ଖୋଲା ଭ୍ୟାନରେ ପଶ୍ଚିମବଙ୍ଗରୁ ଆସୁଥିଲା, ଧରିଦେଲା ଅବକାରୀ ବିଭାଗ

ଜଳେଶ୍ୱର(ଅଜିତ ଦାସ):  ଦୁର୍ଗା ପୂଜା ପାଇଁ ଏକ ଖୋଲା ଭ୍ୟାନରେ ପଶ୍ଚିମବଙ୍ଗରୁ ଓଡ଼ିଶା ଆସୁଥିଲା ୯୦୦ ଲିଟର ନକଲି ମଦ। ହେଲେ ବାଟରେ ଅବକାରୀ ବିଭାଗ ଚଢ଼ାଉ କରି ଏହାକୁ ଜବତ କରିଛି। ଯାହାର ଅନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ଥାନା  ଅନ୍ତର୍ଗତ ବାଟଗ୍ରାମ ଅଞ୍ଚଳରେ। ଏହି ଘଟଣାରେ ଅବକାରୀ ବିଭାଗ ତିନି ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଦୁଇ ଜଣ […]

spurious-liquor-

Tapaswini Nayak
  • Published: Saturday, 09 October 2021
  • , Updated: 09 October 2021, 10:13 AM IST

ଜଳେଶ୍ୱର(ଅଜିତ ଦାସ):  ଦୁର୍ଗା ପୂଜା ପାଇଁ ଏକ ଖୋଲା ଭ୍ୟାନରେ ପଶ୍ଚିମବଙ୍ଗରୁ ଓଡ଼ିଶା ଆସୁଥିଲା ୯୦୦ ଲିଟର ନକଲି ମଦ। ହେଲେ ବାଟରେ ଅବକାରୀ ବିଭାଗ ଚଢ଼ାଉ କରି ଏହାକୁ ଜବତ କରିଛି। ଯାହାର ଅନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ଥାନା  ଅନ୍ତର୍ଗତ ବାଟଗ୍ରାମ ଅଞ୍ଚଳରେ। ଏହି ଘଟଣାରେ ଅବକାରୀ ବିଭାଗ ତିନି ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଦୁଇ ଜଣ ବିହାରର ହୋଇଥିବା ବେଳେ ଅନ୍ୟ ଜଣେ ଗାଡ଼ି ଡ୍ରାଇଭର ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ପଶ୍ଚିମବଙ୍ଗରୁ ନକଲି ମଦ ବାଟଗ୍ରାମ ଅଞ୍ଚଳ ଦେଇ ଆସୁଥିବା ଅବକାରୀ ବିଭାଗ କୌଣସି ସୂତ୍ରରୁ ଖବର ପାଇଥିଲା।  ବାଲେଶ୍ୱର ଅବକାରୀ ଡେପୁଟି କମିଶନର ଅଶୋକ କୁମାର ଶତପଥୀଙ୍କ ନିର୍ଦ୍ଦେଶ କ୍ରମେ ଜଳେଶ୍ୱର ଅବକାରୀ ଓଆଇସି ଦେବେନ୍ଦ୍ର କୁମାର ବେହେରା ଓ  ତାଙ୍କର ୨୨ ଜଣିଆ ଏକ ଟିମ୍‌ ମିଳିତ ଭାବେ ବାଟଗ୍ରାମ  ନିକଟରେ ନାକାବନ୍ଦୀ କରି ଗାଡ଼ିମୋଟର ଯାଞ୍ଚ କରୁଥିଲେ।

ଏହି ସମୟରେ ପଶ୍ଚିମବଙ୍ଗରୁ ଏକ ଖୋଲା ଭ୍ୟାନ ଏହି ରାସ୍ତା ଦେଇ ଯାଉଥିଲା। ଅବକାରୀ ବିଭାଗ ବାଟଗ୍ରାମ ନିକଟରେ ଗାଡ଼ିଟିକୁ ଅଟକାଇଥିଲା। ଗାଡ଼ି ଯାଞ୍ଚ କଲାବେଳେ ସେଥିରୁ ୯୦୦ ଲିଟର ନକଲି ମଦ ବାହାରିଥିଲା। ଅବକାରୀ ବିଭାଗ ଏହି ନକଲି ମଦ ଜବତ କରି ଘଟଣାର ତଦନ୍ତ କରୁଛି।

Related story