ଅବକାରୀ ବିଭାଗ ହଟହଟା: କର୍ମଚାରୀଙ୍କୁ ମାଡ଼ ମାରି ଅଭିଯୁକ୍ତକୁ ଛଡ଼ାଇ ନେଲେ ଲୋକେ

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ରୁପସା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଅବକାରୀ କର୍ମଚାରୀଙ୍କୁ ମାଡ଼ ମାରି ଗିରଫ ଅଭିଯୁକ୍ତଙ୍କୁ  ଛଡ଼ାଇ ନେବା ସହ ଜବତ ମଦକୁ ମଧ୍ୟ ନେଇ ଯାଇଛନ୍ତି ଲୋକେ। ଏଥିସହ ଅବକାରୀ ଗାଡ଼ିକୁ ଭଙ୍ଗି ଚୁରମାର କରିଦେଇଛନ୍ତି। ସୂଚନା ଅନୁସାରେ, ଆଜି ବସ୍ତା ଅବକାରୀ ଉପନିରୀକ୍ଷକଙ୍କ ୭ ଜଣିଆ ଟିମ୍‌ ମିରିଗିମୁଣ୍ଡି ଓ ବରହପୁର ଅଞ୍ଚଳରେ ଚଢ଼ଉ କରିଥିଲା। ଏଥିରେ ବିପୁଳ ପରିମାଣର ଦେଶୀ ଜବତ କରାଯିବା  ସହ  ଦୁଇ […]

child

Jyoshna Pradhan
  • Published: Wednesday, 14 November 2018
  • , Updated: 14 November 2018, 12:37 PM IST

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ରୁପସା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଅବକାରୀ କର୍ମଚାରୀଙ୍କୁ ମାଡ଼ ମାରି ଗିରଫ ଅଭିଯୁକ୍ତଙ୍କୁ  ଛଡ଼ାଇ ନେବା ସହ ଜବତ ମଦକୁ ମଧ୍ୟ ନେଇ ଯାଇଛନ୍ତି ଲୋକେ। ଏଥିସହ ଅବକାରୀ ଗାଡ଼ିକୁ ଭଙ୍ଗି ଚୁରମାର କରିଦେଇଛନ୍ତି।

ସୂଚନା ଅନୁସାରେ, ଆଜି ବସ୍ତା ଅବକାରୀ ଉପନିରୀକ୍ଷକଙ୍କ ୭ ଜଣିଆ ଟିମ୍‌ ମିରିଗିମୁଣ୍ଡି ଓ ବରହପୁର ଅଞ୍ଚଳରେ ଚଢ଼ଉ କରିଥିଲା। ଏଥିରେ ବିପୁଳ ପରିମାଣର ଦେଶୀ ଜବତ କରାଯିବା  ସହ  ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ତେବେ  ଅବକାରୀ କର୍ମଚାରୀ ଫେରିବା ସମୟରେ  କସିପଦା ମାଛ ମାର୍କେଟ୍‌ରେ ୧୦ରୁ ୧୨ ଜଣ ଲୋକ ଅତର୍କିତ ଭାବେ ଗାଡ଼ିକୁ ଟେକା ପଥର ମାଡ଼ କରିଥିଲେ। ଏହାସହ ଠେଙ୍ଗାରେ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ। ଏଥିରେ ଜଣେ ମହିଳା କନଷ୍ଟେବଲଙ୍କ ସହିତ ଅନ୍ୟ ଦୁଇ ଜଣ କନଷ୍ଟେବଲ ଆହତ ହୋଇଛନ୍ତି।

ଆକ୍ରମଣକାରୀ ଦୁଇ ଗିରଫ ଅଭିଯୁକ୍ତଙ୍କୁ ଛଡ଼ାଇ ନେବା ସହ ମଦକୁ ନେଇ ଯାଇଛନ୍ତି।

Related story