୩ ବର୍ଷ ଜେଲ୍‌ ଦଣ୍ଡାଦେଶ ପରେ ଦିଲୀପଙ୍କୁ ମିଳିଲା ଜାମିନ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୋଲ୍‌ ସ୍କାମ୍‌ରେ ଦଣ୍ଡିତ ହୋଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟଙ୍କୁ ମିଳିଲା ଜାମିନ୍‌। ଜଣେ ଜାମିନଦାର ଓ ୧ ଲକ୍ଷ ଟଙ୍କା ବେଲ୍‌ବଣ୍ଡରେ ତାଙ୍କୁ ଜାମିନ ମିଳିଛି। ଦିଲୀପଙ୍କ ସହ ଅନ୍ୟ ୨ ଦୋଷୀଙ୍କୁ ମଧ୍ୟ ମିଳିଛି ଜାମିନ। ୧୯୯୯ ମସିହାରେ ଝାଡ଼ଖଣ୍ଡର ଗିରିଡିହ ଖଣି ଆବଣ୍ଟନରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ଦିଲୀପ ଓ ସେତେବେଳେ କୋଇଲା ମନ୍ତ୍ରାଳୟରେ ଥିବା ଦୁଇ ବରିଷ୍ଠ ଅଧିକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ […]

dillip-roy

dillip-roy

Manoranjan Sial
  • Published: Monday, 26 October 2020
  • Updated: 26 October 2020, 12:29 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୋଲ୍‌ ସ୍କାମ୍‌ରେ ଦଣ୍ଡିତ ହୋଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟଙ୍କୁ ମିଳିଲା ଜାମିନ୍‌। ଜଣେ ଜାମିନଦାର ଓ ୧ ଲକ୍ଷ ଟଙ୍କା ବେଲ୍‌ବଣ୍ଡରେ ତାଙ୍କୁ ଜାମିନ ମିଳିଛି। ଦିଲୀପଙ୍କ ସହ ଅନ୍ୟ ୨ ଦୋଷୀଙ୍କୁ ମଧ୍ୟ ମିଳିଛି ଜାମିନ।

୧୯୯୯ ମସିହାରେ ଝାଡ଼ଖଣ୍ଡର ଗିରିଡିହ ଖଣି ଆବଣ୍ଟନରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ଦିଲୀପ ଓ ସେତେବେଳେ କୋଇଲା ମନ୍ତ୍ରାଳୟରେ ଥିବା ଦୁଇ ବରିଷ୍ଠ ଅଧିକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ ସ୍ୱତନ୍ତ୍ର କୋର୍ଟ। ଦିଲୀପଙ୍କୁ ୩ ବର୍ଷ ଜେଲ୍‌ ସହ ୧୦ ଲକ୍ଷ ଜୋରିମାନା କରିଥିଲେ କୋର୍ଟ। ଏଥିସହ ଅନ୍ୟ ୨ ଅଧିକାରୀଙ୍କୁ ମଧ୍ୟ ୩ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ଓ ୧୦ ଲକ୍ଷ ଲେଖାଏଁ ଜୋରିମାନା ହୋଇଥିଲା। ସେହିପରି ଏହି ମାମଲାରେ CTLକୁ ୬୦ ଲକ୍ଷ ଓ CMLକୁ ୧୦ ଲକ୍ଷ ଟଙ୍କା ଜୋରିମାନା କରିଥିଲେ କୋର୍ଟ।

ତତ୍କାଳୀନ ଏନଡିଏ ସରକାରରେ ଦିଲୀପ କୋଇଲା ରାଷ୍ଟ୍ରମନ୍ତ୍ରୀ ଥିଲେ। ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସେତେବେଳେ ଏନଡିଏର ଅଂଶୀଦାର ଥିଲା। ଦିଲୀପ ବିଜେଡିରୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ପ୍ରତିନିଧିତ୍ୱ କରୁଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos