ନକ୍ସଲ ହିଂସାର ଶିକାର ସରକାରୀ କର୍ମଚାରୀଙ୍କୁ ୧୦ଲକ୍ଷ ଟଙ୍କାର ବୀମା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନକ୍ସଲ ହିଂସାର ଶିକାର ହେଉଥିବା ସମସ୍ତ ସରକାରୀ କର୍ମଚାରୀଙ୍କୁ ଅନୁକମ୍ପାମୂଳକ ସହାୟତା ଅତିରିକ୍ତ ୧୦ଲକ୍ଷ ଟଙ୍କାର ବୀମା ମିଳିବ। ନକ୍ସଲ ହିଂସାର ଶିକାର ହୋଇ ରାଜ୍ୟ ସରକାରଙ୍କ କର୍ମଚାରୀଙ୍କ ମୃତ୍ୟୁ, ସ୍ଥାୟୀ ଭାବେ ପଙ୍ଗୁ ଓ ସାମାନ୍ୟ ଆହତ କ୍ଷେତ୍ରରେ ଏହି ବୀମା ସୁବିଧା ମିଳିବ। ୨୦୧୭ ଜାନୁୟାରୀ ପହିଲାରୁ କାର୍ଯ୍ୟକାରୀ ହେଉଥିବା ଅନୁକମ୍ପାମୂଳକ ସହାୟତା ଅତିରିକ୍ତ ଏହି ୧୦ଲକ୍ଷ ଟଙ୍କାର ବୀମା ସୁବିଧା ମିଳିବ। ଆଜି ଏନେଇ ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ […]

police11_

police11_

Tapas Behera
  • Published: Wednesday, 16 September 2020
  • Updated: 16 September 2020, 10:11 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନକ୍ସଲ ହିଂସାର ଶିକାର ହେଉଥିବା ସମସ୍ତ ସରକାରୀ କର୍ମଚାରୀଙ୍କୁ ଅନୁକମ୍ପାମୂଳକ ସହାୟତା ଅତିରିକ୍ତ ୧୦ଲକ୍ଷ ଟଙ୍କାର ବୀମା ମିଳିବ। ନକ୍ସଲ ହିଂସାର ଶିକାର ହୋଇ ରାଜ୍ୟ ସରକାରଙ୍କ କର୍ମଚାରୀଙ୍କ ମୃତ୍ୟୁ, ସ୍ଥାୟୀ ଭାବେ ପଙ୍ଗୁ ଓ ସାମାନ୍ୟ ଆହତ କ୍ଷେତ୍ରରେ ଏହି ବୀମା ସୁବିଧା ମିଳିବ। ୨୦୧୭ ଜାନୁୟାରୀ ପହିଲାରୁ କାର୍ଯ୍ୟକାରୀ ହେଉଥିବା ଅନୁକମ୍ପାମୂଳକ ସହାୟତା ଅତିରିକ୍ତ ଏହି ୧୦ଲକ୍ଷ ଟଙ୍କାର ବୀମା ସୁବିଧା ମିଳିବ। ଆଜି ଏନେଇ ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।

ସୂଚନା ଅନୁସାରେ, ରାଜ୍ୟର ନକ୍ସଲ ଉପଦ୍ରୁତ ଅଂଚଳରେ କାର୍ଯ୍ୟ କରୁଥିବା  ପୁଲିସ୍ , ଜଙ୍ଗଲ ବିଭାଗ କର୍ମଚାରୀ, ହୋମଗାର୍ଡ ଗ୍ରାମରକ୍ଷୀ, ଏସପିଓ ଓ ଅନ୍ୟ ସମସ୍ତ ବର୍ଗର ସରକାରୀ କର୍ମଚାରୀମାନେ ଯଦି ନକ୍ସଲ ହିଂସାର ଶିକାର ହୋଇ ପ୍ରାଣ ହରାଇବେ ଅବା ଆହତ ହେବେ ସେମାନଙ୍କୁ ଏଣିକି ଅତିରିକ୍ତ ଭାବେ ୧୦ଲକ୍ଷ ଟଙ୍କାର ବୀମା ରାଶି ପ୍ରଦାନ କରାଯିବ। ରାଜ୍ୟ ସରକାର ସମସ୍ତ ଦିଗକୁ ବିଚାର କରିବା ପରେ ୨୦୧୭ ଜୁନ୍ ୬ତାରିଖରେ ଜାରି ହୋଇଥିବା ଅନୁକମ୍ପାମୂଳକ ସହାୟତା ପ୍ୟାକେଜ୍ ସହ ଏହି ୧୦ଲକ୍ଷ ଟଙ୍କାର ବୀମା ରାଶି ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଉଲ୍ଲେଖଯୋଗ୍ୟ, ୨୦୧୭ ଜୁନ୍ ୬ତାରିଖରେ ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ଜାରି ସଂକଳ୍ପ ଅନୁସାରେ, ନକ୍ସଲ ହିଂସାର ଶିକାର ହୋଇଥିବା ପୁଲିସ ଇନ୍ସପେକ୍ଟର ଓ ତଦୁର୍ଦ୍ଧ୍ୱ ପାହ୍ୟାର ପୁଲିସ ଅଫିସର, ଫରେଷ୍ଟ ରେଞ୍ଜର ଓ ତଦୁର୍ଦ୍ଧ୍ୱ ପାହ୍ୟାର ଜଙ୍ଗଲ ବିଭାଗର ଅଫିସର ପ୍ରାଣ ହରାଇଲେ ତାଙ୍କୁ ୨୦ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ମିଳୁଛି। ସ୍ଥାୟୀ ଅଙ୍ଗ ହରାଇଲେ ୮ଲକ୍ଷ ଓ ଆଂଶିକ ଆହତ ହେଲେ ୬ଲକ୍ଷ ଟଙ୍କାର ସରକାରୀ ସହାୟତା ମିଳୁଛ। ମାତ୍ର ଏଣିକି ଏସବୁ ସହାୟତା ଉପରେ ଅଧିକ ୧୦ଲକ୍ଷ ଟଙ୍କାର ବୀମାରାଶି ପ୍ରଦାନ କରାଯିବ।

ସେହିପରି ପୁଲିସ ସବଇନ୍ସପେକ୍ଟର ଓ ତା’ଙ୍କଠୁ ତଳପାହ୍ୟାରେ ଥିବା ପୁଲିସ କର୍ମଚାରୀ ଓ ହୋମାଗାର୍ଡ ଯଦି ନକ୍ସଲ ହିଂସାରେ ପ୍ରାଣ ହରାଇଲେ ୧୬ଲକ୍ଷ, ସ୍ଥାୟୀ ଅଙ୍ଗ ହରାଇଲେ ୮ଲକ୍ଷ ଓ ଆଂଶିକ ଆହତ ହେଲେ ୬ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ମିଳୁଛି। ସେହିପରି ଗ୍ରାମରକ୍ଷୀ ଓ ଏସପିଓ ଏବଂ ଅନ୍ୟାନ୍ୟ ଜଙ୍ଗଲ ବିଭାଗର କର୍ମଚାରୀଙ୍କୁ ନକ୍ସଲ ହିଂସାରେ ମୃତ୍ୟୁ ପାଇଁ ୧୦ଲକ୍ଷ, ସ୍ଥାୟୀ ଅଙ୍ଗ ହରାଇଲେ ୮ଲକ୍ଷ ଓ ଆଂଶିକ ଆହତ ହେଲେ ୬ଲକ୍ଷ ଟଙ୍କାର ସହାୟତା ମିଳୁଛି। ଏବେ ଏସବୁ ବ୍ୟତୀତ ଅଧିକ ୧୦ଲକ୍ଷ ଟଙ୍କାର ବୀମାରାଶି ମଧ୍ୟ ମିଳିବ।
ସେହିପରି  ଦ୍ୱିତୀୟ ଶ୍ରେଣୀ ବା ତଦୁର୍ଦ୍ଧ୍ୱ ପାହ୍ୟାର ସରକାରୀ ଅଫିସରଙ୍କ ମୃତ୍ୟୁ ହେଲେ ୨୦ଲକ୍ଷ ଟଙ୍କା, ସ୍ଥାୟୀ ଅଙ୍ଗ ହରାଇଲେ ୮ଲକ୍ଷ ଓ ଆଂଶିକ ଆହତ ପାଇଁ ୬ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ମିଳୁଛି। ସେହିପରି ତୃତୀୟ ଓ ଚତୁର୍ଥ ଶ୍ରେଣୀର କର୍ମଚାରୀ ନକ୍ସଲ ହିଂସାର ଶିକାର ହୋଇ ପ୍ରାଣ ହରାଇଲେ ୧୦ଲକ୍ଷ, ସ୍ଥାୟୀ ଅକ୍ଷମ ହେଲେ ୮ଲକ୍ଷ ଓ ଆଂଶିକ ଆହତ ପାଇଁ ୬ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପାଉଛନ୍ତି। ଏବେ ଏମାନେ ସମସ୍ତଙ୍କୁ ଅତିରିକ୍ତ ୧୦ଲକ୍ଷ ଟଙ୍କାର ବୀମାରାଶି ମିଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos