ପୂର୍ବତନ ସାଂସଦ ଫ୍ରିଡା ଟପ୍ନୋଙ୍କ ପରଲୋକ

ରାଉରକେଲା: ପୂର୍ବତନ ସାଂସଦ ଫ୍ରିଡା ଟପ୍ନୋଙ୍କ (୯୨) ବର୍ଷରେ ପରଲୋକ ଘଟିଛି। ପୂର୍ବରୁ ସେ ସୁନ୍ଦରଗଡ଼ ଆସନରେ କଂଗ୍ରେସରୁ ଲୋକସଭାକୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ।  ଦଶମ ଏବଂ ଏକାଦଶତମ ନିର୍ବାଚନରେ କଂଗ୍ରେସରୁ ପ୍ରାର୍ଥୀ ହୋଇ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୧୯୯୮ରୁ ୨୦୦୨ ପର୍ଯ୍ୟନ୍ତ ସେ ରାଜ୍ୟସଭା ସାଂସଦ ଭାବେ କାର୍ଯ୍ୟ କରିଥିଲେ।  ୧୯୨୫ ମସିହା ସେପ୍ଟେମ୍ବର ୨୦ତାରିଖରେ ସେ ଜନ୍ମ ହୋଇଥିଲେ।