ପୂର୍ବତନ ବିଧାୟକ ନିଖୋଜ: ଅପହରଣ ସନ୍ଦେହ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସିକାର ପୂର୍ବତନ ବିଧାୟକ ସରୋଜ ପାଢ଼ୀ ନିଖୋଜ ହୋଇଯାଇଛନ୍ତି। ସେ ଗତକାଲି ଠାରୁ ନିଖୋଜ ହୋଇଥିବା ନେଇ ତାଙ୍କ ପୁଅ କ୍ୟାପିଟାଲ୍‌ ଥାନାରେ ଏତଲା ଦେଇଛନ୍ତି। ତାଙ୍କୁ ଅପହରଣ କରାଯାଇଥିବା ନେଇ ତାଙ୍କ ପରିବାର ଲୋକେ ସନ୍ଦେହ କରୁଛନ୍ତି। ଶ୍ରୀ ପାଢ଼ିଙ୍କ ପୁଅଙ୍କ ସୂଚନା ଅନୁଯାୟୀ, ସେ ଗତକାଲି ସକାଳ ସାଢ଼େ ୮ଟାରୁ ଘରୁ ବାହାରି ଯାଇଥିଲେ। କିନ୍ତୁ ତା’ପରେ ଆଉ ଘରକୁ ଫେରି ନାହାନ୍ତି। ସେ କାହାକୁ ଦେଖା କରିବାକୁ ଯାଇଥିଲେ। […]

Saroj Kumar Padhi

Jitendra Garnayak
  • Published: Friday, 13 May 2022
  • , Updated: 13 May 2022, 08:18 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସିକାର ପୂର୍ବତନ ବିଧାୟକ ସରୋଜ ପାଢ଼ୀ ନିଖୋଜ ହୋଇଯାଇଛନ୍ତି। ସେ ଗତକାଲି ଠାରୁ ନିଖୋଜ ହୋଇଥିବା ନେଇ ତାଙ୍କ ପୁଅ କ୍ୟାପିଟାଲ୍‌ ଥାନାରେ ଏତଲା ଦେଇଛନ୍ତି। ତାଙ୍କୁ ଅପହରଣ କରାଯାଇଥିବା ନେଇ ତାଙ୍କ ପରିବାର ଲୋକେ ସନ୍ଦେହ କରୁଛନ୍ତି।

ଶ୍ରୀ ପାଢ଼ିଙ୍କ ପୁଅଙ୍କ ସୂଚନା ଅନୁଯାୟୀ, ସେ ଗତକାଲି ସକାଳ ସାଢ଼େ ୮ଟାରୁ ଘରୁ ବାହାରି ଯାଇଥିଲେ। କିନ୍ତୁ ତା’ପରେ ଆଉ ଘରକୁ ଫେରି ନାହାନ୍ତି। ସେ କାହାକୁ ଦେଖା କରିବାକୁ ଯାଇଥିଲେ। ବୋଧେ ସେଠାରୁ ତାଙ୍କୁ କେହି ଅପହରଣ କରି ନେଇଯାଇଥିବା ଆମେ ସନ୍ଦେହ କରୁଛୁ। ସେ ତାଙ୍କ ଫୋନ୍ ନେଇ ଯାଇଥିଲେ। ସିସିଟିଭିରୁ ବି ଦେଖିବାକୁ ମିଳିଛି ଯେ ସେ ସାଙ୍ଗରେ ଫୋନ୍ ନେଇ ଯାଇଥିଲେ। ଫୋନ୍ ସୁଇଚ୍ ଅଫ୍ ଦେଖାଉଛି। ତାଙ୍କୁ ଟ୍ରାକ୍ କରି ହେଉନି। ତାଙ୍କର ଲାଷ୍ଟ ଲୋକେସନ ଘର ପାଖରେ ହିଁ ଦେଖାଉଛି।

ପୂର୍ବତନ ବିଧାୟକ ସରୋଜ ପାଢ଼ୀଙ୍କ ମାନସିକ ଅବସ୍ଥା ଠିକ୍ ଥିଲା। ତେବେ ତାଙ୍କ ପୁଅଙ୍କ କହିବା ଅନୁଯାୟୀ କିଛି ଫୋନ୍ କଲ୍‌କୁ ନେଇ ସେ ବ୍ୟସ୍ତ ଜଣାପଡ଼ୁଥିଲେ। ବାରମ୍ବାର ତାଙ୍କ ପାଖକୁ ଫୋନ୍ ଆସୁଥିଲା। କିନ୍ତୁ କିଏ ଫୋନ୍ କରୁଥିଲା ଓ କ’ଣ ହୋଇଥିଲା ସେ ବିଷୟରେ ପରିବାର ଲୋକଙ୍କୁ କିଛି ଜଣାନାହିଁ। ଏମିତିକି କେହି ବ୍ଲାକ୍‌ମେଲିଂ କରୁଥିବାର ମଧ୍ୟ ପରିବାର ଲୋକେ ସନ୍ଦେହ କରୁଛନ୍ତି।

ଶ୍ରୀ ପାଢ଼ୀ ତାଙ୍କ ପାଖକୁ ଆସୁଥିବା ଫୋନ୍ କଲ୍ ବିଷୟରେ ପରିବାରର କୌଣସି ସଦସ୍ୟଙ୍କୁ କେବେ କିଛି କହି ନଥିବା ତାଙ୍କ ପୁଅ କହିଛନ୍ତି। ସେ ଆହୁରି କହିଛନ୍ତି, ପ୍ରଥମେ ଆମକୁ ଲାଗିଥିଲା ଯେ ବାପା ନିଖୋଜ ହୋଇଯାଇଛନ୍ତି। ତେଣୁ ଆମେ ଥାନାରେ ନିଖୋଜ ରିପୋର୍ଟ ଦେଇଥିଲୁ। କିନ୍ତୁ ପରବର୍ତ୍ତୀ ସମୟରେ ଆମର ସନ୍ଦେହ ହେଲା ଯେ ତାଙ୍କୁ ଅପହରଣ କରାଯାଇଥାଇପାରେ। ପୁଲିସ୍‌କୁ ସବୁ କଥା ଜଣାଯାଇଛି।

କ୍ୟାପିଟାଲ ଥାନା ପୁଲିସ୍ ଘଟଣାର ତଦନ୍ତ କରୁଛି।

ସୂଚନାଯୋଗ୍ୟ, ସରୋଜ ପାଢ଼ୀ ୨୦୦୪ରେ କଂଗ୍ରେସ ଟିକେଟ୍‌ରେ ଆସିକାରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏବେ ସେ ତାଙ୍କ ପରିବାର ସହ ଭୁବନେଶ୍ୱରର ୟୁନିଟ୍-୬ ସ୍ଥିତ ଏକ ଆପାର୍ଟମେଣ୍ଟରେ ରହୁଥିଲେ।

Related story