ନର ସଂହାର କରିବାକୁ ଆସି ଯବାନଙ୍କ ସହ ମୁହାଁମୁହିଁ ହେଲେ ନକ୍ସଲ!

ବରଗଡ଼ (ଦୀପକ ଶର୍ମା): ଯବାନଙ୍କୁ ଚକ୍‌ମା ଦେବା ପାଇଁ ସବୁଜ ୟୁନିଫର୍ମ ପିନ୍ଧି ନର ସଂହାର କରିବାକୁ ଆସିଥିଲେ ନକ୍ସଲ! ଏହା ଜାଣିପାରି ମଲାଇଖମନ ଜଙ୍ଗଲରେ ପହଞ୍ଚିଥିଲେ ଡିଭିଏଫ୍‌ ଯବାନ। ଆଉ ତା’ପରେ ଉଭୟ ପକ୍ଷରୁ ହୋଇଥିଲା ଗୁଳି ବିନିମୟ। ଗତକାଲି ରାତିରେ ଏମିତି ଘଟଣା ବରଗଡ଼ ଜିଲ୍ଲା ମେଳଛାମୁଣ୍ଡା ଥାନା ମଲାଇଖମନ ଜଙ୍ଗଲରେ ଘଟିଛି। କୌଣସି ଅଘଟଣ ଘଟାଇବା ପାଇଁ ଗତକାଲି ରାତିରେ ସୁକଲତରମା ଗାଁକୁ ନକ୍ସଲମାନେ ଆସୁଥିବା ଖବର ମିଳିଥିଲା। ଏହା ପରେ ଡିଭିଏଫ୍‌ […]

naxal

Manoranjan Sial
  • Published: Wednesday, 27 May 2020
  • , Updated: 27 May 2020, 04:28 PM IST

ବରଗଡ଼ (ଦୀପକ ଶର୍ମା): ଯବାନଙ୍କୁ ଚକ୍‌ମା ଦେବା ପାଇଁ ସବୁଜ ୟୁନିଫର୍ମ ପିନ୍ଧି ନର ସଂହାର କରିବାକୁ ଆସିଥିଲେ ନକ୍ସଲ! ଏହା ଜାଣିପାରି ମଲାଇଖମନ ଜଙ୍ଗଲରେ ପହଞ୍ଚିଥିଲେ ଡିଭିଏଫ୍‌ ଯବାନ। ଆଉ ତା’ପରେ ଉଭୟ ପକ୍ଷରୁ ହୋଇଥିଲା ଗୁଳି ବିନିମୟ। ଗତକାଲି ରାତିରେ ଏମିତି ଘଟଣା ବରଗଡ଼ ଜିଲ୍ଲା ମେଳଛାମୁଣ୍ଡା ଥାନା ମଲାଇଖମନ ଜଙ୍ଗଲରେ ଘଟିଛି।

କୌଣସି ଅଘଟଣ ଘଟାଇବା ପାଇଁ ଗତକାଲି ରାତିରେ ସୁକଲତରମା ଗାଁକୁ ନକ୍ସଲମାନେ ଆସୁଥିବା ଖବର ମିଳିଥିଲା। ଏହା ପରେ ଡିଭିଏଫ୍‌ ଯବାନମାନେ ମଲାଇଖମନ ଜଙ୍ଗଲରେ ସର୍ଚ୍ଚ ଅପରେସନ୍‌ କରିଥିଲେ। ଏହାଜାଣିପାରି ସବୁଜ ରଙ୍ଗର ୟୁନିଫର୍ମ ପିନ୍ଧିଥିବା ୭ ଜଣ ନକ୍ସଲ ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହାର ପ୍ରତିଆକ୍ରମଣ କରିଥିଲେ ଯବାନ। ଫଳରେ ଦୀର୍ଘ ସମୟ ଧରି ଉଭୟ ପାର୍ଶ୍ୱରୁ ଗୁଳି ବିନିମୟ ହୋଇଥିଲା। ତେବେ ଅନ୍ଧକାରର ସୁଯୋଗ ନେଇ ନକ୍ସଲମାନେ ଛତ୍ରଭଙ୍ଗ ଦେଇ ଘଞ୍ଚ ଜଙ୍ଗଲ ଭିତରକୁ ଚାଲି ଯାଇଥିଲେ।

ଆଜି ସକାଳେ ଯବାନମାନେ ଉକ୍ତ ଜଙ୍ଗଲକୁ ଯାଇ ୧୪ ରାଉଣ୍ଡ ଗୁଳି, ବ୍ୟାଟେରୀ, ମୋବାଇଲ, ଟର୍ଚ୍ଚଲାଇଟ୍‌, ଗ୍ରୋସରୀ ସାମଗ୍ରୀ, ପନିପରିବା ଓ କିଛି ନକ୍ସଲ ନେତାଙ୍କ ଫଟୋ ଜବତ କରାଯାଇଥିବା ବରଗଡ଼ ଏସ୍‌ପି ପଦ୍ମିନୀ ସାହୁ କହିଛନ୍ତି।

Related story