‘କେବଳ ନାଚ ଶିଖାଇବାରେ ମୋର ସ୍ୱାର୍ଥ, ଅନ୍ୟ କୌଣସି ଉଦ୍ଦେଶ୍ୟ ନାହିଁ ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନିକଟରେ ଚର୍ଚ୍ଚାର ପରିସରକୁ ଆସିଥିଲେ ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟଶିଳ୍ପୀ ଶାଶ୍ୱତ ଯୋଶୀ। ଗୁରୁଦିବସରେ ଜଣେ ଛାତ୍ର ତାଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଥିଲେ। ଏପରିକି ସୋଶାଲ ମିଡିଆରେ ଜଣେ ଛାତ୍ରୀ ଶାଶ୍ୱତଙ୍କୁ ସବୁଠୁ ଶସ୍ତା ଓ ନିମ୍ନ ମାନସିକତାର ବ୍ୟକ୍ତି ବୋଲି କହିଥିଲେ। ଏସବୁ ଅଭିଯୋଗକୁ ନେଇ ଓଟିଭିର ସ୍ୱତନ୍ତ୍ର ସାକ୍ଷାତକାର କାର୍ଯ୍ୟକ୍ରମ ‘ଖୋଲାକଥା’ରେ ତାଙ୍କୁ କିଛି ପ୍ରଶ୍ନ କରାଯାଇଥିଲା। ପଢ଼ନ୍ତୁ ସେ ସେସବୁ ପ୍ରଶ୍ନର କ’ଣ ଉତ୍ତର ଦେଇଥିଲେ। ୧. ଗୁଗୁଲ୍‌ […]

saswat22

saswat22

Puspanjali Panda
  • Published: Monday, 30 September 2019
  • Updated: 02 October 2019, 07:46 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନିକଟରେ ଚର୍ଚ୍ଚାର ପରିସରକୁ ଆସିଥିଲେ ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟଶିଳ୍ପୀ ଶାଶ୍ୱତ ଯୋଶୀ। ଗୁରୁଦିବସରେ ଜଣେ ଛାତ୍ର ତାଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଥିଲେ। ଏପରିକି ସୋଶାଲ ମିଡିଆରେ ଜଣେ ଛାତ୍ରୀ ଶାଶ୍ୱତଙ୍କୁ ସବୁଠୁ ଶସ୍ତା ଓ ନିମ୍ନ ମାନସିକତାର ବ୍ୟକ୍ତି ବୋଲି କହିଥିଲେ। ଏସବୁ ଅଭିଯୋଗକୁ ନେଇ ଓଟିଭିର ସ୍ୱତନ୍ତ୍ର ସାକ୍ଷାତକାର କାର୍ଯ୍ୟକ୍ରମ ‘ଖୋଲାକଥା’ରେ ତାଙ୍କୁ କିଛି ପ୍ରଶ୍ନ କରାଯାଇଥିଲା। ପଢ଼ନ୍ତୁ ସେ ସେସବୁ ପ୍ରଶ୍ନର କ’ଣ ଉତ୍ତର ଦେଇଥିଲେ।

୧. ଗୁଗୁଲ୍‌ ଯୁଗରେ ଆପଣ ଗୁରୁକୁଳର ପରିକଳ୍ପନା କିପରି କଲେ ?
ଉତ୍ତର: ଗୁରୁକୁଳ ପରମ୍ପରା ନ ରହିଲେ ମଣିଷ ସାମାଜିକ ହୋଇପାରିବ ନାହିଁ। ସମାଜର ମୂଲ୍ୟବୋଧ ନେଇ ମୁଁ ବଞ୍ଚିଛି। ସାଧାରଣ ବିଦ୍ୟାଳୟରେ ଛାତ୍ର ୧୦ ରୁ ୪ଟା ପର୍ଯ୍ୟନ୍ତ ସମୟ ଦେଇଥା’ନ୍ତି। କିନ୍ତୁ ଗୁରୁକୁଳ ପଦ୍ଧତିରେ ଛାତ୍ରମାନଙ୍କୁ ଗୁରୁଙ୍କ ସହିତ ରହିବାକୁ ପଡ଼ିଥାଏ।

୨. ଗୁରୁ ଶିଷ୍ୟ ପରମ୍ପରା ଭିତରେ ପବିତ୍ରତା କେତେ ଥାଏ ?
ଉତ୍ତର: ବହୁତ ପବିତ୍ରତା ଥାଏ। ମୋର ଗୁରୁଜନଙ୍କ ସହିତ ଯାହା ସମ୍ପର୍କ ମୁଁ ସେହି ସମ୍ପର୍କ ଛାତ୍ରଛାତ୍ରୀମାନଙ୍କ ଉପରେ ଅଜାଡ଼ିବାକୁ ଚେଷ୍ଟା କରିଥାଏ। ଏହାର ଶୁଦ୍ଧତା ବଜାୟ ରଖିଲେ, ସେତିକି ପୂଜା ଆମେ ପାଇବା। ମୁଁ ଆଜି ପର୍ଯ୍ୟନ୍ତ ମୋ ଗୁରୁମାନଙ୍କ ବିରୋଧରେ ଅଭିଯୋଗ କରିନି।

୩. ଆପଣ ଶିଷ୍ୟମାନଙ୍କୁ ମାଡ଼ ମାରନ୍ତି ବୋଲି ଅଭିଯୋଗ ଆସିଛି ?
ଉତ୍ତର : ଯେଉଁମାନେ ଏହି ଅଭିଯୋଗ କରିଛନ୍ତି, ସେମାନେ ଦିନେ ମୋର ଭଲ ଶିଷ୍ୟ ଥିଲେ। ସମସ୍ତଙ୍କର ଗୁରୁଙ୍କ ସହିତ ରହିବାର ଇଚ୍ଛା ଶକ୍ତି ଥାଏ। ମୁଁ ସର୍ବଦା ନୂଆ ମୁହଁକୁ ପ୍ରୋତ୍ସାହନ ଦେବାକୁ ଚେଷ୍ଟା କରିଥାଏ। ସବୁବେଳେ ଜଣେ ଶିଷ୍ୟକୁ ଗୁରୁତ୍ୱ ଦେଇପାରିବି ନାହିଁ। ସେମାନଙ୍କୁ ଗୁରୁତ୍ୱ ନ ଦେବାରୁ ଏପରି ଅଭିଯୋଗ କରିଛନ୍ତି।

୪.  ଆପଣ ଶିଷ୍ୟଙ୍କୁ ରାତିରେ ପାଖରେ ଶୋଇବା ପାଇଁ କୁହନ୍ତି କି ?
ଉତ୍ତର : ଏହି ପ୍ରକାର ଅଭିଯୋଗ ଭିତ୍ତିହୀନ। ଏଥିପାଇଁ ଅନୁସନ୍ଧାନର ଆବଶ୍ୟକତା ରହିଛି। ସବୁଠୁ ଉପରେ ଧର୍ମ ଓ ଆଇନ୍‌ ରହିଛି। ମୁଁ ଛୋଟ ମଣିଷଟେ। କାହା ପାଇଁ ଅନ୍ୟାୟ ଚିନ୍ତା କରିନି। ଯେଉଁମାନେ ଅଭିଯୋଗ କରିଛନ୍ତି, ତାଙ୍କୁ ଆଶୀର୍ବାଦ କରୁଛି, ସେମାନେ ଭଲରେ ରୁହନ୍ତୁ।

୫. ଆପଣଙ୍କ ବିଷୟରେ ଆସିଥିବା ଅଭିଯୋଗକୁ ଭିତ୍ତିହୀନ ବୋଲି କାହିଁକି କହୁଛନ୍ତି ?
ଉତ୍ତର : ଆପଣ ଯଦି ଘରେ ବାପା ଭୂମିକା ଗ୍ରହଣ କରିଥିବେ ତା’ହେଲେ ପୁଅଝିଅ ଆପଣଙ୍କ ବିରୁଦ୍ଧରେ ଗଲେ, ଆପଣ କେବେ ବି ସେମାନଙ୍କ ବିରୁଦ୍ଧରେ ଯାଇ ମିଡିଆ ସମ୍ମୁଖରେ ପ୍ରଚାର କରିବେ ନାହିଁ। ଗୁରୁ-ଶିଷ୍ୟ ପରମ୍ପରା ଗୋଟିଏ ବର୍ଷରେ ତିଆରି ହୋଇପାରିବ ନାହିଁ। ଏଥିପାଇଁ ଲମ୍ୱା ସମୟ ଦରକାର । ମୋର ସ୍ୱାର୍ଥ କେବଳ ନାଚ ଶିଖାଇବାରରେ ରହିଛି, ଆଉ କୌଣସି ଉଦ୍ଦେଶ୍ୟ ନାହିଁ। ଅନ୍ୟ କୌଣସି ଉଦ୍ଦେଶ୍ୟ ରହିଲେ, ମୋର ଅଭିଯୋଗ ଆରମ୍ଭ ହେବ।

୬. ଆଉ ଗୋଟିଏ ଅଭିଯୋଗ ଆସେ ଯେ ଆପଣ ଜଣେ ଆତ୍ମଘୋଷିତ ଗୁରୁ ?
ଉତ୍ତର : ନାଚ ଶିଖାଇଲେ ଜଣେ ଯଦି ଗୁରୁ ହୋଇଯାଆନ୍ତା, ତାହେଲେ ବହୁତ ଗୁରୁ ବାହାରନ୍ତେ। ମୋତେ ଲୋକମାନେ ଗୁରୁ କହୁଛନ୍ତି। ମୁଁ ନିଜକୁ କେବେ ବି ଗୁରୁ ବୋଲି ଭାବେ ନାହିଁ। ଯିଏ କହୁଛି, ତାଙ୍କୁ ପଚାରନ୍ତୁ। ମୁଁ ସବୁବେଳେ ନିଜକୁ ଜଣେ ପ୍ରତିଯୋଗୀ ଭାବେ।

୭.  ଆପଣ ବିଦେଶ ମାଟିରେ ଜଗନ୍ନାଥଙ୍କୁ ଧରିକି ନାଚନ୍ତି। ଏହା କ’ଣ ଜରୁରୀ ?
ଉତ୍ତର : ମୁଁ ଅନ୍ତର୍ଜାତୀୟ ସ୍ତରରେ ଜଗନ୍ନାଥ ସଂସ୍କୃତିକୁ ପ୍ରଚାର କରୁଛି। ଏହା ପୂର୍ବରୁ ଅନେକ ଫିଲ୍ମରେ ଜଗନ୍ନାଥଙ୍କୁ ଏପରି ଚିତ୍ରଣ କରାଯାଇଛି। ପୁରୀ ହେଉ କିମ୍ୱା ମଠ ମନ୍ଦିରରେ ହେଉ ଜଗନ୍ନାଥଙ୍କ ଚିତ୍ର ଥିବା ଟି-ସାର୍ଟ, ବ୍ୟାଗ୍‌, ଧୂପକାଠି ମଧ୍ୟ ମିଳୁଛି। ମୁଁ ବିଦେଶ ମାଟିରେ ଯଦି ଓଡ଼ିଶା ପରମ୍ପରା ବିଷୟରେ ନ କହିବି, ତା’ହାଲେ କହିବ କିଏ ?

୮. କୁହାଯାଏ, ଆପଣଙ୍କ କ୍ୟାରିଅର୍‌ରେ ଜଣେ ରାଜନେତାଙ୍କର ହାତ ରହିଛି। ସେ କିଏ ?
ଉତ୍ତର : ହଁ, ସେ ହେଉଛନ୍ତି ଶ୍ରୀଯୁକ୍ତ ଜାନକୀ ବଲ୍ଲଭ ପଟ୍ଟନାୟକ। ସେ ମୋ ପାଇଁ ଗଡଫାଦର୍‌। ଟିଟଲାଗଡ଼ର ଗଭରମେଣ୍ଟ ବୟେଜ୍‌ ହାଇସ୍କୁଲରେ ଓଡ଼ିଶୀ ନାଚୁଥିବା ଦେଖିଥିଲେ ଓ ମୋତେ ଓଡ଼ିଶୀ ଗବେଷଣାରେ କେନ୍ଦ୍ରରେ ପାଠ ପଢ଼ାଇବା ପାଇଁ ସାହାଯ୍ୟ କରିଥିଲେ।

 

https://youtu.be/091PQrZSbgk

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos