ଏଣିକି ଓଡ଼ିଆ ଭାଷାରେ ଦେଇ ହେବ ଓଏଏସ ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଣିକି ଓଡ଼ିଆ ଭାଷାରେ ଦେଇ ହେବ ଓଏଏସ ପରୀକ୍ଷା ।  ଇଂରାଜୀ ଭାଷା ସହ ଓଡ଼ିଆରେ ବି ପ୍ରସ୍ତୁତ ହେବ ପ୍ରଶ୍ନପତ୍ର । ପ୍ରିଲିମ୍, ମେନ୍ ଓ ଇଣ୍ଟରଭିୟୁ  ସବୁ କିଛି ପୂର୍ବରୁ ଇଂରାଜୀରେ ହେଉଥିବା ବେଳେ ଏବେ ଓଡ଼ିଆ ଭାଷାରେ ବି ହେବ ।  ପରୀକ୍ଷାର୍ଥୀମାନେ ନିଜ ଇଚ୍ଛା ମୁତାବକ ଏହି ୨ଟି ମଧ୍ୟରୁ ଯେକୌଣସି ଭାଷାକୁ ବାଛି ପରୀକ୍ଷା ଦେଇପାରିବେ। ଦୀର୍ଘ ଦିନର ଦାବି ପରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ […]

Exam

Exam

Niharika Rout
  • Published: Thursday, 22 September 2022
  • Updated: 22 September 2022, 09:40 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଣିକି ଓଡ଼ିଆ ଭାଷାରେ ଦେଇ ହେବ ଓଏଏସ ପରୀକ୍ଷା ।  ଇଂରାଜୀ ଭାଷା ସହ ଓଡ଼ିଆରେ ବି ପ୍ରସ୍ତୁତ ହେବ ପ୍ରଶ୍ନପତ୍ର । ପ୍ରିଲିମ୍, ମେନ୍ ଓ ଇଣ୍ଟରଭିୟୁ  ସବୁ କିଛି ପୂର୍ବରୁ ଇଂରାଜୀରେ ହେଉଥିବା ବେଳେ ଏବେ ଓଡ଼ିଆ ଭାଷାରେ ବି ହେବ ।  ପରୀକ୍ଷାର୍ଥୀମାନେ ନିଜ ଇଚ୍ଛା ମୁତାବକ ଏହି ୨ଟି ମଧ୍ୟରୁ ଯେକୌଣସି ଭାଷାକୁ ବାଛି ପରୀକ୍ଷା ଦେଇପାରିବେ।

ଦୀର୍ଘ ଦିନର ଦାବି ପରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ OPSCକୁ ଏନେଇ ଚିଠି ହୋଇଛି । ଏହାଫଳରେ ଅଧିକ ପରୀକ୍ଷାର୍ଥୀ ଏବେ ଓଏଏସ୍‌ ପରୀକ୍ଷା ଦେବାକୁ ଆଗ୍ରହୀ ହେବେ ବୋଲି କୁହାଯାଉଛି।  ଓଏଏସ୍‌ ପରୀକ୍ଷାର ପରୀକ୍ଷାର୍ଥୀମାନେ ଏଣିକି ଉଭୟ ଭାଷାର ପ୍ରଶ୍ନ ପାଇବେ ଓ ଯେଉଁ ଭାଷାରେ ଚାହିଁବେ ଉତ୍ତର ଲେଖିପାରିବେ ।

ବହୁ ପୂର୍ବରୁ ଓଡ଼ିଆରେ ଓଏଏସ ପରୀକ୍ଷା ଆୟୋଜନ ଲାଗି ଦାବି ହୋଇ ଆସୁଥିଲା । ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ପକ୍ଷରୁ ଏନେଇ ସରକାରଙ୍କୁ ଅବଗତ କରାଯିବା ପରେ ଏହି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି  । ସର୍ବଭାରତୀୟ ପ୍ରଶାସନିକ ସେବାରେ ୧୯୮୦ ମସିହାରୁ ବହୁ ଭାଷାରେ ପରୀକ୍ଷା ହୋଇ ଆସୁଛି । ବର୍ତ୍ତମାନ ୨୨ଟି ଭାଷାରେ ପରୀକ୍ଷା ହେଉଛି  । କିନ୍ତୁ ଓଡ଼ିଶା ପ୍ରଶାସନିକ ସେବା ବା ଓଏଏସ ପରୀକ୍ଷା ଓଡ଼ିଆ ଭାଷାରେ ହୋଇ ପାରୁ ନଥିଲା।

ଏନେଇ ଭାଷା ପ୍ରେମୀଙ୍କ ପକ୍ଷରୁ ୨୦୧୧ରେ ହାଇକୋର୍ଟରେ ପିଟିସନ ଦାଖଲ ହୋଇଥିଲା  । ଯାହାର ଶୁଣାଣି କରି କୋର୍ଟ ଓଡ଼ିଆ ଭାଷାରେ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ତାହା କାର୍ଯ୍ୟକାରୀ ହୋଇପାରିନଥିଲା । ଆଉ ଏବେ ଏହା ଲାଗୁ ହେବାକୁ ଯାଉଛି  । ତେବେ ୨୦୧୭ରେ ଓଡ଼ିଆ ଭାଷାରେ ଲେଖିବା ପାଇଁ ଅନୁମତି ଦିଆଯାଇଥିଲେ ବି ଅନେକ ପରୀକ୍ଷାର୍ଥୀ ଏନେଇ ଅବଗତ ହୋଇପାରିନଥିଲେ  ।

ଓଡ଼ିଆ ଭାଷାରେ ପ୍ରଶ୍ନ ଆସିବ ଓ ଓଡ଼ିଆରେ ହିଁ ଉତ୍ତର ଦେବେ ପରିକ୍ଷାର୍ଥୀ। ଫଳରେ ଏବେ  ଓଏଏସ୍‌ ପରୀକ୍ଷା ଦେବାକୁ ବହୁ ପିଲା ଆଗ୍ରହୀ ହେବେ ବୋଲି କହିଛନ୍ତି ଶିକ୍ଷାବିତ। ଏହି ନିର୍ଦ୍ଦେଶନାମା ପରଠୁ ଓଏଏସ୍‌ ପରୀକ୍ଷା ଦେବାକୁ  ଥିବା ଆଶାୟୀମାନେ ବେଶ୍‌ ଖୁସ୍‌ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story