳ ଓ ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର କରାଯିବ ବୋଲି କେନ୍ଦ୍ର ସରକାରଙ୍କୁ ଆଜି ଓଡ଼ିଶା ସରକାର ଅବଗତ କରିଛନ୍ତି। ସମ୍ଭାବ୍ୟ ବାତ୍ୟାର ମୁକାବିଲା ଓ ପ୍ରସ୍ତୁତି ସମ୍ପର୍କରେ କେନ୍ଦ୍ର କ୍ୟାବିନେଟ୍ ସଚିବ ରାଜୀବ ଗୌବା ଆଜି ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀ, ଏସଆରସି ପ୍ରଦୀପ କୁମାର ଜେନା ଓ ଗୃହ ବିଭାଗର ପ୍ରମୁଖ […]

Amphanupdate

Amphanupdate

Tapas Behera
  • Published: Tuesday, 19 May 2020
  • Updated: 19 May 2020, 06:58 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାମୁଦ୍ରିକ ଝଡ଼ ‘ଅମ୍ଫନ’ ଆସନ୍ତାକାଲି ଉପକୂଳରେ ମାଡ଼ ହେବାର ଆକଳନ ମଧ୍ୟରେ ଆଜିସୁଦ୍ଧା ରାଜ୍ୟର ସମୁଦ୍ର କୂଳ ଓ ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର କରାଯିବ ବୋଲି କେନ୍ଦ୍ର ସରକାରଙ୍କୁ ଆଜି ଓଡ଼ିଶା ସରକାର ଅବଗତ କରିଛନ୍ତି।
ସମ୍ଭାବ୍ୟ ବାତ୍ୟାର ମୁକାବିଲା ଓ ପ୍ରସ୍ତୁତି ସମ୍ପର୍କରେ କେନ୍ଦ୍ର କ୍ୟାବିନେଟ୍ ସଚିବ ରାଜୀବ ଗୌବା ଆଜି ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀ, ଏସଆରସି ପ୍ରଦୀପ କୁମାର ଜେନା ଓ ଗୃହ ବିଭାଗର ପ୍ରମୁଖ ସଚିବ ସଞ୍ଜିବ ଚୋପ୍ରାଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଥିଲେ । ପ୍ରଭାବିତ ଆଶଙ୍କା ଥିବା ତଳିଆ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର, ରିଲିଫ, ଉଦ୍ଧାର, ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ୍ କରିବା ଓ ସଡ଼କ ଯୋଗାଯୋଗ, ବିଦ୍ୟୁତ ସଂଯୋଗକୁ ତୁରନ୍ତ ସ୍ୱାଭାବିକ କରିବା ପ୍ରସଙ୍ଗରେ ଆଲୋଚନା ହୋଇଥିଲା।

ଆଜିସୁଦ୍ଧା ତଳିଆ ଅଞ୍ଚଳରେ ରହୁଥିବା ସମସ୍ତ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା କାର୍ଯ୍ୟ ଶେଷ ହୋଇଯିବ ବୋଲି ମୁଖ୍ୟ ସଚିବ ଶ୍ରୀ ତ୍ରିପାଠୀ କେନ୍ଦ୍ର ସରକାରଙ୍କ ଅବଗତ କରିଛନ୍ତି। ଏହାବ୍ୟତୀତ ସଡ଼କ ଓ ବିଦ୍ୟୁତ ସଂଯୋଗକୁ ତୁରନ୍ତ ସ୍ୱାଭାବିକ କରିବା ନିମନ୍ତେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଉପକରଣ ଓ ମାନବ ସମ୍ବଳ ପ୍ରସ୍ତୁତ ରଖାଯାଇଛି। ଜଳଯୋଗାଣ ସ୍ୱାଭାବିକ ନିମନ୍ତେ ଡିଜି ସେଟ୍ ପ୍ରସ୍ତୁତ ଅଛି। ଟେଲିକମ୍ କମ୍ପାନୀଗୁଡ଼ିକୁ ମଧ୍ୟ ଅନବରତ ଟେଲି ଯୋଗାଯୋଗ ପାଇଁ ଡିଜି ସେଟ୍ ରଖିବାକୁ କୁହାଯାଇଛି। କୌଣସି ଅପ୍ରୀତିକର ପରିସ୍ଥିତି ପାଇଁ ଟ୍ରକ୍ ଉପରେ ଟେଲିକମ୍ ଟାୱାରକୁ ଉପଯୋଗ ନିମନ୍ତେ ପ୍ରସ୍ତୁତ ରଖାଯାଇଛି। ବାତ୍ୟା ଆଶ୍ରୟସ୍ଥଳୀଗୁଡ଼ିକରେ ସମସ୍ତ ପ୍ରକାରର ଉପକରଣ ଓ ସୁବିଧା ଉପଲବ୍ଧ କରାଯାଇଛି ବୋଲି ଶ୍ରୀ ତ୍ରିପାଠୀ ସୂଚନା ଦେଇଥିଲେ।

ସେହିପରି ଏସଆରସି ପିକେ ଜେନା କହିଥିଲେ ଯେ, ପଞ୍ଚାୟତିରାଜ ପ୍ରତିନିଧି ଓ ସ୍ଥାନୀୟ ପ୍ରଶାସନ ସମେତ ସ୍ଥାନୀୟ ଆଲର୍ଟ ସିଷ୍ଟମ ଓ ସେଲଫ ବ୍ରଡକାଷ୍ଟ୍ ସିଷ୍ଟମକୁ ମଧ୍ୟ ଲୋକଙ୍କ ପାଖରେ ପହଂଚିବା ପାଇଁ ଉପଯୋଗ କରାଯାଉଛି।
କେନ୍ଦ୍ର କ୍ୟାବିନେଟ୍ ସଚିବ ଶ୍ରୀ ଗୌବା ବାତ୍ୟାର ମୁକାବିଲା ପାଇଁ ସମସ୍ତ ପ୍ରକାରର ସହାୟତା ରାଜ୍ୟକୁ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହାସହିତ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟକୁ ରାଜ୍ୟ ସରକାରଙ୍କ ବିଭାଗଗୁଡ଼ିକ ସହ ଯୋଗାଯୋଗରେ ରହିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos