ପୁରୀ(ମଧୁସୂଦନ ମିଶ୍ର): ଚାଷଜମିରୁ ବାହାରିଲା ପେଟି ପେଟି ମଦ। ପୁରୀ ଜିଲ୍ଲାରେ କୃଷ୍ଣପ୍ରସାଦ ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଅବକାରୀ ବିଭାଗ ବିପୁଳ ପରିମାଣର ମଦ ଜବତ କରିଛି। ମୁଖ୍ୟତଃ ପଥରଗଞ୍ଜ, ବାଲିପାଟପୁର, ପାଇକ ସାହି ଓ ମାଲୁଦ ଅଞ୍ଚଳରେ ଏହି ଚଢ଼ାଉ କରାଯାଇଥିଲା। ତେବେ ଚାଷ ଜମିରେ ପେଟି ପେଟି ବିଦେଶୀ ମଦ ଓ ଦେଶୀ ମଦ ଲୁଚାଇ ରଖାଯାଇଥିଲା।
ସୂଚନା ଅନୁସାରେ ଗତକାଲି ପଥରଗଞ୍ଜ, ବାଲିପାଟପୁର ଓ ପାଇକ ସାହିରେ ବେଆଇନ ମଦ ବିକ୍ରି ହେଉଥିବା ନେଇ ଅବକାରୀ ବିଭାଗ ଖବର ପାଇଥିଲା। ଏହାପରେ ଏକ ସ୍ୱତନ୍ତ୍ର ଟିମ୍ ଚଢଉ କରି ମଦକୁ ଜବତ କରିଥିଲା। ଏହି ଘଟଣାରେ ଅବକାରୀ ବିଭାଗ ତିନି ଜଣଙ୍କୁ ଗିରଫ କରିଛି। ଏଥିସହ ଜଣେ ଫେରାର୍ ହୋଇଯାଇଛନ୍ତି।
ସେହିପରି ପୁରୀ ସି-ବିଚ୍ ଥାନା ଅନ୍ତର୍ଗତ ବାଲିନୋଡ଼ିଆ ସାହିରୁ ୧୧୦ ଲିଟର ବେଆଇନ ମଦ ଜବତ କରାଯାଇଛି। ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି।
https://youtu.be/FcXaMmZL5jA
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ନିଜ କାର୍ଯ୍ୟାଳୟରେ ବସିଥିଲେ ବିଜେପି ନେତା, ଖଣ୍ଡା ଧରି ମାଡ଼ି ଆସିଲେ ଦୁର୍ବୃତ୍ତ
ନିଜ କାର୍ଯ୍ୟାଳୟରେ ଥିବା ବିଜେପି ନେତାଙ୍କ ଉପରେ ହେଲା ମରଣାନ୍ତକ ଆକ୍ରମଣ। ମାତ୍ର ଖଣ୍ଡା ଚୋଟରୁ ଅଳ୍ପକେ ବର୍ତ୍ତିଗଲେ ବିଜେପିର ତୁଙ୍ଗ ନେତା।
Accident
ଚାଲି ଚାଲି ଯାଉଥିଲେ ଯୁବକ, ପିଟିଦେଲା ଅଜଣା ଗାଡ଼ି
ଚାଲି ଚାଲି ଘରକୁ ଫେରୁଥିଲେ ଯୁବକ। ମାତ୍ର କିଛି ସମୟ ପରେ ଘରେ ପହଞ୍ଚି ବି ଯାଇଥାନ୍ତେ। ମାତ୍ର ବିଧିର ବିଧାନ ଥିଲା କିଛି ଅଲଗା।
Accident
ଗୁପ୍ତେଶ୍ୱର ଯିବାବେଳେ ଓଲଟିଲା ଭ୍ୟାନ୍; ମହିଳା ମୃତ, ୧୩ ଆହତ
ଗଜପତି ଜିଲ୍ଲା ମୋହନା ଥାନା କେନ୍ଦୁଘାଟିରେ ଟୁରିଷ୍ଟ ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୩ ଜଣ ଆହତ ହୋଇଛନ୍ତି ।
Politics
ଲୋକସେବା ଭବନରେ ଲାଗିଲା ସାନିଟାରୀ ନାପକିନ୍ ଭେଣ୍ଡିଂ ମେସିନ୍
ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ସାନିଟାରୀ ଭେଣ୍ଡିଂ ମେସିନକୁ ସ୍ଥାପନକୁ ଉଦଘାଟନ କରିବା ସହ ମହିଳାମାନଙ୍କ ପାଇଁ ସ୍ୱଚ୍ଛତା ଓ ସହାୟକ କର୍ମକ୍ଷେତ୍ର ସୃଷ୍ଟି ଦିଗରେ ଏକ ପ୍ରଗତିଶୀଳ ପଦକ୍ଷେପ ବୋଲି କହିଛନ୍ତି ।
Politics
ରାଜ୍ୟରେ ୫ବର୍ଷରେ ୨ଗୁଣ ବଢ଼ିବ ଏମବିବିଏସ୍ ସିଟ୍ : ସ୍ୱାସ୍ଥ୍ୟମନ୍ତ୍ରୀ
ଆଜି ଶ୍ରୀ ମହାଲିଙ୍ଗ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଆଗାମୀ ୫ବର୍ଷ ମଧ୍ୟରେ ରାଜ୍ୟର ବିଭିନ୍ନ ମେଡିକାଲ କଲେଜରେ ଥିବା ଏମବିବିଏସ୍ ସିଟ୍ ସଂଖ୍ୟାକୁ ୨୫୦୦ରୁ ୫ହଜାରକୁ ବୃଦ୍ଧି କରିବାକୁ ସରକାର ଯୋଜନା କରିଛନ୍ତି ।