ବିଜେଡି ଛାଡ଼ିଲେ କାକଟପୁରର ପୂର୍ବତନ ବିଧାୟକ ରବି ମଲ୍ଲିକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କାକଟପୁରର ପୂର୍ବତନ ବିଧାୟକ ରବି ମଲ୍ଲିକ ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ଦଳର ପ୍ରାଥମିକ ସଦସ୍ୟତରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି। ବିଜେଡି ଛାଡ଼ିବା ସହିତ ରବି ମଲ୍ଲିକ ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ପଦରୁ ବି ଇସ୍ତଫା ଦେଇଛନ୍ତି। ଦଳ ଛାଡ଼ିବା ପରେ ସେ କହିଛନ୍ତି,“ମୋ ପ୍ରତି ବହୁତ ଅବିଚାର ହୋଇଛି। ୨୦୧୪ରେ ଅବିଚାର କରାଯାଇଥିଲା […]

ravimalick

Jitendra Garnayak
  • Published: Friday, 05 April 2019
  • , Updated: 05 April 2019, 12:07 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କାକଟପୁରର ପୂର୍ବତନ ବିଧାୟକ ରବି ମଲ୍ଲିକ ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ଦଳର ପ୍ରାଥମିକ ସଦସ୍ୟତରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି।

ବିଜେଡି ଛାଡ଼ିବା ସହିତ ରବି ମଲ୍ଲିକ ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ପଦରୁ ବି ଇସ୍ତଫା ଦେଇଛନ୍ତି।

ଦଳ ଛାଡ଼ିବା ପରେ ସେ କହିଛନ୍ତି,“ମୋ ପ୍ରତି ବହୁତ ଅବିଚାର ହୋଇଛି। ୨୦୧୪ରେ ଅବିଚାର କରାଯାଇଥିଲା ଓ ଏଥର ବି କରାଯାଇଛି। ଦଳରେ ମୋର ଆବଶ୍ୟକତା ନ ଥିବା ମୁଁ ଅନୁଭବ କରୁଛି। ଦଳ ପାଇଁ ସବୁ କାମ କରିବା ସତ୍ତ୍ୱେ ଆଉ ଗୁରୁତ୍ୱ ଦିଆଯାଉ ନାହିଁ। କୌଣସି କଥା ପଚରାଯାଉନି। କିନ୍ତୁ କାଲି ଆସି ଦଳରେ ମିଶିଥିବା ଲୋକଙ୍କୁ ଗୁରୁତ୍ୱ ଦିଆଯାଉଛି। ତେଣୁ କଷ୍ଟ ହେଉଛି। ସେଥିପାଇଁ ଇସ୍ତଫା ଦେଇ ଦେଲି।”

ବିଜେଡିରେ ଟିକେଟ୍ ବଣ୍ଟନ ନେଇ ସେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।

ରବି ମଲ୍ଲିକ ତାଙ୍କ ପରବର୍ତ୍ତୀ ପଦକ୍ଷେପ ନେଇ କହିଛନ୍ତି,“ଏ ବିଷୟରେ କିଛି ଚିନ୍ତା କରିନି। ସମର୍ଥକଙ୍କ ସହିତ ଆଲୋଚନା କରିବା ପରେ ଯାହା ନିଷ୍ପତ୍ତି ନେବି।”

ଅନ୍ୟପକ୍ଷରେ ସେ ବିଜେପିରେ ଯୋଗ ଦେଇ ପାରନ୍ତି ବୋଲି କୁହାଯାଉଛି। ବିଜେପି ତାଙ୍କୁ କାକଟପୁରରୁ ପ୍ରାର୍ଥୀ କରିପାରେ ବୋଲି କୁହାଯାଉଛି। କାରଣ ବିଜେପି ଏଠାରୁ ତୁଷାରକାନ୍ତି ବେହେରାଙ୍କୁ ପ୍ରାର୍ଥୀ କରିଥିଲା। କିନ୍ତୁ ଟିକେଟ୍ ପାଇବା ପରେ ସେ ଦଳ ଛାଡ଼ି ବିଜେଡିରେ ମିଶିଛନ୍ତି।

ସୂଚନାଯୋଗ୍ୟ, ରବି ମଲ୍ଲିକ ୨୦୦୯ରେ ବିଜେଡି ଟିକେଟ୍‌ରେ କାକଟପୁରରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୧୪ରେ ତାଙ୍କୁ ଟିକେଟ୍ ଦିଆଯାଇ ନଥିଲା। ତାଙ୍କ ବଦଳରେ ସୁରେନ୍ଦ୍ର ସେଠୀଙ୍କୁ ଦଳ ଟିକେଟ୍ ଦେଇଥିଲା। ଏଥର ବି ଦଳ ସୁରେନ୍ଦ୍ରଙ୍କୁ ଟିକେଟ୍ ଦେଇଛି। କିନ୍ତୁ ଶେଷ ମୁହୂର୍ତ୍ତରେ ତାଙ୍କ ପ୍ରାର୍ଥିତ୍ୱ ବଦଳିପାରେ ବୋଲି ଆଲୋଚନା ଜୋର ଧରିଛି। ଟିକେଟ୍ ପାଇବା ପରେ ସେ ନାମାଙ୍କନପତ୍ର ଦାଖଲ କରିବାକୁ ପ୍ରସ୍ତୁତି ଚଳାଇଥିବା ବେଳେ ତୁଷାରକାନ୍ତିଙ୍କୁ ମଧ୍ୟ ଦଳ ନାମାଙ୍କନପତ୍ର ଦାଖଲ କରିବାକୁ ପ୍ରସ୍ତୁତ ରହିବାକୁ କହିଥିବା ଶୁଣିବାକୁ ମିଳିଛି।

Related story