ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ: ଅନେକ ସ୍ଥାନରେ ଇଭିଏମ୍‌ ଅଚଳ, ବୁଥ୍‌ ବାହାରେ ଭୋଟର

ଭୁବନେଶ୍ୱର: ଆଜି ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେଉଛି। ୫ଟି ଲୋକସଭା ସହ ଏହା ଅନ୍ତର୍ଗତ ୩୫ଟି ବିଧାନସଭା ପାଇଁ ଆଜି ସକାଳ ୭ଟାରୁ ମତଦାନ ଚାଲିଛି। ତେବେ ମତଦାନ ଆରମ୍ଭରୁ କିଛି ବୁଥ୍‌ରେ ଇଭିଏମ୍‌ ଅଚଳ ହେବା ନେଇ ଖବର ଆସି ପହଞ୍ଚିଛି। ବଲାଙ୍ଗିର ଜିଲ୍ଲା  ଲୋଇସିଂହାର କୁରୁଲ ଗାଁର ୨୭୮ ନଂ ବୁଥ୍‌ରେ ଇଭିଏମ୍‌ ଅଚଳ ହୋଇଛି। ସେହିପରି ଆଗଲପୁର ଗାଁର ୫୧ ନଂ ବୁଥ୍‌ରେ ମଧ୍ୟ ଇଭିଏମ୍ ଅଚଳ ହୋଇଛି। ଫୁଲ‍ବାଣୀରେ ୨ଟି […]

titilagarh

Jyoshna Pradhan
  • Published: Thursday, 18 April 2019
  • , Updated: 18 April 2019, 10:56 AM IST

ଭୁବନେଶ୍ୱର: ଆଜି ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେଉଛି। ୫ଟି ଲୋକସଭା ସହ ଏହା ଅନ୍ତର୍ଗତ ୩୫ଟି ବିଧାନସଭା ପାଇଁ ଆଜି ସକାଳ ୭ଟାରୁ ମତଦାନ ଚାଲିଛି। ତେବେ ମତଦାନ ଆରମ୍ଭରୁ କିଛି ବୁଥ୍‌ରେ ଇଭିଏମ୍‌ ଅଚଳ ହେବା ନେଇ ଖବର ଆସି ପହଞ୍ଚିଛି।

ବଲାଙ୍ଗିର ଜିଲ୍ଲା  ଲୋଇସିଂହାର କୁରୁଲ ଗାଁର ୨୭୮ ନଂ ବୁଥ୍‌ରେ ଇଭିଏମ୍‌ ଅଚଳ ହୋଇଛି। ସେହିପରି ଆଗଲପୁର ଗାଁର ୫୧ ନଂ ବୁଥ୍‌ରେ ମଧ୍ୟ ଇଭିଏମ୍ ଅଚଳ ହୋଇଛି। ଫୁଲ‍ବାଣୀରେ ୨ଟି ବୁଥ୍‌ରେ ଇଭିଏମ୍ ଅଚଳ ହୋଇଛି। ଏହି ବୁଥ୍‌ ଗୁଡ଼ିକ ହେଉଛି ବୁଥ୍ ନଂର ୧୧୩ ଓ ୧୦୧।  ଇଭିଏମ୍ ଅଚଳ ହୋଇଥିବା ଯୋଗୁ ସେଠାରେ ମତଦାନ ବିଳମ୍ୱିତ ହୋଇଛି।

କଣ୍ଟାବାଞ୍ଜିର ବୁଥ୍‌ ନଂ ୬୭ରେ ଇଭିଏମ୍  ଅଚଳ ହୋଇଥିବା ସୂଚନା ଆସିଛି। ଟିଟିଲାଗଡ଼ରୁ  ନଳଆ ଇଭିଏମ୍‌ ଆସିବା ପରେ ସେଠାରେ ମତଦାନ ହେବ ବୋଲି ଜଣାପଡ଼ିଛି। ମତଦାନ ପାଇଁ ବୁଥ୍‌ ବାହାରେ ଭୋଟର୍‌ ଅପେକ୍ଷା କରିଛନ୍ତି।

ସୁନ୍ଦରଗଡ଼ ସଦର ଓ ତଳସରାର ଅନେକ ବୁଥ୍‌ରେ ଇଭିଏମ୍‌ ଅଚଳ ହୋଇପଡ଼ିଛି। ୧୭୧ ନଂ ବୁଥ୍‌ରେ ଇଭିଏମ୍‌ କାମ କରୁ ନଥବାରୁ ମତଦାନ ବିଳମ୍ବ ହୋଇଛି। ତଳସରାରେ ୨୦୬ ନଂ ବୁଥ୍‌ରେ ମଧ୍ୟ ଇଭିଏମ୍‌ କାମ କରୁନି।

ବଣାଇର ୬ଟି ବୁଥ୍‌ରେ ମତଦାନ ବିଳମ୍ବ ହୋଇଥିବା ଖବର ଆସିଛି। ଇଭିଏମ୍‌ କାମ କରୁ ନଥବାରୁ କେନ୍ଦୁଡିହି, ଫକୀରମୁଣ୍ଡା, ଛିଡ଼ାକୁଦ, ତଳତା, ଉସୁକୁଳା, ଖଲସାଘାଟରେ ମତଦାନ ବିଳମ୍ବ ହୋଇଛି।

ସୋନପୁରର ୨ଟି ବୁଥ୍‌ରେ ଇଭିଏମ୍ କାମ କରୁନି। ତେଣୁ ସାଗରପାଲ୍ଲୀର ୨୦୪ ଓ ୨୦୫ ନଂ ବୁଥ୍‌ରେ ମତଦାନ ବିଳମ୍ବ ହୋଇଛି।

ଫୁଲବାଣୀରେ ୨ଟି ବୁଥ୍‌ରେ ଇଭିଏମ୍ ଅଚଳ ହୋଇପଡ଼ିଛି। ବୁଥ୍ ନଂର ୧୧୩ ଓ ୧୦୧ରେ ଇଭିଏମ୍‌ ଅଚଳ ହୋଇଛି। ବାଲିଗୁଡ଼ା ଜି. ଉଦୟଗିରି ୧୭୯ ନଂ ଓ ମହାସିଂହର ୫୪ ନଂ ବୁଥ୍‌ରେ ଇଭିଏମ୍ ଅଚଳ ହୋଇଛି।

ଆସିକା ଜାହାଡ଼ା ୨୭ନଂ ବୁଥ୍‌ର ଇଭିଏମ୍‌ରେ ତ୍ରୁଟି ଦେଖାଦେଇଛି। ସେହିପରି ପୋଲସରା ବୁଗୁଡ଼ା ବ୍ଲକ ମୋଟାବାଡ଼ି ଓ କଞ୍ଚୁର ବୁଥ୍‌ର ଇଭିଏମ୍‌ରେ ତ୍ରୁଟି ଦେଖାଦେଇଛି।

ସୁବର୍ଣ୍ଣପୁର ଜିଲ୍ଲା ସାଗରପାଲିର ୨୦୪ ଓ ୨୦୫ ନଂ ବୁଥ୍‌ରେ ୨ ଘଣ୍ଟା ବିଳମ୍ବରେ ମତଦାନ ଚାଲିଛି। ବୀରମହାରାଜପୁର ଗଇଁତରା ୭୪ ନଂ ବୁଥ୍‌ରେ ମତଦାନ ବିଳମ୍ବ ହୋଇଛି।

 

 

Related story