ପୂର୍ବତନ ସିଡିଭିଓଙ୍କୁ ୨ ବର୍ଷ ଜେଲ୍‌,୧୧ ବର୍ଷ ତଳେ ନେଇଥିଲେ ୧୦ ହଜାର ଟଙ୍କା ଲାଞ୍ଚ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରାୟ ୧୧ ବର୍ଷ ତଳେ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ପାରଳାଖେମୁଣ୍ଡିର ତତ୍‌କାଳୀନ ସିଡିଭିଓ ଜଳଧର ମଲ୍ଲିକ। ଆଉ ଏହି ମାମଲାରେ ଆଜି ତାଙ୍କୁ କୋର୍ଟ ଶୁଣାଇଛନ୍ତି ସଜା। ତାଙ୍କୁ ମିଳିଛି ୨ ବର୍ଷ ଜେଲ୍ ଦଣ୍ଡାଦେଶ। ତା’ସହିତ ୫ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଜରିମାନା ଅର୍ଥ ଦେଇ ନପାରିଲେ ତାଙ୍କୁ ଆଉ ୪ ମାସ ଜେଲ୍‌ରେ ରହିବାକୁ ପଡ଼ିବ […]

Jail

Jail

Jitendra Garnayak
  • Published: Thursday, 12 May 2022
  • Updated: 12 May 2022, 08:27 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରାୟ ୧୧ ବର୍ଷ ତଳେ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ପାରଳାଖେମୁଣ୍ଡିର ତତ୍‌କାଳୀନ ସିଡିଭିଓ ଜଳଧର ମଲ୍ଲିକ। ଆଉ ଏହି ମାମଲାରେ ଆଜି ତାଙ୍କୁ କୋର୍ଟ ଶୁଣାଇଛନ୍ତି ସଜା। ତାଙ୍କୁ ମିଳିଛି ୨ ବର୍ଷ ଜେଲ୍ ଦଣ୍ଡାଦେଶ। ତା’ସହିତ ୫ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଜରିମାନା ଅର୍ଥ ଦେଇ ନପାରିଲେ ତାଙ୍କୁ ଆଉ ୪ ମାସ ଜେଲ୍‌ରେ ରହିବାକୁ ପଡ଼ିବ ବୋଲି କୁହାଯାଇଛି।

ଜଳଧର ମଲ୍ଲିକ ଚାକିରିରୁ ଅବସର ନେଇ ସାରିଛନ୍ତି। ୨୦୧୧ ମସିହା ଜୁନ୍ ୩୦ ତାରିଖରେ ସେ ଜଣେ ପ୍ରାଣୀଧନ ନିରୀକ୍ଷକଙ୍କୁ ଗଜପତି ଜିଲ୍ଲାର ଗାଇବରୁ ସିଆଳିକୁ ବଦଳି କରିବାକୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଆଉ ଲାଞ୍ଚ ଅର୍ଥ ଗ୍ରହଣ କଲା ବେଳେ ଭିଜିଲାନ୍ସ ହାବୁଡ଼ରେ ପଡ଼ି ଯାଇଥିଲେ।

ଏହି ମାମଲା ବ୍ରହ୍ମପୁର ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍‌ଙ୍କ କୋର୍ଟରେ ଚାଲିଥିବା ବେଳେ ଆଜି ଜଳଧର ମଲ୍ଲିକଙ୍କୁ ମିଳିଛି ଦଣ୍ଡ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos